ETV Bharat / state

ଆଲବମ ଅଭିନେତା ସଞ୍ଜିତ ପୁରୋହିତଙ୍କ ପରଲୋକ - ବଲାଙ୍ଗୀର କଣ୍ଟାବାଞ୍ଜିର ସଞ୍ଜିତ ପୁରୋହିତ

ଆଲବମ ଅଭିନେତା ସଞ୍ଜିତ ପୁରୋହିତଙ୍କ ପରଲୋକ । ଓଡ଼ିଆ ସିନେ ଜଗତ ପାଇଁ ଦୁଃଖ ଖବର । ଆଲବମ ଅଭିନେତା ସଞ୍ଜିତ ପୁରୋହିତ ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ନିମନ୍ତେ ମେଡିକାଲ୍ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଧିକ ପଢ଼ନ୍ତୁ

ଆଲବମ ଅଭିନେତା ସଞ୍ଜିତ ପୁରୋହିତଙ୍କ ପରଲୋକ
ଆଲବମ ଅଭିନେତା ସଞ୍ଜିତ ପୁରୋହିତଙ୍କ ପରଲୋକ
author img

By

Published : Sep 6, 2022, 8:38 PM IST

Updated : Sep 6, 2022, 9:13 PM IST

ବଲାଙ୍ଗୀର : ବଲାଙ୍ଗୀର ଯୁବ ଓଡ଼ିଆ ତଥା ସମ୍ବଲପୁରୀ ଅଭିନେତା ସଞ୍ଜିତ ପୁରୋହିତ ଆଉ ନାହାଁନ୍ତି । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ହୋଇଛି । କଣ୍ଟାବାଞ୍ଜି ସହରର ସଞ୍ଜିତ ପୁରୋହିତ ଜଣେ ଅଭିନେତା ଭାବରେ ଅନେକ ସମ୍ବଲପୁରୀ, ନାଗପୁରି ଓ ଛତିଶଗଡ଼ ଆଲବମରେ ଅଭିନୟ କରିଛନ୍ତି । ଏପରିକି ଓଡ଼ିଶାରେ ସେ ବିଭିନ୍ନ ଧାରାବାହିକରେ ମଧ୍ୟ କାମ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଆଲବମ ଅଭିନେତା ସଞ୍ଜିତ ପୁରୋହିତଙ୍କ ପରଲୋକ

ସୂଚନା ଅନୁଯାୟୀ, ଅଭିନେତା ସଞ୍ଜିତ ଆଜି କଣ୍ଟାବାଞ୍ଜି ନିଜ ଘରେ ଥିବାବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏନେଇ ପରିବାର ଲୋକେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ସ୍ଥିତ ଏକ ଘରୋଇ କ୍ଲିନିକ୍ ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ ଆଣିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଜଣେ ଯୁବ ଅଭିନେତାଙ୍କୁ ହରାଇ ତାଙ୍କ ଶୁଭେଚ୍ଛୁ ମାନେ ମର୍ମାହତ ହୋଇଛନ୍ତି । ଏନେଇ ବଲାଙ୍ଗୀର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ଜଣେ ଅଭିନେତା ଭାବେ ବଲାଙ୍ଗୀରରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ନିଖୁଣ ଅଭିନୟ ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକ ପ୍ରିୟତା ହାସଲ କରିଛନ୍ତି । ମୃତ ସଞ୍ଜିତ 40ରୁ ଅଧିକ ଓଡ଼ିଆ ଓ ସମ୍ବଲପୁରୀ ଭିଡିଓ ଆଲବମ କରି ସମସ୍ତଙ୍କ ମନ ଜିଣିଥିଲେ । ଶାମୁକା, ରେ ଶ୍ରାବନ, ଇଟିଲି ବାଲି, କହିବ କି ପ୍ରେମ କାହିଁକି ହୁଏ, ଝରନା ପାଣି, ପ୍ରେମରେ ସବୁଠୁ ଦାମୀ ଗହଣା ଭଳି ଗୀତରେ ଅଭିନୟ କରି ଓଡ଼ିଆ ସିନେ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଜଣାଶୁଣା ସମ୍ବଲପୁରୀ ଅଭିନେତା ତଥା ମେଗା ଧାରାବାହିକ ଅଭିନେତା ସଞ୍ଜିତ ପୁରୋହିତଙ୍କ ଆଜି ମୃତ୍ୟୁ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା । ପୂର୍ବରୁ ସେ କୌଣସି ଅଜଣା ରୋଗରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିଲେ । ହେଲେ ଆଜି ସକାଳେ ସବୁ କିଛି ଠିକ ଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା । ଆଉ ଏହାର କିଛି ସମୟ ପରେ ସବୁ ଦିନ ପାଇଁ ଆଖି ବୁଝି ଦେଇଥିଲେ ଅଭିନେତା ଅଭିନେତା ସଞ୍ଜିତ । ଆଶ୍ରମପଡା ସ୍ଥିତ ଶ୍ମସାନ ଘାଟରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି । ଅଭିନେତା ସଞ୍ଜିତଙ୍କୁ ହରାଇ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 6, 2022, 9:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.