ETV Bharat / state

୪ ମୋଷ୍ଟ ୱାଣ୍ଟେଡ ଲୁଟେରା ଗିରଫ - lootera

ପୁଇଁନ୍ତଲା ପୋଲିସ ହାତରେ ଧରାପଡିଲେ 4 ମୋଷ୍ଟ ୱାଣ୍ଟେଡ ଲୁଟେରା । ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟକୁ ଲୁଟ ମାମଲାରେ ତଦନ୍ତ କରୁଥିବା ବେଳେ ପୋଲିସ 4 ଜଣ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Apr 9, 2019, 10:42 AM IST

ବଲାଙ୍ଗୀର: ପୁଇଁନ୍ତଲା ପୋଲିସ ହାତରେ ଧରାପଡିଲେ 4 ମୋଷ୍ଟ ୱାଣ୍ଟେଡ ଲୁଟେରା । ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟକୁ ଲୁଟ ମାମଲାରେ ତଦନ୍ତ କରୁଥିବା ବେଳେ ପୋଲିସ 4 ଜଣ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ପୋଲିସ 6ଟି ମୋବାଇଲ, 2ଟି ପଲସର ବାଇକ ଜବତ କରିଛି । ଏମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଲୁଟ ମାମଲାର ଲଗାତାର ଅଭିଯୋଗ ହେବା ପରେ ପୋଲିସ ତନାଘନା ଜାରି ରଖିଥିଲା । କିଛି ଦିନ ପୂର୍ବରୁ ଅନ୍ନପୂର୍ଣ୍ଣା ଫାଇନାନ୍ସର ଏଜେଣ୍ଟ ବାବୁଲି ପ୍ରଧାନକୁ ଏହି ଅଞ୍ଚଳରେ କିଛି ଦୁର୍ବୃତ୍ତ ମାଡ ମାରି ବାଇକ ,ମୋବାଇଲ ଓ 50 ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ ।

ପୁଇଁନ୍ତଲା ଥାନାରେ ଏହି ଅଭିଯୋଗ ଆସିବା ପରେ ପୋଲିସ ତନାଘନା କରୁଥିଲା । ଏଥିରେ ବଲାଙ୍ଗୀର କନ୍ଧପାଲି ପଡାର ଆକାଶ ନନ୍ଦ, କଦମପଡାର ବାବଲୁ ସିଂହ, ମାଲଗୋଦାମ ପଡାର କୁଞ୍ଜ ନାଗ ଓ କଙ୍କରିଆର ଅରୁଣ କୁଅଁରକୁ ପୋଲିସ ଗିରଫ କରିଛି । ଏମାନେ ଏକାଧିକ ଲୁଟ ମାମଲାରେ ଜଡିତ ଥିବା ନେଇ ରେକର୍ଡ ରହିଛି । ଏମାନଙ୍କୁ କୋର୍ଟ ଚଲାଣ କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

AD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.