ETV Bharat / state

ଶିକ୍ଷାର ବିକାଶ ପାଇଁ ଶପଥ ପତ୍ର ଦିଅନ୍ତୁ ରାଜନୈତିକ କର୍ମୀ: ଅଭିଭାବକ ମହାସଙ୍ଘ - ଶିକ୍ଷାର ବିକାଶ ପାଇଁ ଅଭିଭାବକ ମହାସଙ୍ଘର ନିଷ୍ପତ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ଶିକ୍ଷାର ବିକାଶ ପାଇଁ ଘରେ ଘରେ ଶପଥ ପତ୍ର ଦାଖଲ କରିବାକୁ ଦାବି କଲା ରାଜ୍ୟ ଅଭିଭାବକ ସଙ୍ଘ । ଅଧିକ ପଢନ୍ତୁ

ଶିକ୍ଷାର ବିକାଶ ପାଇଁ ଶପଥ ପତ୍ର ଦିଅନ୍ତୁ ରାଜନୈତିକ କର୍ମୀ: ଅଭିଭାବକ ମହାସଙ୍ଘ

author img

By

Published : Jan 25, 2022, 8:59 PM IST

ବଲାଙ୍ଗୀର: ପ୍ରତ୍ୟେକ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ଶିକ୍ଷାର ବିକାଶ ପାଇଁ ଘରେ ଘରେ ଶପଥ ପତ୍ର ଦାଖଲ କରିବାକୁ ଦାବି କଲା ରାଜ୍ୟ ଅଭିଭାବକ ସଙ୍ଘ । ନିର୍ବାଚନରେ ଶିକ୍ଷାକୁ ଗୁରୁତ୍ଵ ଦେବା ସହ ରାଜନୀତିକ ଏଜେଣ୍ଡା ଦେବାକୁ ଦାବି କରିଛି । ଶିକ୍ଷାର ବିକାଶ ପାଇଁ ସମସ୍ତ ପ୍ରାର୍ଥୀ ଏହି ଘୋଷଣାପତ୍ରକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଛି ।

ଶିକ୍ଷାର ବିକାଶ ପାଇଁ ଶପଥ ପତ୍ର ଦିଅନ୍ତୁ ରାଜନୈତିକ କର୍ମୀ: ଅଭିଭାବକ ମହାସଙ୍ଘ

ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ବଲାଙ୍ଗୀର ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ରଖିଛି ଅଭିଭାବକ ସଙ୍ଘ । ସ୍ଥାନୀୟ ନେତା ତଥା ତୃଣମୂଳ ସ୍ତରରେ ନେତାମାନେ ଚାହିଁଲେ ଶିକ୍ଷାର ବିକାଶ ହୋଇ ପାରିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ବିଶେଷ କରି ଛାତ୍ରଛାତ୍ରୀ ଅଭାବ ଥିବା କାରଣରୁ ବନ୍ଦ ସ୍କୁଲ କିମ୍ବା ଅନ୍ୟ ସ୍କୁଲ ସହ ମିଶ୍ରଣ ଯୋଗୁଁ ଶିକ୍ଷା ବାଧା ପ୍ରାପ୍ତ ହୋଇଛି । ଏଭଳି ସ୍ଥଳେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବିଦ୍ୟାଳୟ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଏଥିପାଇଁ ପବ୍ଲିକ ଘୋଷଣାପତ୍ର ଦିଅନ୍ତୁ ବୋଲି କହିଛନ୍ତି ।

ଯେଉଁଭଳି ଭାବରେ ଗାଁ ତଥା ପଞ୍ଚାୟତର ବିକାଶ ପାଇଁ ପ୍ରତିଶ୍ରୁତି ରଖୁଛନ୍ତି, ସେହିପରି ଭାବରେ ଶିକ୍ଷାର ବିକାଶ ପାଇଁ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ପବ୍ଲିକ ଘୋଷଣାପତ୍ର ଦେଇ ପ୍ରତିଶୃତି ଦିଅନ୍ତୁ । ଏଥିସହ ଘରୋଇ ସ୍କୁଲରେ ଶିକ୍ଷା ଅଧିକାର ଆଇନତଃ ୨୫ ପ୍ରତିଶତ ଗରିବ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ପାଠ ପଢ଼ାଇବା ପାଇଁ ଦାବି କରିଛି ସଙ୍ଘ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.