ETV Bharat / state

ଡାକ୍ତରଖାନା ଅବ୍ୟବସ୍ଥା, କଣ୍ଟାବାଞ୍ଜିରେ 12 ଘଣ୍ଟିଆ ବନ୍ଦ ପାଳନ - ଡାକ୍ତରଖାନା ଅବ୍ୟବସ୍ଥା ଦାବିରେ ବନ୍ଦ ପାଳନ

ଡାକ୍ତରଖାନା ଅବ୍ୟବସ୍ଥାକୁ ନେଇ କଣ୍ଟାବାଞ୍ଜିରେ ପ୍ରେସ୍‌ କ୍ଲବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

press club observe 12 hours bandh in kantabanji  bolangir
ଡାକ୍ତରଖାନା ଅବ୍ୟବସ୍ଥା ଦାବିରେ କଣ୍ଟାବାଞ୍ଜିରେ 12 ଘଣ୍ଟିଆ ବନ୍ଦ ପାଳନ
author img

By

Published : Nov 9, 2022, 12:14 PM IST

ବଲାଙ୍ଗୀର: ଡାକ୍ତରଖାନା ଅବ୍ୟବସ୍ଥାକୁ ନେଇ ଆଜି କଣ୍ଟାବାଞ୍ଜିରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହା ପ୍ରଭାବରେ କଣ୍ଟାବାଞ୍ଜିର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଦୋକାନ ବଜାର ବନ୍ଦ ରହିଛି । କଣ୍ଟାବାଞ୍ଜି ସ୍ଥିତ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟାକୁ ନେଇ ପ୍ରେସ୍‌ କ୍ଲବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ କରାଯାଇଛି ।

ଡାକ୍ତରଖାନା ଅବ୍ୟବସ୍ଥା ଦାବିରେ କଣ୍ଟାବାଞ୍ଜିରେ 12 ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି ସ୍ଥିତ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଉପରେ 4ଟି ବ୍ଲକର ଶତାଧିକ ଗ୍ରାମର ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ହେଲେ ଏଠାରେ ଆବଶ୍ୟକତା ଅନୁସାରେ ବ୍ୟବସ୍ଥା ନ ଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଡାକ୍ତର ଏବଂ କର୍ମଚାରୀ ଅଭାବ ଏଠାକାର ମୂଳ ସମସ୍ୟା। ସେହିପରି ଏକ୍ସରେ ମେସିନ ଅଚଳ ହୋଇ ପଡିଥିବା ବେଳେ ଲୋକେ ସାଧାରଣ ଚିକିତ୍ସା ପାଇଁ ମଧ୍ୟ ଖର୍ଚ୍ଚାନ୍ତ ହୋଇ ହଇରାଣ ହେଉଛନ୍ତି । ଅନ୍ୟପଟେ କାର୍ଯ୍ୟରତ ଥିବା ଦୁଇ ଡାକ୍ତରଙ୍କ ଅନ୍ୟତ୍ର ବଦଳି ଏହି ସମସ୍ୟାକୁ ଆହୁରି ଗୁରୁତର କରିଛି । ତେବେ ସବୁ ସମସ୍ୟାର ଶୀଘ୍ର ସମାଧାନ ଦାବି କରି କଣ୍ଟାବାଞ୍ଜି ପ୍ରେସ୍‌ କ୍ଲବ ପକ୍ଷରୁ ବିଗତ ଦୁଇ ଦିନରୁ ଧାରଣା ଦିଆ ଯାଇଥିଲା । ଯେଉଁଥିରେ ସବୁ ସାମ୍ବାଦିକ ଓ କଣ୍ଟାବାଞ୍ଜିର ବିଭିନ୍ନ ସଙ୍ଗଠନ ସାମିଲ ହୋଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଅନେଇ ଆନ୍ଦୋଳନକାରୀ କହିଛନ୍ତି, "ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମସ୍ତ କଣ୍ଟାବାଞ୍ଜିବାସୀ ଏହାକୁ ସମର୍ଥନ କରିଛନ୍ତି।" ସକାଳୁ ପ୍ରିକେଟିଂ କରି ସବୁ ଦୋକାନ ବଜାର ବନ୍ଦ କରିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.