ETV Bharat / state

Balangir News: ବାହୁଡା ଯାତ୍ରାରେ ସଂକୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ଜଣେ ମୃତ - ମୁକେଶ ରାଜପଳିଆ

ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଭଇଁଶା ଛକରେ ଏହି ଦୁର୍ଘଟଣା ଘଟିଛି। ପଟଣାଗଡ ରାମପୁର ଗ୍ରାମର ମହିଳା କୀର୍ତ୍ତନ ଦଳ ଆଜି ଅପରାହ୍ନ ରେ ପଟଣାଗଡ ଚୁଡାପଲି ବାନ୍ଧନ ବାଡ଼ି ଗ୍ରାମକୁ ବାହୁଡା ଯାତ୍ରାରେ କୀର୍ତ୍ତନ ପାଇଁ ଯାଉଥିଲେ। ଅଧିକ ପଢନ୍ତୁ

ବାହୁଡା ଯାତ୍ରାରେ ସଂକୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ପିକ ଅପ ଭ୍ୟାନ, ଜଣେ ମୃତ

author img

By

Published : Jun 28, 2023, 10:29 PM IST

ବାହୁଡା ଯାତ୍ରାରେ ସଂକୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ପିକ ଅପ ଭ୍ୟାନ, ଜଣେ ମୃତ

ବଲାଙ୍ଗୀର: ବାହୁଡା ଯାତ୍ରାରେ ଅଘଟଣ । ବଲାଙ୍ଗୀରରେ ରଥଯାତ୍ରା ପାଇଁ ଆସିଥିବା ମହିଳା କୀର୍ତ୍ତନ ଦଳ ଗାଡି ଓଲଟିଲା ପଡିଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହିତ 30 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 15 ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଭଇଁଶା ଛକରେ ଏହି ଦୁର୍ଘଟଣା ଘଟିଛି। ପଟଣାଗଡ ରାମପୁର ଗ୍ରାମର ମହିଳା କୀର୍ତ୍ତନ ଦଳ ଆଜି ଅପରାହ୍ନ ରେ ପଟଣାଗଡ ଚୁଡାପଲି ବାନ୍ଧନ ବାଡ଼ି ଗ୍ରାମକୁ ବାହୁଡା ଯାତ୍ରାରେ କୀର୍ତ୍ତନ ପାଇଁ ଯାଉଥିଲେ। 35 ରୁ ଉର୍ଧ୍ବ ମହିଳା କୀର୍ତ୍ତନ ଦଳ ଏଥିରେ ଏକ ବୋଲେରୋ ପିକାଅପ ଭ୍ୟାନରେ ଯାଉଠିଥଲେ। ଭଇଁସା ଗ୍ରାମ ଛକ ନିକଟରେ ଏହି ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ସ୍ଥାନୀୟ ଲୋକେ ପଟଣାଗଡ ପୋଲିସ ଓ ଅଗ୍ନିଶମ ବିଭାଗ ସମସ୍ତ ଆହତଙ୍କ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ପଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଥିରୁ 7 ଜଣଙ୍କ ଅବସ୍ଥା ଗୁରୁତର ଥିବରୁ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ଚିକିତ୍ସାଧୀନ ଅବସ୍ଥାରେ କୀର୍ତ୍ତନ ଦଳର ମୁକେଶ ରାଜପାଳିଆଙ୍କ ମୃତ୍ୟୁ ହୋଇଥିବାର ଡାକ୍ତର ସୂଚନା ଦେଇଛନ୍ତି। ସମାନ ଭାବରେ ଆଉ ଜଣେ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଲେ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନନ୍ତରିତ କରାଯାଇଛି। ପଟଣାଗଡରେ ପାଞ୍ଚ ଜଣ ଚିକିତ୍ସିତ ହେଉଥିବା ବେଳେ ବଲାଙ୍ଗୀରରେ ସାତ ଜଣ ଭର୍ତ୍ତି ହୋଇଛନ୍ତି। ଅନ୍ୟ ଆହତ ମାନଙ୍କୁ ପ୍ରାଥମିକ ଚିକତ୍ସା ପରେ ଛାଡି ଦିଆଯାଇଛି।

ସେପଟେ ଏହି କୀର୍ତ୍ତନ ଦଳରେ ଥିବା ଜଣେ ଯୁବତୀ ଅଙ୍କିତା ସେଲମା କହିଛନ୍ତି ଯେ ତାଙ୍କର ରାମପୁର ମହିଳା କୀର୍ତ୍ତନ ଦଳର 35 ଜଣ ମହିଳା ରାମପୁରରୁ ଚୁଡାପାଲି ପାଖ ବାନ୍ଧନ ବାଡି ଗ୍ରାମକୁ ବାହୁଡା ଯାତ୍ରା ରେ କୀର୍ତ୍ତନ ପାଇଁ ଆସୁଥିଲେ। ସେମାନେ ଏକ ପିକ ଅପ ଭ୍ୟାନ ରେ ଆସୁଥିବା ବେଳେ ଭ୍ୟାନଟି ଓଲଟି ପଡିଥିଲା। ଏଥିରେ ସମସ୍ତେ ଆହତ ହୋଇଥିବା ବେଲେ ଜଣ ବ୍ୟକ୍ତି ମୁକେଶ ରାଜପାଳିଆଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି।

ସେପଟେ କୀର୍ତ୍ତନ ଦଳର ମୁକେଶ ରାଜପଳିଆଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଚାରୋଟୀ ଝିଅ ବାପା ଛେଉଣ୍ଡ ହୋଇଛନ୍ତି। ମୃତକଙ୍କ ସମ୍ପର୍କୀୟ କୁଞ୍ଜ ପୁଟେଲ କହିଛନ୍ତି ମୁକେଶ ଗରିବ ଶ୍ରେଣୀର ଲୋକ । କୀର୍ତ୍ତନ ପାଇଁ ସେ ଘରୁ ଏମାନଙ୍କ ସହ ଯାଉଥିବା ବେଳେ ଏହି ଦୁର୍ଘଟଣା ରେ ତାଙ୍କ ପ୍ରାଣ ଯାଇଛି। ସେ ଗରିବ ପରିବାରର ହୋଇଥିବା ବେଳେ ଚାରିଟି ଝିଅ ଏବେ ବାପା ଛେଉଣ୍ଡ ହୋଇଛନ୍ତି । ତେଣୁ ସରକାରୀସ୍ତରରେ ମୃତକଙ୍କ ପରିବାକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.