ETV Bharat / state

Panchayat Poll: ବଲାଙ୍ଗୀରରେ ରାଜନୀତି ମୈଦାନରେ ଏଥର ଅଧକାଂଶ ଯୁବନେତୃତ୍ବ - ବଲାଙ୍ଗୀର ପଞ୍ଚାୟତ ନିର୍ବାଚନ ଅପଡେଟ

ବଲାଙ୍ଗୀର ଚଳିତ ପଞ୍ଚାୟତ ନିର୍ବାଚନରେ ଯୁବପୀଢ଼ିଙ୍କ ନିର୍ବାଚନରେ ସିଧାସଳଖ ଭାଗ ନେବା ପରିଲକ୍ଷିତ ହୋଇଛି । ଏଠି ପୁରୁଣା ପରମ୍ପରା ବା ପୁରୁଖା ନେତାଙ୍କୁ ପଛରେ ପକାଇ ‘‘ମୁଁ ବି ନେତା ହେବି’’ ଉଦ୍ଦେଶ୍ୟରେ ଏଠିକାର ଯୁବପିଢି । ଅଧିକ ପଢନ୍ତୁ

Panchayat Poll: ପଞ୍ଚାୟତ ନିର୍ବାଚନ ମୁହାଁ ଯୁବପିଢି

author img

By

Published : Feb 4, 2022, 10:45 PM IST

ବଲାଙ୍ଗୀର: ବଲାଙ୍ଗୀର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ଗାଁ ଠୁ ସହର । ନାମାଙ୍କନ ପରେ ଏବେ ସବୁ ନେତା ଗାଁ ମୁହାଁ । ତେବେ ପୂର୍ବରୁ ରାଜନୀତି କହିଲେ କିଛି ସୀମିତ ଲୋକ ବା ପରିବାର ମଧ୍ୟରେ ସୀମିତ ରହିଆସୁଥିଲା । କିଛି ବିଶିଷ୍ଟ ରାଜନେତା ହିଁ ରାଜନୀତିରେ ରହି ନିର୍ବାଚନ ଲଢି ଆସୁଥିଲେ । ହେଲେ ଏବେକାର ବ୍ୟବସ୍ଥା ଓ ରାଜନୈତିକ ସଚେତନତା ପରେ ବଲାଙ୍ଗୀରରେ ଏହି ପରମ୍ପରା ଭାଙ୍ଗିଛି । ଏଥର ପ୍ରଥମ କରି ପଞ୍ଚାୟତ ନିର୍ବାଚନରେ ବହୁଳ ଭାବରେ ଯୁବପିଢ଼ି ଆକୃଷ୍ଟ ହୋଇଛନ୍ତି । କେବଳ ଆକୃଷ୍ଟ ହୋଇନାହାନ୍ତି ସେମାନେ ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ପ୍ରତିଦ୍ବନ୍ଦିତା ମଧ୍ୟ କରୁଛନ୍ତି । ତେବେ ସୂଚନା ଅନୁସାରେ ଏଥର ବଲାଙ୍ଗୀର ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଜୋନ୍ ପାଇଁ ମୋଟ 9 ହଜାର 543 ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ।

Panchayat Poll: ପଞ୍ଚାୟତ ନିର୍ବାଚନ ମୁହାଁ ଯୁବପିଢି

ତେବେ ଏମାନଙ୍କ ମଧ୍ୟରେ ଯୁବକ ଯୁବତୀଙ୍କ ସଂଖ୍ୟା ପ୍ରାୟ 40 ପ୍ରତିଶତ ହେବ ବୋଲି ଜଣାପଡିଛି । ସେହିପରି ଏହି ଯୁବପୀଢ଼ି ‘‘ମୁଁ ବି ନେତା ହେବି’’ ଉଦ୍ଧେଶ୍ୟରେ ଆଗକୁ ଗୋଡ କାଢିଥିବା ବେଳେ ଲୋକଙ୍କ ସେବାକୁ ସମସ୍ତେ ପ୍ରାଧାନ୍ୟ ଦେଉଛନ୍ତି । ଏହିପରି ବଲାଙ୍ଗୀର ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଆଶା ନେଇ ଜଣେ ଯୁବ ସମାଜ ସେବୀ ନୀତିଶ ଅଗ୍ରୱାଲ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି । ହୀରାପୁର ପଞ୍ଚାୟତରୁ ସେ ପଞ୍ଚାୟତ ସମିତି ଭାବରେ ଲଢ଼ୁଥିବା ବେଳେ ଏବେଠୁ ରାଜନୀତିରେ ସେ ଗୋଟି ଚଳାଇବା ଆରମ୍ଭ କଲେଣି ।

ତେବେ ଅଳ୍ପ ବୟସ ହେଲେ ମଧ୍ୟ ସେ ବ୍ଲକକୁ ହାତେଇ ଅଞ୍ଚଳବାସୀଙ୍କ ସେବା କରିବେ ବୋଲି କହିଛନ୍ତି । ସମାନ ଭାବରେ ଏହି ବ୍ଲକରେ ଆଜି ପର୍ଯ୍ୟନ୍ତ ହୋଇ ଆସିଥିବା ଦୁର୍ନୀତିକୁ ମଧ୍ୟ ସେ ଲୋକଙ୍କ ସାମ୍ନାକୁ ଆଣିବେ ବୋଲି କହିଛନ୍ତି । ନୀତିଶ ଅଗ୍ରୱାଲ ଉଦାହରଣ ହୋଇଥିବା ବେଳେ ଏଥର ଜିଲ୍ଲାରେ ତାଙ୍କ ଭଳି ଅନେକ ଯୁବକ ନେତା ହେବାକୁ ଆଶା ରଖିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.