ETV Bharat / state

ଭୋଟ ସାରି ଫେରୁଥିବାବେଳେ ଦୁର୍ଘଟଣା, ପୋଲିଂ ଅଧିକାରୀ ମୃତ

author img

By

Published : Feb 24, 2022, 10:46 PM IST

ବଲାଙ୍ଗୀରରେ ଆଜି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାର ଶେଷ ହୋଇଛି । ଏହି ଭୋଟ କାର୍ଯ୍ୟ ସାରି ଫେରୁଥିବାବେଳେ ଜଣେ ପୋଲିଂ ଅଧିକାରୀ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଅଧିକ ପଢ଼ନ୍ତୁ

ଭୋଟ ସାରି ଫେରୁଥିବା ବେଳେ ଦୁର୍ଘଟଣା, ପୋଲିଂ ଅଧିକାରୀ ମୃତ

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାର ଶେଷ ହୋଇଛି । ଏହି ଭୋଟ କାର୍ଯ୍ୟ ସାରି ଫେରୁଥିବାବେଳେ ଜଣେ ପୋଲିଂ ଅଧିକାରୀ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ମୃତକ ସୋନପୁର ଜିଲ୍ଲା ଦୁଙ୍ଗୁରି ପାଲି ପଞ୍ଚାୟତ କୁଆଁର ଗାଁ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଦାମ ଚରଣ ପୁରୋହିତ ବୋଲି ଜଣାପଡ଼ିଛି ।

ସେ ଟିଟିଲାଗଡ ଅନ୍ତର୍ଗତ ଖୋଲାନରେ ଆଜି ଭୋଟ ଗ୍ରହଣ କେନ୍ଦ୍ରର ପ୍ରିଜାଇଡିିଂ ଅଧିକାରୀ ଭାବରେ କାର୍ଯ୍ୟ କରି ନିଜ ଘରକୁ ବାଇକରେ ଫେରୁଥିଲେ । ତେବେ ବଲାଙ୍ଗୀର ଗୋଏଲ ଭଡ଼ି ଛକରେ ପୋଲିଂ ପାର୍ଟି ନେଇ ଫେରୁଥିବା ଏକ ବସ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ଓ ଶିକ୍ଷକ ସଂଘ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତି ପୂରଣ ଦାବି କରିଛନ୍ତି । ତା ସହିତ ପରିବାରରୁ ଜଣକୁ ଚାକିରି ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.