ETV Bharat / state

ବିଭିନ୍ନ ଦାବି ନେଇ 4 ଗ୍ରାମର ଲୋକଙ୍କ ଭୋଟ ବର୍ଜନ - ଭୋଟ ବର୍ଜନ

ରାଜ୍ୟରେ ଖୁବ୍‌ ଜୋରସୋରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବିଭିନ୍ନ ସ୍ଥାନରେ ଲୋକେ ପ୍ରଥମ ପର୍ଯ୍ୟାୟ ପରି ବେଶ୍‌ ଉତ୍ସାହର ସହ ମତଦାନ ପ୍ରକ୍ରିୟାରେ ଭାଗ ନେଇଛନ୍ତି । ହେଲେ ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ଲୋଇସିଂହା ବିଧାନସଭା ମଣ୍ଡଳୀର 4ଟି ଗାଁର ଲୋକେ ବର୍ଜନ କରିଛନ୍ତି ଭୋଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Apr 18, 2019, 6:18 PM IST

ବଲାଙ୍ଗୀର: ରାଜ୍ୟରେ ଖୁବ୍‌ ଜୋରସୋରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବିଭିନ୍ନ ସ୍ଥାନରେ ଲୋକେ ପ୍ରଥମ ପର୍ଯ୍ୟାୟ ପରି ବେଶ୍‌ ଉତ୍ସାହର ସହ ମତଦାନ ପ୍ରକ୍ରିୟାରେ ଭାଗ ନେଇଛନ୍ତି । ହେଲେ ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ଲୋଇସିଂହା ବିଧାନସଭାମଣ୍ଡଳୀର 4ଟି ଗାଁର ଲୋକେ ବର୍ଜନ କରିଛନ୍ତି ଭୋଟ । ଦୀର୍ଘ ଦିନ ଧରି ସରକାର ସେମାନଙ୍କ ଦାବି ପୂରଣ କରୁ ନଥିବାରୁ କ୍ଷୁବ୍ଧ ହୋଇ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଲୋଇସିଂହା ବିଧାନସଭାମଣ୍ଡଳୀର ବନ୍ଦପାଲି, ହଲଦିପଦର, ଭଇଁସାପାଲି ଓ ବବଜା ଗ୍ରାମର ଲୋକେ ଦାବି ପୂରଣ ନହେବାରୁ ଭୋଟ ବର୍ଜନ କରିଛନ୍ତି । ତେବେ ବନ୍ଦପାଲି ଓ ହଲଦିପଦର ଗାଁ ଲୋକଙ୍କ କହିବା ଅନୁଯାୟୀ ସେମାନଙ୍କ ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ଏନେଇ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ହେଉନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେହିପରି ଆଗଲପୁର ବ୍ଲକସ୍ଥିତ ବବଜା ଗ୍ରାମର ଲୋକେ ବୁଥ୍‌ ଅନ୍ୟତ୍ର କରାଯାଇଥିବାରୁ ଭୋଟବର୍ଜନ କରିଥିବା ଜଣାପଡିଛି । ଅନ୍ୟପଟେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ନୂଆ କରି ରେଳସେବା ଆରମ୍ଭ ହୋଇଛି । ତେଣୁ ଏହି ରେଳୱେ ଷ୍ଟେସନର ନାଁ ବିଛୁପାଲି ପରିବର୍ତ୍ତେ ଭଇଁସାପାଲି କରିବା ଦାବିରେ ଭଇଁସାପାଲି ଗ୍ରାମବାସୀ ମଧ୍ୟ ଭୋଟବର୍ଜନ କରିଛନ୍ତି । ଏଥିସହ ରେଲୱେ ଷ୍ଟେସନ ନିର୍ମାଣ ପାଇଁ ଲୋକେ ହରାଇଥିବା ଜମିବାଡିର କ୍ଷତିପୂରଣ ଏଯାଏଁ ଠିକରେ ପାଇ ନଥିବାର ଅଭିଯୋଗ ଆଣି ଭୋଟବର୍ଜନ କରିଛନ୍ତି ।

ତେବେ ଗାଁରେ ଥିବା ବୁଥ୍‌ରେ ପୋଲିଂ କର୍ମଚାରୀଙ୍କ କହିବା ଅନୁଯାୟୀ ଏଯାଏଁ ବୁଥ୍‌ରେ ମାତ୍ର ଜଣେ ମତଦାନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.