ETV Bharat / state

ଆଠଟି କ୍ଲାସକୁ ତିନି ଜଣ ଶିକ୍ଷକ !

author img

By

Published : Dec 6, 2022, 8:32 PM IST

ଆଠଟି କ୍ଲାସକୁ ତିନି ଜଣ ଶିକ୍ଷକ । ଶିକ୍ଷକ ଅଭାବରୁ ପଢ଼ା ହେଉନି ପାଠ । ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ କର୍ଣ୍ଣପାତ କରୁନି ପ୍ରଶାସନ। ଅଧିକ ପଢ଼ନ୍ତୁ

୮ ଶ୍ରେଣୀକୁ ୩ ଶିକ୍ଷକ
୮ ଶ୍ରେଣୀକୁ ୩ ଶିକ୍ଷକ

ବଲାଙ୍ଗୀର : ଆଠଟି କ୍ଲାସକୁ ତିନି ଜଣ ଶିକ୍ଷକ । ଶିକ୍ଷକ ଅଭାବରୁ ପାଠ ପଢ଼ା ଠପ୍ । ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ କର୍ଣ୍ଣପାତ କରୁନି ପ୍ରଶାସନ । ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ପାଇକସମରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

୮ ଶ୍ରେଣୀକୁ ୩ ଶିକ୍ଷକ

ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ 200ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ଏମାନଙ୍କୁ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ତିନି ଜଣ ଶିକ୍ଷକ । ସେଥିମଧ୍ୟରୁ ଜଣେ ଶିକ୍ଷକ ଦୀର୍ଘ ମାସ ହେବ ଛୁଟିରେ ଅଛନ୍ତି । ଫଳରେ ଏବେ ଆଠଟି କ୍ଲାସର ପିଲାଙ୍କୁ ପାଠ ପଢାଉଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ । ତେଣୁ ପିଲାଙ୍କ ପାଠପଢ଼ା ବାଧା ପ୍ରାପ୍ତ ହୋଇଛି । ଯାହାକୁ ନେଇ ଆଜି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସ୍କୁଲରେ ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ।

ବିନା ଶିକ୍ଷକରେ ସେମାନେ କେମିତି ପାଠ ପଢିବେ ବୋଲି କହିବା ସହ ଶିକ୍ଷକ ଦାବି କରିଛନ୍ତି ଛାତ୍ରଛାତ୍ରୀ । ସମାନ ଭାବରେ ଗ୍ରାମବାସୀ ମଧ୍ୟ ସ୍କୁଲରେ ଶିକ୍ଷକ ଅଭାବ ପାଇଁ ବାରମ୍ବାର ପ୍ରଶାସନ ଓ ଶିକ୍ଷା ବିଭାଗକୁ ଜଣାଇ ଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଆଜି ଏମାନେ ଆନ୍ଦୋଳନ କରୁଥିବାର କହିଛନ୍ତି । ତୁରନ୍ତ ଶିକ୍ଷକ ନିଯୁକ୍ତି ନହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଏ ସମ୍ପର୍କରେ ଛାତ୍ରୀ ବିଶାଖା ସୁନା କହିଛନ୍ତି, ''ଏଠି ଶିକ୍ଷକ ଅଭାବ ଯୋଗୁଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ କିଛି ପାଠ ପଢ଼ାଯାଉନି । ଯଦି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ କିଛି ପାଠ ପଢ଼ାଯାଉନି ତେବେ ଆମେ ନବମ ଶ୍ରେଣୀର ପାଠ କିଭଳି ପଢ଼ିବୁ । ଆଉ ଯଦି ନବମ ଶ୍ରେଣୀରେ ଆମେ ଅ,ଆ ଶିଖିବୁ ତାହାଲେ ଦଶମ ଶ୍ରେଣୀରେ କଣ ପାଠ ପଢ଼ିବୁ । ତେଣୁ ଆମକୁ ଶିକ୍ଷକ ଦରକାର । ଶିକ୍ଷକ ନହେଲେ ଆମ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ।''

ସେହିପରି ଗ୍ରାମବାସୀ ଲକ୍ଷ୍ମୀଧର ମାଝୀ କହିଛନ୍ତି, ''ଏହି ସ୍କୁଲରେ ଶିକ୍ଷକ ଅଭାବ ପୂରଣ କରିବାକୁ ଅନେକ ଥର ଦାବି କରିଛୁ । ଏପରିକି ଅନେକ ଥର ଧାରଣା ବି ଦେଇଛୁ । ହେଲେ କୌଣସି ସମାଧାନ ହୋଇପାରିନି । ସରକାରଙ୍କ ଆଗରେ ଗୁହାରି କଲେ ବି ସେ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ତ ଏଥିପାଇଁ ପ୍ରଶାସନ ହିଁ ମୁଖ୍ୟଦାୟୀ ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.