ETV Bharat / state

ପୋଲିସ-ମାଓବାଦୀ ଏନକାଉଣ୍ଟର: ଆହତ ଡିଏସପିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଏୟାର ଆମ୍ବୁଲାନ୍ସରେ ହେବେ ସ୍ଥାନାନ୍ତର - କୁମ୍ବିଂ ଅପରେସନ ସମୟରେ ଡିଏସପି ଆହତ

କଳାହାଣ୍ଡିର ଟେପେରେଙ୍ଗା ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ଗୁଳି ବାଜି ଆହତ ହୋଇଥିବା ଡିଏସପି ଅତୁଲକୃଷ୍ଣ ଦାସ ଏବେ ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅନ୍ୟ ସ୍ଥାନକୁ ନିଆଯିବ ବୋଲି ଜଣାପଡିଛି । ଅଧିକ ପଢ଼ନ୍ତୁ

ଆହତ ଡିଏସପିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
ଆହତ ଡିଏସପିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
author img

By

Published : May 9, 2023, 10:49 PM IST

ଆହତ ଡିଏସପିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ବଲାଙ୍ଗୀର: ସୋମବାର ରାତିରେ କଳାହାଣ୍ଡି ଜିଲ୍ଲାରେ ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ତେବେ ଆହତ ପୋଲିସ କର୍ମୀ ଜଣେ ଡିଏସପି ହୋଇଥିବା ବେଳେ ତାଙ୍କଠାରେ ଗୁଳି ଲାଗି ସେ ଆହତ ହୋଇଥିଲେ । ସେପଟେ ତାଙ୍କୁ ପ୍ରଥମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନା ଓ ପରେ ଏବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି । ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅନ୍ୟ ସ୍ଥାନକୁ ନିଆଯିବ ବୋଲି ଜଣାପଡିଛି ।

ତେବେ ଗତକାଲି (ସୋମବାର) ରାତିରେ କଳାହାଣ୍ଡି ପୋଲିସ ମଦନପୁର ରାମପୁରସ୍ଥିତ ଟେପେରେଙ୍ଗା ଜଙ୍ଗଲରେ କୁମ୍ବିଂ ଅପରେସନ କରିଥିଲା । ସେଠାରେ ପୋଲିସ ମାଓବାଦୀ ସହ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ସେମାନଙ୍କଠାରୁ AK-୪୭ ମଧ୍ୟ ଜବତ ହୋଇଥିଲା । ତେବେ ଏଥିରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ । ଆହତ ପୋଲିସ କର୍ମୀ ହେଉଛନ୍ତି କଳାହାଣ୍ଡି ଡିଏସପି ଅତୁଲକୃଷ୍ଣ ଦାସ । ତାଙ୍କର ଡାହାଣ ଗୋଡ ପାଦରେ ଗୁଳି ଲାଗିଥିଲା । ତେବେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ଭବାନୀ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...କୁମ୍ବିଂ ବେଳେ ପୋଲିସ-ମାଓବାଦୀ ଗୁଳିବିନିମୟ, 3 ମାଓବାଦୀ ସଫା

ତେବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆହତ ଡିଏସପିଙ୍କୁ ଶୀଘ୍ର ଓ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତାଙ୍କୁ ଏଠାକୁ ଆଣିବା ମାତ୍ରେ ପ୍ରଥମେ ଏକ୍ସରେ କରାଯାଇଥିଲା । ଏହାପରେ ତାଙ୍କୁ ଏଠିକାର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ମେଡିକାଲ କଲେଜର ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ଏବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅନ୍ୟ ସ୍ଥାନକୁ ନିଆଯିବ ବୋଲି ଜଣାପଡିଛି । ତେବେ ଏହି ଘଟଣା ପରେ ବଲାଙ୍ଗୀର ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ କଳାହାଣ୍ଡି ପୋଲିସ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.