ETV Bharat / state

ବିଶ୍ବ ଭିନ୍ନକ୍ଷମ ଦିବସରେ ସରକାରୀ କର୍ମଚାରୀଙ୍କ ଧାରଣା, ରାମ୍ପ ନଥିବାରୁ ହେଉଛି ସମସ୍ୟା

author img

By ETV Bharat Odisha Team

Published : Dec 3, 2023, 10:12 PM IST

ଆଜି ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ବଲାଙ୍ଗୀରରେ ଜଣେ ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କ ଧାରଣା । ଅଫିସରେ ରାମ୍ପ ବ୍ୟବସ୍ଥା ନଥିବାରୁ ସେ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Physically challenged officer protest in Balangir
Physically challenged officer protest in Balangir
ବିଶ୍ବ ଭିନ୍ନକ୍ଷମ ଦିବସରେ ସରକାରୀ କର୍ମଚାରୀଙ୍କ ଧାରଣା, ରାମ୍ପ ନଥିବାରୁ ହେଉଛି ସମସ୍ୟା

ବଲାଙ୍ଗୀର: ବିଶ୍ବ ଭିନ୍ନକ୍ଷମ ଦିବସରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ମୁଖରେ ଧାରଣାରେ ବସିଲେ ଜଣେ ଭିନ୍ନକ୍ଷମ ଅଧିକାରୀ । ତାଙ୍କ କାର୍ଯ୍ୟାଳୟରେ ରାମ୍ପ ନ ଥିବାରୁ ସେ ଅନେକ ଅସୁବିଧା ଭୋଗୁଥିବା ବେଳେ ସମସ୍ୟା ସମାଧାନ ପ୍ରତି ଧ୍ୟାନ ଦିଆଯାଉ ନଥିବାର ସେ ଅଭିଯୋଗ କରିଛନ୍ତି । ତେବେ 2 ଦିନ ମଧ୍ୟରେ ଏହି ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କ ସୁବିଧା ଲାଗି ସୁବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ନୂତନ ଭାବରେ ଯୋଗଦାନ କରିଥିବା ବିଡିଓ ସୁମନ ମିଞ୍ଜ ।

ଆଜି ବିଶ୍ଵ ଭିନ୍ନ କ୍ଷମ ଦିବସରେ ଜଣେ ଭିନ୍ନକ୍ଷମ ଅଧିକାରୀ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ତାଙ୍କ କାର୍ଯ୍ୟାଳୟରେ ରାମ୍ପ ନ ଥିବାରୁ ସେ ଅନେକ ଅସୁବିଧା ଭୋଗୁଥିବା ବେଳେ ସମସ୍ୟା ସମାଧାନ ପ୍ରତି ଧ୍ୟାନ ଦିଆଯାଉ ନଥିବାର ଅଭିଯୋଗ କରିଛନ୍ତି । ଧାରଣା ଦେଇଥିବା କର୍ମଚାରୀ ଜଣକ ଓଡ଼ିଶା ସରକାରଙ୍କ କର୍ମଚାରୀ ହୋଇଥିବା ବେଳେ ତାଙ୍କ ପାଇଁ କାର୍ଯ୍ୟାଳୟରେ କୌଣସି ସୁବିଧା ନ ଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବାର ଅଭିଯୋଗ କରିଛନ୍ତି । ତେବେ ଏଭଳି ଅଭାବନୀୟ ଚିତ୍ର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରୁ ଆସିଛି ।

ଏହା ବି ପଢନ୍ତୁ- ଅକ୍ଷମ ହୋଇବି ସକ୍ଷମ: 50ଟି ଚେୟାର ବୁଣି ବିଶ୍ବ ରେକର୍ଡ ଲକ୍ଷ୍ୟ

ଏହି ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ବ୍ଲକ ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ସହାୟକ ଭାବରେ କାର୍ଯ୍ୟରତ ଅଧିକାରୀ ଅଶୋକ କୁମାର ଦାସ । ଯିଏ ଜନ୍ମରୁ ଭିନ୍ନକ୍ଷମ ଥିବା ବେଳେ ତାଙ୍କ ଦୁଇ ଗୋଡ଼ ଅକାମି । ତେବେ ସେ ଟ୍ରାଇ ସାଇକେଲରେ ଯିବା ଆସିବା କରୁଥିବା ବେଳେ ଛଡ଼ି ସାହାଯ୍ୟରେ ନିଜ ଚାମ୍ବରକୁ ଯାଇଥାନ୍ତି । ହେଲେ ଏହି କାର୍ଯ୍ୟାଳୟ ମୁଖ୍ୟ ଫାଟକ କିମ୍ବା ତାଙ୍କ ଚାମ୍ବରକୁ ଯିବା ପାଇଁ କୌଣସି ରାମ୍ପ ନାହିଁ । ସେପଟେ ଉଚ୍ଚ ସିଡ଼ିରେ ସେ ଚଢ଼ିଯିବା ଆସିବା କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି । ଏପରି ଅନେକ ଥର ସେ ଏଠି ତଳେ ପଡ଼ି ଯାଇ ଆହତ ମଧ୍ୟ ହୋଇଛନ୍ତି ।

ଏଭଳି ସ୍ଥିତିରେ ତାଙ୍କର ଅନେକ ଅଭିଯୋଗ ପରେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଣୁ ସେ ଆଜି ଧାରଣାରେ ବସି କାର୍ଯ୍ୟାଳୟ ବାହାରେ ଲୋକଙ୍କ କାମ କରିଛନ୍ତି । ସେପଟେ ଏହି ଅଭିଯୋଗ ଆସିବା ପରେ ନୂତନ ଭାବରେ ଯୋଗଦାନ କରିଥିବା ବିଡିଓ ସୁମନ ମିଞ୍ଜ ପ୍ରତିକ୍ରିୟା ରଖି କହିଛନ୍ତି, " ଦୁଇ ଦିନ ମଧ୍ୟରେ ତାଙ୍କ ପାଇଁ ରାମ୍ପ୍ ତିଆରି କରାଯିବ । ତାଙ୍କ କାର୍ଯ୍ୟାଳୟ ମଧ୍ୟରେ ଜଣେ ଦିବ୍ୟାଙ୍ଗ କର୍ମଚାରୀ ଅଛନ୍ତି ଏବଂ ତାଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ଯିବାର ଅସୁବିଧା ହେଉଛି । ତେଣୁ ଦୁଇ ଦିନ ମଧ୍ୟରେ ତାଙ୍କ ପାଇଁ ସୁବ୍ୟବସ୍ଥା କରାଯିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.