ETV Bharat / state

ମିର୍ଧାପାଲି ଗ୍ରାମରେ ପିଡ଼ିଏସ କିରୋସିନ ଦୁର୍ନୀତି ଅଭିଯୋଗ

ମିର୍ଧାପାଲି ଗ୍ରାମରେ କିରୋସିନ ଦୁର୍ନୀତିର ଅଭିଯୋଗ କରିଛନ୍ତି ଗ୍ରାମବାସୀ। କିରୋସିନରେ ବ୍ୟାପକ ମାରଣ ତାରଣ କରିବାସହ କାର୍ଡ ପିଛା ଏକ ଲିଟର କମ କିରୋସିନ ବଣ୍ଟନ କରୁଥିବା ଅଭିଯୋଗ ହୋଇଛି ।

ମିର୍ଧାପାଲି ଗ୍ରାମରେ ପିଡ଼ିଏସ କିରାସିନି ଦୁର୍ନୀତି ଅଭିଯୋଗ

author img

By

Published : Aug 7, 2020, 8:11 AM IST

ବଲାଙ୍ଗୀର: ମିର୍ଧାପାଲି ଗ୍ରାମରେ କିରୋସିନ ଦୁର୍ନୀତିର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ମିର୍ଧାପାଲି ଗ୍ରାମରେ ଗୋଟିଏ ଏସଏଚଜି ଗ୍ରୁପ ପିଡ଼ିଏସ କିରାସିନି ବଣ୍ଟନ ପାଇଁ ନିଯୁକ୍ତି ପାଇଛି। ତେବେ ଏହି ଗ୍ରୁପ କିରୋସିନରେ ବ୍ୟାପକ ମାରଣ ତାରଣ କରିବାସହ କାର୍ଡ ପିଛା ଏକ ଲିଟର କମ କିରୋସିନ ବଣ୍ଟନ କରୁଥିବା ଅଭିଯୋଗ ହୋଇଛି ।

ମିର୍ଧାପାଲି ଗ୍ରାମରେ ପିଡ଼ିଏସ କିରାସିନି ଦୁର୍ନୀତି ଅଭିଯୋଗ

ସେହିପରି ଲିଟର ପିଛା 32 ଟଙ୍କାରେ କିରୋସିନ ବିକ୍ରି କରୁଛି ଯାହା ସରକାରଙ୍କ ଧାର୍ଯ୍ୟ ମୂଲ୍ୟରୁ ଅଧିକ ଅଟେ। ତେବେ ଏହାକୁ ବିରୋଧ କରି ଗ୍ରାମବାସୀ ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏବଂ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ଯୋଗାଣ ବିଭାଗ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ କରିବ ବୋଲି କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.