ବଲାଙ୍ଗୀର: ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମାର ମୁଖ୍ୟ ଅଭିଯୁକ୍ତ ପ୍ରଫେସର ପୁଞ୍ଜିଲାଲର ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । ଶୁକ୍ରବାର ପୁଞ୍ଜିଲାଲ ମେହେରଙ୍କ ମାଆର ଦେହାନ୍ତ ହୋଇଥିଲା । ଏଥିପାଇଁ ସେ ଜାମିନ ଆବେଦନ କରିଥିଲେ ।
ଜିଲ୍ଲାର ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପ୍ରଫେସର ପୁଞ୍ଜିଲାଲର ଜାମିନ ଆବେଦନ ଖାରଜ ହୋଇଛି । ଶୁକ୍ରବାର ପୁଞ୍ଜିଲାଲ ମେହେରଙ୍କ ଅସୁସ୍ଥ ଥିବା ମାଆଙ୍କ ବଲାଙ୍ଗୀର ମେଡିକାଲ କଲେଜରେ ଦେହାନ୍ତ ହୋଇଥିଲା । ଏଥିପାଇଁ ପୁଞ୍ଜିଲାଲଙ୍କ ଓକିଲ ଜାମିନ ବା ପାରୋଲ ଆବେଦନ କରିଥିଲେ ।
ହେଲେ ପାଟଣାଗଡ଼ ଏଡିଜେ ଓ ଏସଡିଜେଏମ କୋର୍ଟ ଏହି ଆବେଦନକୁ ଖାରଜ କରିଥିବା ବେଳେ ମାନବାଧିକାର ଦୃଷ୍ଟିରୁ ତାଙ୍କୁ କେବଳ ମୁଖାଗ୍ନି ଦେବା ପାଇଁ ଅନୁମତି ଦେଇଛନ୍ତି । ତାହା ମଧ୍ୟ ପୋଲିସର ଉପସ୍ଥିତିରେ ହେବ ବୋଲି କୋର୍ଟ କହିଛନ୍ତି । ତେବେ ଏହି ଅନୁମତି ମିଳିବା ପରେ ରବିବାର ପୁଞ୍ଜିଲାଲ ଜେଲରୁ ବାହାରି ମୁଖାଗ୍ନି ଦେବା ପାଇଁ ପାଟଣାଗଡ଼ ଯିବ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ