ETV Bharat / state

ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ପରିବହନ ବ୍ୟବସ୍ଥା ଠପ୍, ପ୍ରଭାବିତ ବଲାଙ୍ଗୀରବାସୀ - ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

Steering wheel protest called off: ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ହେଲେ 3 ଦିନ ଧରି ଆନ୍ଦୋଳନ ନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ବଲାଙ୍ଗୀରବାସୀ । ଅଧିକ ପଢନ୍ତୁ

steering wheel protest
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ
author img

By ETV Bharat Odisha Team

Published : Jan 7, 2024, 9:57 AM IST

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ

ବଲାଙ୍ଗୀର: ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍ ଆଇନ ଓ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୩ ଦିନ ଧରି ଚାଲିଥିଲା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ହେଲେ ଗତକାଲି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ତେବେ ଆନ୍ଦୋଳନ ଯୋଗୁଁ ସମସ୍ତ ବ୍ୟବସ୍ଥା ବିଗିଡି ଥିବାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବଲାଙ୍ଗୀରବାସୀ ।

ଯୋଗାଣ ବ୍ୟବସ୍ଥା ଠପ୍ ଯୋଗୁଁ ଏହି ସମସ୍ୟା ହୋଇଥିବା ବେଳେ ଆସନ୍ତାକାଲି ଠାରୁ ସବୁକିଛି ସ୍ବାଭାବିକ ବୋଲି ଜଣାପଡିଛି । ସାରା ଭାରତ ତଥା ଓଡ଼ିଶାରେ ଡ୍ରାଇଭର ସଂଘ ସରକାରଙ୍କ ନୂଆ ଆଇନକୁ ବିରୋଧ କରି ଦୁଇ ଦିନ ହେଲା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଥିଲେ । ଏପରିକି ସବୁଠି ଡ୍ରାଇଭରମାନେ ଧାରଣା ମଧ୍ୟ ଦେଇଥିଲେ । ଏମାନଙ୍କ ଆନ୍ଦୋଳନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଯାହା ପାଇଁ ଲୋକେ ଏଠି ହନ୍ତସନ୍ତ ହୋଇଥିଲେ ।

ଆନ୍ଦୋଳନର ଦ୍ଵିତୀୟ ଦିନରେ ପେଟ୍ରୋଲିୟମ ଯୋଗାଣ ବନ୍ଦ ହୋଇଯିବାରୁ ଲୋକେ ପେଟ୍ରୋଲ ଡିଜେଲ ପାଇଁ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ସେହିପରି ବଲାଙ୍ଗୀର ଜିଲ୍ଲାର 90 ପ୍ରତିଶତ ତେଲ ଟାଙ୍କିରେ ତେଲ ସରି ଯାଇଥିବାରୁ କିଛି ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟ ସରକାର ପୂରଣ କଲେ ଦାବି, ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ଏହା ମଧ୍ୟ ପଢନ୍ତୁ- ସ୍ଥଗିତ ହୋଇନି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ସନ୍ଧ୍ୟାରେ ନିଷ୍ପତ୍ତି ନେବ ସଙ୍ଘ

ପ୍ରକାଶ ଥାଉକି, କେନ୍ଦ୍ରୀୟ ଆଇନକୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ଟ୍ରକ ଡ୍ରାଇଭରଙ୍କ ସହ ଶନିବାରଠାରୁ ଆନ୍ଦୋଳନରେ ସାମିଲ ହୋଇଥିଲେ ବସ ଡ୍ରାଇଭର । ଯାହାପାଇଁ ସାରା ରାଜ୍ୟରେ ବସ ଚଳାଚଳ ପ୍ରଭାବିତ ହୋଇଛି । ଡ୍ରାଇଭର ଗାଡି ଛାଡି ଆନ୍ଦୋଳନରେ ସାମିଲ ହୋଇଥିବାରୁ ପରିବହନ ସେବା ସମ୍ପୂର୍ଣ୍ଣ ଠପ ହୋଇଥିଲା । ଡ୍ରାଇଭରମାନଙ୍କ 3 ଦିନ ଧରି ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ପରିବହନ ସେବା ପ୍ରଭାବିତ ହୋଇଛି । କେନ୍ଦ୍ର ସରକାରଙ୍କ ନୂତନ ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ରାଜ୍ୟରେ ଟ୍ରକ ଓ ବସ୍ ଡ୍ରାଇଭର ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.