ବଲାଙ୍ଗୀର: ସରିଛି ପାଟଣାଗଡ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଅବଧି । ମଙ୍ଗଳବାର ବଲାଙ୍ଗୀର ଏସଡିଜେଏମ କୋର୍ଟରେ ପୁଣି ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ।
ତେବେ ପୁଞ୍ଜିଲାଲଙ୍କ ମା'ଙ୍କ ମୃତ୍ୟୁ ହୋଇଥିବାବେଳେ, ସେ ଗତ 4 ଦିନରୁ ନିଜ ମା'ଙ୍କ ଶୁଦ୍ଧିକ୍ରିୟା ପାଇଁ ସର୍ତ୍ତମୂଳକ ଜାମିନରେ ଆସିଥିଲେ । ଯାହା 28 ତାରିଖ ମଙ୍ଗଳବାର ଦିନ ଶେଷ ହୋଇଛି । ଏହାପରେ ସେ ପୁଣି ଏସଡିଜେଏମ କୋର୍ଟରେ ପହଞ୍ଚିଥିଲେ। ଏହାପରେ କୋର୍ଟ ତାଙ୍କୁ ଜେଲକୁ ପଠାଇଛନ୍ତି ।
ଅନ୍ୟପଟେ ଦୀର୍ଘ 14 ମାସ ହେବ କୋର୍ଟ କାର୍ଯ୍ୟ ବନ୍ଦ ଥିବାରୁ ଏ ମାମଲାର ଶୁଣାଣି ବନ୍ଦ ରହିଥିଲା। ଯାହା ଏବେ ଆଗକୁ ବଢିବାକୁ ଥିବା ବେଳେ ପୁଞ୍ଜିଲାଲ ଉପରେ ଚାର୍ଜଫ୍ରେମ ହେବ ଓ ଆଗକୁ ମାମଲା ବଢିବ ବୋଲି ସରକାରୀ ଓକିଲ ଶିବ ମିଶ୍ର କହିଛନ୍ତି ।
ବଲାଙ୍ଗିରରୁ ଏସ.କେ ଓ୍ବାହିଦ, ଇଟିଭି ଭାରତ