ETV Bharat / state

ନିଲାମ ନାକଚ: ବିଲେଇସର୍ଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ହେବ ନିର୍ବାଚନ

author img

By

Published : Jan 27, 2022, 5:50 PM IST

ବଲାଙ୍ଗୀରରେ ସରପଞ୍ଚ ପଦବୀକୁ 44 ଲକ୍ଷ ଟଙ୍କାରେ ନିଲାମ ଅଭିଯୋଗ ଘଟଣା। ତହସିଲଦାରଙ୍କ କୋର୍ଟରେ ହାଜର ହେଲେ ସଂପୃକ୍ତ ଗ୍ରାମବାସୀ । କୌଣସି ବେଆଇନ କାମ ନକରିବାକୁ ଦେଲେ ଲିଖିତ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ନିଲାମ ନାକଚ
ନିଲାମ ନାକଚ

ବଲାଙ୍ଗୀର: ବଲାଙ୍ଗୀରରେ ସରପଞ୍ଚ ପଦବୀକୁ 44 ଲକ୍ଷ ଟଙ୍କାରେ ନିଲାମ ଅଭିଯୋଗ ଘଟଣା। ତହସିଲଦାରଙ୍କ କୋର୍ଟରେ ହାଜର ହେଲେ ସଂପୃକ୍ତ ଗ୍ରାମବାସୀ । କୌଣସି ବେଆଇନ କାମ ନକରିବାକୁ ଦେଲେ ଲିଖିତ ପ୍ରତିଶ୍ରୁତି । କିଛି ଦିନ ତଳେ ବଲାଙ୍ଗୀ ଜିଲ୍ଲା ବିଲେଇସର୍ଡା ଗ୍ରାମରେ ସରପଞ୍ଚ ପଦବୀ ପାଇଁ 44 ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ଅଭିଯୋଗ ଆସିଥିଲା। ଯାହା ପରେ ଜିଲ୍ଲା ପ୍ରଶାସନ ଏହା ଉପରେ ସବିଶେଷ ତଦନ୍ତ କରିଥିଲା। ଏହାକୁ ନେଇ ପୋଲିସ ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଥିଲା। ତେବେ ଏହି ଘଟଣାରେ ଆଜି ସଂପୃକ୍ତ ଗ୍ରାମବାସୀ ବଲାଙ୍ଗୀର ପୁଇଁନ୍ତଲା ତହସିଲଦାରଙ୍କ କୋର୍ଟରେ ହାଜର ହୋଇଛନ୍ତି।

ନିଲାମ ନାକଚ, ବିଲାଇସର୍ଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ହେବ ନିର୍ବାଚନ

ଅଭିଯୋଗ ଅନୁସାରେ ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ପଞ୍ଚାୟତରେ ସରପଞ୍ଚ ପଦବୀକୁ ନେଇ ଗାଁ ମନ୍ଦିର କମିଟି ନିଲାମ ଡାକିଥିଲା । ଯେଉଁଥିରେ ଜଣେ ସରପଞ୍ଚ ପ୍ରାର୍ଥି 44 ଲକ୍ଷ ଟଙ୍କାରେ ନିଲାମ ପାଇଥିଲେ । ଏହାସହ ସରପଞ୍ଚ ପଦବୀକୁ ସେ ହାସଲ କରିଥିବାର ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

ସେପଟେ ପରବର୍ତ୍ତୀ ସମୟରେ ଗ୍ରାମବାସୀ ତଥା ମନ୍ଦିର କମିଟି ସରପଞ୍ଚ ପଦବୀକୁ ସମସ୍ତଙ୍କ ସହମତିରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ବାଛିଥିବା ବେଳେ ସେ ବ୍ୟକ୍ତି ଖୁସିରେ 44 ଲକ୍ଷ ନୁହେଁ ବରଂ 44 ହଜାର ଟଙ୍କା ମନ୍ଦିର କମିଟିକୁ ଦେବାପାଇଁ ଆଲୋଚନା ହୋଇଥିବାର କହିଥିଲେ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇସାରିଛନ୍ତି ।

ଅନ୍ୟପଟେ ପୁଇଁନ୍ତଲା ପୋଲିସ ଏହାକୁ ନେଇ ପୁଇଁନ୍ତଲା ତହସିଲକୋର୍ଟରେ 107 ସିଆର ପିସିରେ ମାମଲା ରୁଜୁ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ସଂପୃକ୍ତ 12 ଜଣ ଗ୍ରାମବାସୀ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଆଗକୁ କୌଣସି ବେଆଇନ କାମ ନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.