ETV Bharat / state

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ

ଲକ୍ଷାଧିକ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର ଓ ସମ୍ବଲପୁର ଭିଜିଲାନ୍ସ ବିଭାଗ ଚଢାଉ ଜାରି ।ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ପେକ୍ସ ସମ୍ପାଦକ
ଭିଜିଲାନ୍ସ ଜାଲରେ ପେକ୍ସ ସମ୍ପାଦକ
author img

By

Published : Jul 16, 2021, 7:20 PM IST

Updated : Jul 16, 2021, 8:30 PM IST

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପ୍ରାଥମିକ ସମବାୟ ସମିତିର ସମ୍ପାଦକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ । ତେବେ ବଲାଙ୍ଗୀର ସାଲେପାଲିରେ ରହୁଥିବା ସୋନପୁର ଜିଲ୍ଲା ଚାର ଭଟା ପ୍ୟାକ୍ସ ସମ୍ପାଦକ ମହମ୍ମଦ ମସୁଦ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ

ବଲାଙ୍ଗୀର ଭିଜିଲାନ୍ସ କୋର୍ଟଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର ଓ ସମ୍ବଲପୁର ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି । ଯେଉଁଥିରେ କି ତାଙ୍କର ବଲାଙ୍ଗୀର ସାଲେପାଲି ବାସଭବନ ସମେତ ସୁବର୍ଣ୍ଣପୁର ସ୍ଥିତ ତାଙ୍କ ଅଫିସ ଓ ତାଙ୍କ ବାସଭବନରେ ଚଢାଉ ଜାରି ରହିଛି ।

ତେବେ ଏପର୍ଯ୍ୟନ୍ତ ଭିଜିଲାନ୍ସ ହାତରେ ତାଙ୍କର ଲକ୍ଷାଧିକ ସମ୍ପତ୍ତି ଟଙ୍କା ଓ ଗହଣା ଲାଗିଥିବା ବେଳେ ତଦନ୍ତ ପରେ ସବୁ ସ୍ପଷ୍ଟ ହେବା ବୋଲି ଭିଜିଲାନ୍ସ କହିଛି । ଅନ୍ୟପଟେ ସଂପୃକ୍ତ ପେକ୍ସ୍ ସମ୍ପାଦକ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jul 16, 2021, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.