ETV Bharat / state

ନେତାଙ୍କ ଘନିଷ୍ଠ ସହଯୋଗୀଙ୍କ ଘରୁ ମିଳିଲା PDS ଚାଉଳ

ବଲାଙ୍ଗୀର ଜିଲ୍ଲା ବିଜେଡି ସମ୍ପାଦକ ତଥା ବିଧାୟକ ସରୋଜ ମେହେରଙ୍କ ଘନିଷ୍ଠ ସୁଶିଲ ସିଂହଙ୍କ ଘରୁ ଏହି PDS ଚାଉଳ ଜବତ । ଅଧିକ ପଢନ୍ତୁ...

author img

By

Published : Jul 15, 2021, 9:30 AM IST

ନେତାଙ୍କ ଘରୁ ପିଡିଏସ ଚାଉଳ ଜବତ
ନେତାଙ୍କ ଘରୁ ପିଡିଏସ ଚାଉଳ ଜବତ

ବଲାଙ୍ଗୀର: ଜିଲ୍ଲାର ଜଣେ ପୁରୁଖା ନେତାଙ୍କ ଘରୁ ଜବତ ହେଲା ବିପୁଳ ପରିମାଣର PDS ଚାଉଳ । ଯାହାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ରାଜନୀତି ମଧ୍ୟ ତେଜ୍ ହୋଇଛି । ବଲାଙ୍ଗୀର ଜିଲ୍ଲାର ଲାଠର ଗ୍ରାମରେ ରହୁଥିବା ବଲାଙ୍ଗୀର ଜିଲ୍ଲା ବିଜେଡି ସମ୍ପାଦକ ତଥା ବିଧାୟକ ସରୋଜ ମେହେରଙ୍କ ଘନିଷ୍ଠ ସୁଶିଲ ସିଂହଙ୍କ ଘରୁ ଏହି PDS ଚାଉଳ ଜବତ ହୋଇଛି ।

ନେତାଙ୍କ ଘରୁ ପିଡିଏସ ଚାଉଳ ଜବତ

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ଯୋଗାଣ ବିଭାଗ ତାଙ୍କ ଘରେ ଚଢ଼ାଉ କରି 83 ବସ୍ତା PDS ଚାଉଳ ଜବତ କରିଥିଲା । ତେବେ ଏହି ବିଜେଡି ନେତାଙ୍କ ସ୍ତ୍ରୀ ପିଙ୍କି ଅଗ୍ରୱାଲ ମଧ୍ୟ ଗୋଟିଏ SHGର ସଭାପତି ହୋଇଥିବା ବେଳେ ସେ ଛତୁଆ ନିର୍ମାଣ ଓ ଯୋଗାଣ ଦାୟିତ୍ବରେ ଅଛନ୍ତି । ଏହି ଚାଉଳ ସେ ଛତୁଆରେ ମିଶା ଯାଉଥିବାର ମଧ୍ୟ ଅଭିଯୋଗ ଆସିଛି ।

ସେପଟେ ଏହି ଘଟଣା ପରେ ବିଜେପି ଦଳ ସିଧାସଳଖ ବିଧାୟକ ସରୋଜ ମେହେର ଓ ବିଜେଡି ଦଳକୁ ଦୋଷାରୋପ କରିଛନ୍ତି । ଏବଂ ଏମାନଙ୍କ ଛତ୍ର ଛାୟା ତଳେ ଏହି ଚାଉଳ ଦୁର୍ନୀତି ହେଉଥିବାର ବିଜେପି ଅଭିଯୋଗ କରିଛି । ସେହିପରି ସରକାର ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆନ୍ତୁ ବୋଲି ବିଜେପି ଦାବି କରିଛି ।

ସେପଟେ ବଲାଙ୍ଗୀର ଯୋଗାଣ ବିଭାଗ ଏହି ବିଜେଡି ନେତାଙ୍କ ଘରୁ ଚାଉଳ ଜବତ କରିବା ପରେ ନେତାଙ୍କ ନାଁରେ ଏକ ମାମଲା ରୁଜୁ କରିଥିବାର କହିଛି । ଏବଂ ସମାନ ଭାବରେ ସଂପୃକ୍ତ ଛତୁଆ ପ୍ରସ୍ତୁତକାରୀ SHG ଉପରେ ମଧ୍ୟ ତଦନ୍ତ ଜାରି ରହିଥିବାର ବିଭାଗ କହିଛି । ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ବିଭାଗ କହିଛି । ତେବେ ଏଭଳି ଅଭିଯୋଗରେ ଜିଲ୍ଲା ପ୍ରଶାସନ ନେତାଙ୍କୁ ଘଣ୍ଟ ଘଡ଼ାଉଛି ନା ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.