ETV Bharat / state

ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପାଇଁ ଜିଲ୍ଲାବାସୀଙ୍କ ଧାରଣା - ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପାଇଁ ଜିଲ୍ଲାବାସୀଙ୍କ ଧାରଣା

ପୁଣି ଜୋର ଧରିଛି ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି। କଟକ ଓକିଲ ସଂଘ ଏହାକୁ ବିରୋଧ କରିବା ପରେ ପୁଣି ଏକାଠି ହୋଇଛନ୍ତି ବଲାଙ୍ଗୀରବାସୀ। ଓକିଲ ସଂଘର ଆଭିମୁଖ୍ୟକୁ ତୀବ୍ର ବିରୋଧ କରିବା ସହ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

public demands for making high court bench in balangir
ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପାଇଁ ଜିଲ୍ଲାବାସୀଙ୍କ ଧାରଣା
author img

By

Published : May 23, 2022, 3:27 PM IST

ବଲାଙ୍ଗୀର: ପୁଣି ଜୋର ଧରିଛି ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି । କଟକ ଓକିଲ ସଂଘ ଏହାକୁ ବିରୋଧ କରିବା ପରେ ପୁଣି ଏକାଠି ହୋଇଛନ୍ତି ବଲାଙ୍ଗୀରବାସୀ । ଓକିଲ ସଂଘର ଆଭିମୁଖ୍ୟକୁ ତୀବ୍ର ବିରୋଧ କରିବା ସହ ଧାରଣା ଦେଇଛନ୍ତି ।

ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ପୁଣି ଜୋର ଧରିଛି ଦାବି । କଟକ ଓକିଲ ସଂଘର ବେଞ୍ଚ ବିରୋଧୀ ଆଭିମୁଖ୍ୟକୁ ନେଇ ଆଜି ଦଳ ମତ ନିର୍ବିଶେଷରେ ଜିଲ୍ଲାବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓକିଲ ସଂଘର ନିଷ୍ପତ୍ତିକୁ ଦୃଢ ନିନ୍ଦା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଧାରଣା ଦେଇଥିଲେ। ସେହିପରି କଟକ ଓକିଲ ସଂଘର କୁଶ ପୁତ୍ତଳିକା ଦାହ କରିଛନ୍ତି। ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ରାଜନୈତିକ ଦଳର ନେତା ଏଥିରେ ସାମିଲ ହୋଇଥିଲେ। ଜିଲ୍ଲାରେ ପୂର୍ବରୁ ହାଇକୋର୍ଟ ଥିଲା ଏବଂ ଯଶୱନ୍ତ ସିଂ କମିଶନ ରିପୋର୍ଟ ଅନୁସାରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସୁପାରିଶ ରହିଛି ।

ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପାଇଁ ଜିଲ୍ଲାବାସୀଙ୍କ ଧାରଣା

ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ ଏହା ପାଇଁ ନିଜର ବକ୍ତବ୍ୟ ଦେଇଥିଲେ । ଯାହାକୁ କଟକ ଓକିଲ ସଂଘ ବିରୋଧ କରିବା ସହ ବେଞ୍ଚ ସ୍ଥାପନକୁ ମଧ୍ୟ ବିରୋଧ କରିଛି । ଯାହାକୁ ନେଇ ସାରା ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.