ETV Bharat / state

ଲାୟନ୍ ପବ୍ଲିକ ସ୍କୁଲରେ ୪୫ ଲକ୍ଷ ଟଙ୍କା ଲୁଟ ଘଟଣା: ଜେଲ୍ ଗଲା ଅଭିଯୋଗକାରୀ

author img

By

Published : Dec 25, 2022, 9:02 PM IST

ଲକ୍ଷେ ନୁହେଁ କି ୨ ଲକ୍ଷ । ୪୫ ଲକ୍ଷ ଟଙ୍କାର ହୋଇଛି ହେରଫେର । ଏହି ଘଟଣାରେ ବଲାଙ୍ଗୀର ପାଟଣାଗଡ଼ସ୍ଥିତ ଲାୟନ୍ ପବ୍ଲିକ ସ୍କୁଲର କେସିଅର ମନୋରଞ୍ଜନ ଠାକୁରଙ୍କ ସହ ସ୍କୁଲର ପୂର୍ବତନ ସଭାପତି ମନୋଜ ନନ୍ଦକୁ ଗିରଫ କରିଛି ପୋଲିସ। ଅଧିକ ପଢ଼ନ୍ତୁ

Patnagarh lions Public School 45 Lakhs Loot
ଲାୟନ୍ ପବ୍ଲିକ ସ୍କୁଲରେ ଲୁଟ
ଲାୟନ୍ ପବ୍ଲିକ ସ୍କୁଲରେ ଲୁଟ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ସ୍ଥିତ ଲାୟନ୍ ପବ୍ଲିକ ସ୍କୁଲରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ସ୍କୁଲର କେସିଅର ଏବଂ ପୂର୍ବତନ ସଭାପତି ଉଭୟ ମିଶି ବ୍ୟାପକ ଟଙ୍କାର ହେରଫେର କରିଛନ୍ତି । ଏହି ଘଟଣାରେ ପୋଲିସ କ୍ୟାସିଅର ମନୋରଞ୍ଜନ ଠାକୁର ଓ ସ୍କୁଲର ପୂର୍ବତନ ସଭାପତି ମନୋଜ ନନ୍ଦକୁ ଗିରଫ କରିଛି।

ସ୍କୁଲର କ୍ୟାସିଅର ମନରଞ୍ଜନ ଠାକୁର ପାଟଣାଗଡ଼ ଥାନାରେ ଗତ ନଭେମ୍ବର ମାସରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କଠୁ ଚେକ୍ ଓ ନଗଦ ଟଙ୍କା ମାଧ୍ୟମରେ ସ୍କୁଲର ସଭାପତି ମନୋଜ ନନ୍ଦ ୪୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ମାଗିଲେ ମଧ୍ୟ ଟଙ୍କା ଫେରସ୍ତ କରିନଥିଲେ । ଟଙ୍କା ଫେରସ୍ତ ନହେବାରୁ ସ୍କୁଲ ସଭାପତିଙ୍କ ନାଁରେ ଟଙ୍କା ହେରଫେର କରିଥିବା ନେଇ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଉଭୟ କ୍ୟାସିଅର ଓ ସଭାପତି ଟଙ୍କା ହଡ଼ପ କରିଥିବା ପୋଲିସ ପ୍ରମାଣ ପାଇଥିଲା । ଯାହାପରେ ପୋଲିସ ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.