ETV Bharat / state

ବଲାଙ୍ଗୀର ମଣ୍ଡିରେ ଘୋର ଅବ୍ୟବସ୍ଥା ଅଭିଯୋଗ - balangir_paddy procurement stuck complain

ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ଧାନ କିଣା ଜାରି ରହିଥିବା ବେଳେ ସବୁ ମଣ୍ଡିରୁ ଘୋର ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ସବୁ ମଣ୍ଡିରୁ ସମାନ ଚିତ୍ର ଆସିଥିବା ବେଳେ ଚାଷୀ ଅସନ୍ତୋଷ ଦେଖାଦେଇଛି। ଅଧିକ ପଢନ୍ତୁ...

ବଲାଙ୍ଗୀର ମଣ୍ଡିରେ ଘୋର ଅବ୍ୟବସ୍ଥା ଅଭିଯୋଗ
ବଲାଙ୍ଗୀର ମଣ୍ଡିରେ ଘୋର ଅବ୍ୟବସ୍ଥା ଅଭିଯୋଗ
author img

By

Published : Dec 8, 2020, 11:59 AM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ଧାନ କିଣା ଜାରି ରହିଥିବା ବେଳେ ସବୁ ମଣ୍ଡିରୁ ଘୋର ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ସବୁ ମଣ୍ଡିରୁ ସମାନ ଚିତ୍ର ଆସିଥିବା ବେଳେ ଚାଷୀ ଅସନ୍ତୋଷ ଦେଖାଦେଇଛି।

ଏହିପରି ବଲାଙ୍ଗୀର ବିଲେଇ ସାରଡା ଗ୍ରାମ ପେକ୍ସରେ ମଧ୍ୟ କଟନୀ ଛଟନୀ ଅଭିଯୋଗରେ ଚାଷୀ ସମ୍ପୃକ୍ତ ମଣ୍ଡିକୁ ଅଚଳ କରି ଦେଇଛନ୍ତି। ଦାବି ପୁରଣ ନହେବା ଯାଏ ଏଠି କେହି ଧାନ ବିକ୍ରି କରିବେ ନାହିଁ ବୋଲି କହିଛନ୍ତି।

ବଲାଙ୍ଗୀର ମଣ୍ଡିରେ ଘୋର ଅବ୍ୟବସ୍ଥା ଅଭିଯୋଗ

ବଲାଙ୍ଗୀର ଜିଲ୍ଲାରେ ଗତ ନଭେମ୍ବର 18 ତାରିଖରୁ 158 ପେକ୍ସ୍ ଓ 16 ଟି ମହିଳା ଏସଏଚଜି ଦ୍ବାରା ଧାନ କିଣା ଯାଉଛି। ହେଲେ ସବୁ ମଣ୍ଡିରୁ ଘୋର ଅବ୍ୟବସ୍ଥା ସହିତ କଟନୀ ଛଟନୀର ସମାନ ଚିତ୍ର ଓ ଅଭିଯୋଗ ଆସିଛି। ଏଥିପାଇଁ ଚାଷୀ ଅସନ୍ତୋଷ ଦେଖାଦେଇଛି।

ଏହିପରି ବଲାଙ୍ଗୀର ବିଲେଇ ସାରଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିରୁ ମଧ୍ୟ କଟନୀ ଛଟନୀ ଅଭିଯୋଗରେ ଚାଷୀ ତଥା ସମ୍ପୃକ୍ତ ମଣ୍ଡିକୁ ଅଚଳ କରି ଦେଇଛନ୍ତି। ତେବେ ଏଠି ପ୍ରତି କ୍ବିଣ୍ଟାଲ ଧାନରେ ପାଞ୍ଚ କେଜି ଧାନ କଟନୀର ଅଭିଯୋଗ ହୋଇଛି।

ସେହିପରି ଚାଷୀଙ୍କ ଧାନର ପ୍ରକୃତ ଓଜନର ମଧ୍ୟ ହିସାବ କିତାବ କରାଯାଉନାହିଁ । ତେବେ ଏହି ସବୁ ଅଭିଯୋଗ ନେଇ ଏମାନେ ସୋମବାର ମଣ୍ଡିକୁ ସମ୍ପୂର୍ଣ ଅଚଳ କରିଛନ୍ତି। ଦାବି ପୁରଣ ନହେବା ଯାଏଁ ଏଠି କେହି ଧାନ ବିକ୍ରି କରିବେ ନାହିଁ ବୋଲି କହିଛନ୍ତି। ସେପଟେ ସମ୍ପୃକ୍ତ ପେକ୍ସ୍ ସମ୍ପାଦକ ସବୁ ଅଭିଯୋଗକୁ ଅସ୍ବୀକାର କରିଥିବା ବେଳେ ଚାଷୀଙ୍କ ଦାବି ଉପରୋକ୍ତ ଆଧିକାରୀଙ୍କୁ ଜଣାଇଥିବାର କହିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.