ETV Bharat / state

ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ, ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରିଲେ ଲୋକେ - ବଲାଙ୍ଗୀରରେ ପାନୀୟ ଜଳ ସମସ୍ୟା

ବଲାଙ୍ଗୀରରେ ପ୍ରଚଣ୍ଡ ଖରା ସାଙ୍ଗକୁ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ସମସ୍ୟାର ସମାଧାନ ନହେବାରୁ ଉତ୍ତ୍ୟକ୍ତ ଲୋକ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଘେରିଛନ୍ତି । ଅଧିକ ପଢ଼ନ୍ତୁ

ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ, ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଲୋକେ

author img

By

Published : Apr 27, 2022, 3:12 PM IST

ବଲାଙ୍ଗୀର: ଜିଲ୍ଲାରେ ପ୍ରଚଣ୍ଡ ଖରା ସାଙ୍ଗକୁ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ସମସ୍ୟାର ସମାଧାନ ନହେବାରୁ ଉତ୍ତ୍ୟକ୍ତ ଲୋକ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଘେରିଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ଦାବି କରି ବୁଧବାର କଂଗ୍ରେସ ନେତା ଓ କିଛି ସଂଗଠନ ସହ ଶତାଧିକ ଲୋକ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଘେରିଛନ୍ତି ।

ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ, ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଲୋକେ

ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଲୋକଙ୍କୁ ପିଇବା ପାଣି ମୁନ୍ଦାଏ ମିଳି ପାରୁନାହିଁ । ବିଭିନ୍ନ ପଡ଼ାକୁ ପାଇପ ସଂଯୋଗ ହୋଇଥିଲେ ସୁଦ୍ଧା ଏଯାଏଁ ଲୋକଙ୍କୁ ପାଣି ମିଳି ପାରି ନାହିଁ । ଅନେକ ଅଞ୍ଚଳରେ ଚାରି ଦିନରେ ଥରେ ପାଣି ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା କିଛି ଲାଭ ହୋଇନାହିଁ । ଶେଷରେ କଂଗ୍ରେସ ଓ କିଛି ସଂଗଠନ ସହ ଶତାଧିକ ଲୋକ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରିବାକୁ ବାଧ୍ୟ ହୋଇଛନ୍ତି ।

ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଲୋକେ । ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ଲୋକେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.