ETV Bharat / state

ପୋଲିସ ପଞ୍ଝାରେ ସିରିଜ ଚେନ ଲୁଟର ମାଷ୍ଟରମାଇଣ୍ଡ

ବଲାଙ୍ଗୀର ସହରରେ ଦୀର୍ଘ କିଛି ଦିନ ହେବ ସିରିଜ ଚେନ ଲୁଟର ଅଭିଯୋଗ ହୋଇ ଆସୁଥିଲା । ତେବେ ପୋଲିସ ଏହି ସବୁ ମାମଲାର ତଦନ୍ତ କରୁଥିବା ବେଳେ ଏହାର ମୁଖ୍ୟ ତଥା ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି ।

author img

By

Published : Jun 3, 2019, 4:12 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ସହରରେ ଦୀର୍ଘ କିଛି ଦିନ ହେବ ସିରିଜ ଚେନ ଲୁଟର ଅଭିଯୋଗ ହୋଇ ଆସୁଥିଲା । ତେବେ ପୋଲିସ ଏହି ସବୁ ମାମଲାର ତଦନ୍ତ କରୁଥିବା ବେଳେ ଏହାର ମୁଖ୍ୟ ତଥା ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି । ଧରାପଡିଥିବା ମୁଖ୍ୟ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ବେଳେ ସେ ଓ ତାର ସହଯୋଗୀ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଲୁଟ ଭଳି ଏକାଧିକ ମାମଲରେ ସମ୍ପୃକ୍ତ ଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ସୁବର୍ଣ୍ଣପୁର ସହର ଝୁପଡିପଡାର ବିଶ୍ବଜିତ ନନ୍ଦ ଓରଫ ରାଜା ମାର୍ଚ୍ଚ ମାସରୁ ବଲାଙ୍ଗୀରରେ ରହି ଆସୁଥିଲା । ଏଠାରେ ତାର ସହଯୋଗୀ ମାନଙ୍କ ସହ ମିଶି ଆତଙ୍କ ଖେଳାଇଥିଲା । ଲୋକଙ୍କ ବେକରୁ ସୁନା ଚେନ ଲୁଟ ସହ ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟକୁ ମଧ୍ୟ ଏମାନେ ଲୁଟ କରିଥିବାର ପୋଲିସ ଜାଣିବାକୁ ପାଇଛି । ତେବେ ଏମାନେ କେବଳ ବଲାଙ୍ଗୀରର ମୋଟ ୯ଟି ଲୁଟ ମାମଲାରେ ଜଡିତ ଥିବାର ପୋଲିସ କହିଛି ।

ସେହିପରି ଚେନ ଲୁଟ ପରେ ଏହି ସୁନା ଚେନ କିଣୁଥିବା ସହରର ନରେନ୍ଦ୍ର ସାହୁଙ୍କୁ ପୋଲିସ ଗିରଫ କରିବା ସହ ତା’ଠାରୁ କିଛି ସୁନା ପୋଲିସ ଜବତ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ ନନ୍ଦ ନାଁରେ ବଲାଙ୍ଗୀର ଟାଉନ ପୋଲିସ କେସ ନମ୍ବର ୧୫୦, ୧୫୧, ୧୫୨, ୧୫୬, ୨୪୪, ୨୪୫ ରୁଜୁ କରିଥିବା ବେଳେ ପୁଇଁନ୍ତଳାରେ କେସ ନମ୍ବର ୫୦, ଲୋଇସିଂହାରେ କେସ ନମ୍ବର ୨୭ ଓ ବୋଡେନରେ କେସ ନମ୍ବର ୨୪୧ରେ ମାମଲା ରୁଜୁ ହୋଇଛି । ସେହିପରି ଅଭିଯୁକ୍ତ ଠାରୁ ଏକ ଚୋରା ପଲସର ବାଇକ ମଧ୍ୟ ପୋଲିସ ଜବତ କରିଥିବା ବେଳେ ଏହି ସବୁ ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ସ୍ଲଗ -  ବଲାଗିଂର ସିରିଜ ଚେନ ଲୁଟର ମାଷ୍ଟର ମାଇଣ୍ଡକୁ ଧରିଲା ପୋଲିସ, ଅନେକ ଲୁଟର ହେଲା ପର୍ଦ୍ଦାଫାସ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୦୩-୦୬-୧୯
ଫରମାଟ -ଏଭିଓ ବାଇଟ
ଏଙ୍କର-
ବଲାଗିଂର ସହରରେ ଦିର୍ଘ କିଛି ଦିନ ହେବ ସିରିଜ ଚେନ ଲୁଟର ଅଭିଯୋଗ ହୋଇ ଆସୁଥିଲା । ତେବେ ପୋଲିସ ଏହି ସବୁ ମାମଲାର ତଦନ୍ତ କରୁଥିବା ବେଲେ ସିନେମା ଷ୍ଟାଇଲରେ ଏହାର ମୁଖ୍ୟ ତଥା ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଲ ହୋଇଛି । ଧରା ପଡିଥିବା ମୁଖ୍ୟ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ବେଲେ ସେ ଓ ତାର ସହଯୋଗୀ ବଲାଗିଂରର ବିଭିନ୍ନ ସ୍ଥାନରେ ଲୁଟ ଭଲି ଏକାଧିକ ମାମଲରେ ସମ୍ପୃକ୍ତ ଥିଲେ । ସୁବର୍ଣ୍ଣପୁର ସହର ଝୁପଡି ପଡାର ରାଜା ଓରଫ ବିଶ୍ୱଜିତ ନନ୍ଦ ଦିର୍ଘ ମାର୍ଚ୍ଚ ମାସରୁ ବଲାଗିଂରରେ ରହି ଆସୁଥିଲା । ଏବଂ ଏଠି ତାର ସହ ଯୋଗୀ ମାନଙ୍କ ସହ ଲୋକଙ୍କ ବେକରୁ ସୁନା ଚେନ ଲୁଟ ସହ ଏକ ଫାଇନାନସ କମ୍ପାନୀର ଏଜେଣ୍ଟକୁ ମଧ୍ୟ ଏମାନେ ଲୁଟ କରିଥିବାର ପୋଲିସ ଜାଣିବାକୁ ପାଇଛି । ତେବେ ଏମାନେ କେବଲ ବଲାଗିଂରରେ ମୋଟ ୯ଟି ବିଭିନ୍ନ ଲୁଟ ମାମଲାରେ ଜଡିତ ଥିବାର ପୋଲିସ କହିଛି । ସେହିପରି ଚେନ ଲୁଟ ପରେ ଏହି ସୁନା ଚେନ କିଣୁଥିବା ବଲାଗିଂରର ନରେନ୍ଦ୍ର ସାହୁଙ୍କୁ ମଧ୍ୟ ପୋଲିସ ଗିରଫ କରିବା ସହ ତାଠାରୁ କିଛି ସୁନା ପୋଲିସ ଜବତ କରିଛି । ତେବେ  ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ବିଶ୍ୱଜିତ ନନ୍ଦ ନାଁରେ ବଲାଗିଂର ଟାଉନ ପୋଲିସ କେସ ନମ୍ବର ୧୫୦,୧୫୧,୧୫୨,୧୫୬,୨୪୪, ୨୪୫ ରୁଜୁ କରିଥିବା ବେଲେ ପୁଇଁନ୍ତଲାରେ କେସ ନମ୍ବର ୫୦, ଲୋଇସିଂହାରେ କେସ ନମ୍ବର୨୭ ଓ ବେଡେନରେ କେସ ନମ୍ବର ୨୪୧ରେ ମୋଟ ନଟି ମାମଲା ରୁଜୁ ହୋଇଛି । ସେହିପରି ଅଭିଯୁକ୍ତ ଠାରୁ ଏକ ଚୋରା ପଲସର ବାଇକ ମଧ୍ୟ ପୋଲିସ ଜବତ କରିଥିବା ବେଲେ ଏହି ସବୁ ମାମଲାର ଅଧିକ ତଦନ୍ତ ପୋଲିସ ଜାରି ରଖିଛି । 
ବାଇଟ - ତୁଫାନ ବାଗ- ଟାଉନ ଥାନା ଅଧିକାରୀ ବଲାଗିଂର 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.