ETV Bharat / state

ଆନ୍ଦୋଳନ ପାଇଁ ଭିନ୍ନ ତରିକା ଆପଣେଇଲେ ଅସନ୍ତୁଷ୍ଟ, ବ୍ରିଜ ଦାବିରେ କଲେ ଜଳ ସତ୍ୟାଗ୍ରହ - ବଲାଙ୍ଗୀର ଆନ୍ଦୋଳନ

ବଲାଙ୍ଗୀର ଲାନ୍ଥ ନଦୀ ଉପରେ ବ୍ରିଜ ନିର୍ମାଣ ଦାବି ନେଇ ଜଳ ସତ୍ୟାଗ୍ରହ ଆନ୍ଦୋଳନ କଲେ ଅଞ୍ଚଳବାସୀ। ଦାବି ପୂରଣ ନ ହେଲେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନର ଦେଲେ ଚେତାବନୀ । ଅଧିକ ପଢନ୍ତୁ...

ଆନ୍ଦୋଳନ ପାଇଁ ଭିନ୍ନ ତରିକା ଆପଣେଇଲେ ଅସନ୍ତୁଷ୍ଟ, ବ୍ରିଜ  ଦାବିରେ ଜଳ ସତ୍ୟାଗ୍ରହ

author img

By

Published : Jul 17, 2021, 11:02 AM IST

ବଲାଙ୍ଗୀର: ବ୍ରିଜ ନିର୍ମାଣ ଦାବି ନେଇ ଜଳ ସତ୍ୟାଗ୍ରହ ଆନ୍ଦୋଳନ କଲେ ଗ୍ରାମବାସୀ । ବଲାଙ୍ଗୀର ବେଲପଡା ବ୍ଲକ ଅନ୍ତର୍ଗତ କତର୍ଲାଗା ଗ୍ରାମରେ ଥିବା ଲାନ୍ଥ ନଦୀ ମଧ୍ୟରେ ବ୍ରିଜ ନିର୍ମାଣ ଦାବି ନେଇ ଗତକାଲି ହଜାର ହଜାର ଲୋକ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ । ତେବେ ପାଟଣାଗଡ଼ ଓ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଏହି ନଦୀ ପ୍ରବାହିତ ହେଉଛି । ଏଠି ବ୍ରିଜ ନିର୍ମାଣ ହେଲେ ଏହି ନିର୍ବାଚନ ମଣ୍ଡଳୀ ଯୋଡ଼ି ହେବା ସହ ଶତାଧିକ ଗାଁ ତଥା ଦୁଇ ଲକ୍ଷ ଲୋକ ଏଥିରେ ଉପକୃତ ହେବେ ।

ଆନ୍ଦୋଳନ ପାଇଁ ଭିନ୍ନ ତରିକା ଆପଣେଇଲେ ଅସନ୍ତୁଷ୍ଟ, ବ୍ରିଜ ଦାବିରେ ଜଳ ସତ୍ୟାଗ୍ରହ

ସେହିପରି ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଦୂରତା କମିବା ସହ ଏ ଅଞ୍ଚଳର ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ଗୁରୁତ୍ତ୍ଵ ପୂର୍ଣ୍ଣ ସେବା ସହଜରେ ପାଇ ପାରିବେ ବୋଲି କହିଛନ୍ତି । ଦୀର୍ଘ ବର୍ଷରୁ ଏମାନେ ଏଠି ବ୍ରିଜ ନିର୍ମାଣ ଦାବି କରି ଆସୁଥିବା ବେଳେ ନେତା କିମ୍ବା ସରକାର ତାଙ୍କ ଦାବି ଶୁଣୁ ନ ଥିବାର କହିଛନ୍ତି । ସେହିପରି ଗତକାଲି କୋଶଳ ସମନ୍ଵୟ ସମିତି, ଆଦିବାସୀ ସଂଘ ଓ ଗ୍ରାମବାସୀ ଏହି ଲାନ୍ଥ ନଦୀରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ଅଞ୍ଚଳବାସୀ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.