ETV Bharat / state

ସରିଲା ପାହୁର ଯାତ୍ରା, କାଲି ମା’ଙ୍କୁ ଲାଗି ହେବ ନବାନ୍ନ - ବଲାଙ୍ଗୀର

ମଙ୍ଗଳବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ବଲାଙ୍ଗୀରରେ ଧୂମଧାମରେ ସମ୍ପନ୍ନ ହୋଇଛି ପାହୁର ଯାତ୍ରା । ମଙ୍ଗଳବାର ଇଷ୍ଟଦେବୀ ମା’ ସମଲେଶ୍ବରୀ ଓ ପାଟଣେଶ୍ବରୀଙ୍କ ଠାରେ ନବାନ୍ନ ଲାଗିବା ପରେ ନୂଆଁ ଖାଇବେ ବଲାଙ୍ଗୀରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 2, 2019, 11:05 PM IST

ବଲାଙ୍ଗୀର: ରାତି ପହିଲେ ନୂଆଁଖାଇ ପର୍ବ ସାରା ପଶ୍ଚିମ ଓଡ଼ିଶାରେ ପାଳିତ ହେବ । ଏଥିପାଇଁ ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମାନଙ୍କ ଠାରେ ନୂଆ ପୂଜା ସାମଗ୍ରୀ ଲାଗି ହୋଇଛି । ଆଉ ବଲାଙ୍ଗୀରରେ ଖୁବ ଧୁମଧାମରେ ସମ୍ପନ୍ନ ହୋଇଛି ପାହୁର ଯାତ୍ରା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଇଷ୍ଟଦେବୀ ମା ସମଲେଇ ଓ ମା ପାଟଣେଶ୍ବରୀଙ୍କ ଠାରେ ପହଞ୍ଚିଛି ନୂଆଁଖାଇ ପାଇଁ ସମସ୍ତ ସାମଗ୍ରୀ । ବଲାଙ୍ଗୀରର ବିଭିନ୍ନ ସାଂସ୍କୃତିକ ସଂଗଠନ ମିଳିତ ଭାବରେ ପାହୁର ଯାତ୍ରାର ଆୟୋଜନ କରିଥିଲେ । ଏହି ପାହୁର ଯାତ୍ରା ସହର ପରିକ୍ରମା କରିଯିବା ସହ ମା ସମଲେଇ ଓ ମା ପାଟଣେଶ୍ବରୀଙ୍କ ଠାରେ ପୂଜା ପାଇଁ ନୂଆ ସାମଗ୍ରୀ ଅର୍ପଣ କରିଛନ୍ତି ।

ଏଥିରେ ମାଙ୍କ ଧ୍ବଜା ଠାରୁ ଆରମ୍ଭ କରି ବସ୍ତ୍ର, ବାସନ-କୁସନ, କୁରେ ପତ୍ର ସବୁ ନୂଆ ଲାଗି ହେବ । ମଙ୍ଗଳବାର ଧାର୍ଯ୍ୟ ଲଗ୍ନ ଅନୁସାରେ ମାଙ୍କ ଠାରେ କୁରେ ପତ୍ରରେ ମା’ଙ୍କ ଠାରେ ନବାନ୍ନ ଲାଗି ହେବ । ଯାହା ପରେ ସାଧରଣ ଲୋକେ ନିଜ ନିଜ ଘରେ ନୂଆ ଖାଇବା ସହ ସବୁ ରାଗ ଋଷା ଭୁଲି ଏହି ମୈତ୍ରୀ ଓ ଭାତ୍ରୁଭାବର ପର୍ବକୁ ଧୁମ ଧାମରେ ପାଳନ କରିବେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ରାତି ପହିଲେ ନୂଆଖାଇ ପର୍ବ ସାରା ପଶ୍ଚିମ ଓଡ଼ିଶାରେ ପାଳିତ ହେବ । ଏଠି ପାଇଁ ଆଜି ଏଠିକାର ଇଷ୍ଟ ଦେବୀ ମାନଙ୍କ ଠାରେ ନୂଆ ପୂଜା ସାମଗ୍ରୀ ଲାଗି ହୋଇଛି । ଏବଂ ଧୁମ ଧାମରେ ସମ୍ପର୍ଣ୍ଣ ହୋଇଛି ପାହୁର ଯାତ୍ରା।

Body:ରାତି ପହିଲେ ନୂଆଖାଇ ପର୍ବ ସାରା ପଶ୍ଚିମ ଓଡ଼ିଶାରେ ପାଳିତ ହେବ । ଏଠି ପାଇଁ ଆଜି ଏଠିକାର ଇଷ୍ଟ ଦେବୀ ମାନଙ୍କ ଠାରେ ନୂଆ ପୂଜା ସାମଗ୍ରୀ ଲାଗି ହୋଇଛି । ଏବଂ ଧୁମ ଧାମରେ ସମ୍ପର୍ଣ୍ଣ ହୋଇଛି ପାହୁର ଯାତ୍ରା। ଇଷ୍ଟ ଦେଵି ମା ସମଳେଇ ଓ ମା ପାଟନେଶ୍ୱରୀ ଙ୍କ ଠାରେ ପହଂଚିଛି ନୂଆଖାଇ ପାଇଁ ସବୁ ସାମଗ୍ରୀ । ଯାହା ପାଇଁ ପାହୁର ଯାତ୍ରାର ଆୟୋଜନ ହୋଇଛି । ଏଥିରେ ଆଜି ବଲାଙ୍ଗିରର ବିଭିନ୍ନ ସାଂସ୍କୃତିକ ସଂଗଠନ ମାନେ ମିଳିତ ଭାବରେ ଏହି ଯାତ୍ରା ର ଆୟୋଜନ କରିଥିଲେ । ଯେଉଁଥିରେ ଏମନେ ସହର ପରିକ୍ରମା କରିବା ସହ ମା ସମଲେ ଓ ମା ପଟନେଶ୍ୱରୀଙ୍କ ଠାରେ ପୂଜା ପାଇଁ ନୂଆ ସାମଗ୍ରୀ ଅର୍ପଣ କରିଛନ୍ତି । ଏଥିରେ ମାଙ୍କ ଝଣ୍ଡା ଠୁଁ ନେଇ ଝାଡୁ ପର୍ଯ୍ୟନ୍ତ ସବୁ ନୂଆ ଲାଗି ହେବ । ବସ୍ତ୍ର, ବଦନ କୁସନ କିରେ ପତ୍ର ସବୁ ନୂଆ ଲାଗିବ । ଏବଂ ଆସନ୍ତା କାଲି ଧାର୍ଯ୍ୟ ଲଗ୍ନ ଅନୁସାରେ ମାଙ୍କ ଠାରେ କୁରେ ପତ୍ରରେ ନୂଆ ଅନ୍ନ ପ୍ରସାଦ ଲାଗିହେବ । ଜାହାପରେ ଶଧରଣ ଲୋକେ ନିଜ ନିଜ ଘରେ ନୂଆ ଖାଇବେ ଏବଂ ଦୁଇ ଦିନ ଧରି ସବୁ ଦ୍ୱେଷ ବିଦ୍ୱେଷ ଭୁଲି ଏହି ନୂଆ ଖାଇ ଧୁମ ଧାମରେ ପାଳନ କରିବେ
ବାଇଟ ନିମେଇ ପାଢ଼ୀ ସେବକ
ବାଇଟ ତାଙ୍କ ଧର ଦିଶ୍ରୀ ପୂଜକ ସମଳେଇ ମନ୍ଦିର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.