ETV Bharat / state

ବଲାଙ୍ଗୀର ଜଙ୍ଗଲକୁ ଗ୍ରାସ କରୁଛି ନିଆଁ, ଚିନ୍ତାରେ ଜିଲ୍ଲାବାସୀ

ବଣ ଜଙ୍ଗଲ ଘେରା ବଲାଙ୍ଗୀର ଜିଲ୍ଲା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଜଙ୍ଗଲକୁ ନିଆଁ ଗ୍ରାସ କରିବାରେ ଲାଗିଛି। ଅଧିକ ପଢ଼ନ୍ତୁ...

author img

By

Published : Mar 16, 2021, 8:01 AM IST

ବଲାଙ୍ଗୀର ଜଙ୍ଗଲକୁ ଗ୍ରାସ କରୁଛି ନିଆଁ, ଚିନ୍ତାରେ ଜିଲ୍ଲାବାସୀ
ବଲାଙ୍ଗୀର ଜଙ୍ଗଲକୁ ଗ୍ରାସ କରୁଛି ନିଆଁ, ଚିନ୍ତାରେ ଜିଲ୍ଲାବାସୀ

ବଲାଙ୍ଗୀର: ବଣ ଜଙ୍ଗଲ ଘେରା ବଲାଙ୍ଗୀର ଜିଲ୍ଲା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଜଙ୍ଗଲକୁ ନିଆଁ ଗ୍ରାସ କରିବାରେ ଲାଗିଛି। ଦୀର୍ଘ ଦଶଦିନରୁ ଅଧିକ ଦିନ ହେଲା ଜିଲ୍ଲାର ସବୁ ଛୋଟ ଓ ବଡ଼ ଜଙ୍ଗଲରେ ନିଆଁ ଲାଗିଛି। ଏହାକୁ ନେଇ ବନବିଭାଗ ଚୁପ ହୋଇ ବସିଥିବା ଲୋକେ ଅଭିଯୋଗ କରିଛନ୍ତି। ବଲାଙ୍ଗୀର ପରିବେଶ ନଷ୍ଟ ହେବା ସହ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହେଉଥିବାରୁ ଜିଲ୍ଲାବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ନିଆଁ ଯୋଗୁଁ ଗତବର୍ଷ ବର୍ଷାଋତୁରେ ଲଗା ଯାଇଥିବା କୋଟିକୋଟି ଟଙ୍କାର ଚାରା ମଧ୍ୟ ନଷ୍ଟ ହୋଇଛି। ତେବେ କିଛି ପରିବେଶ କର୍ମୀ ଗାଁକୁ ଗାଁ ବୁଲି ସଚେତନ କରୁଥିବା ବେଳେ ତାହା ଯଥେଷ୍ଟ ହେଉନି। ବନ ବିଭାଗ ଏଥି ପ୍ରତି ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି।

ଗ୍ରୀଷ୍ମଋତୁ ଆରମ୍ଭରେ ଏଭଳି ପରିସ୍ଥିତି ଥିବା ବେଳେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବାର ସମ୍ଭାବନା ଦେଖା ଦେଇଛି। ଜିଲ୍ଲାର ଗନ୍ଧମାର୍ଦ୍ଧନ ପାହାଡ଼ରୁ ବଲାଙ୍ଗୀର ମଠଖାଇ ଜଙ୍ଗଲ ପର୍ଯ୍ୟନ୍ତ ଏହି ନିଆଁ ଲାଗିଛି। ସୂଚନା ମୁତାବକ ଏଯାବତ 856ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଏଥିମଧ୍ୟରୁ 756ଟି ସ୍ଥାନର ନିଆଁକୁ ଆୟତ୍ତ କରାଯାଇଛି। ସେହିପରି କେବଳ ନିଆଁ ଲିଭାଇବା ପାଇଁ 110 ଜଣଙ୍କୁ ସ୍ଵତନ୍ତ୍ର ଭାବରେ ନିଯୁକ୍ତି ଦିଆ ଯାଇଛି। ଏହାକୁ ନେଇ ବନ ବିଭାଗ ସୂଚନା ଦେଇଛି।

ତେବେ ବାକିଥିବା ଜଙ୍ଗଲ ନିଆଁକୁ କେବେ ଆୟତ୍ତ ତାହାରି ଉପରେ ସଭିଙ୍କ ନଜର ରହିଛି। ଏହାକୁ ନେଇ ବନ ବିଭାଗ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.