ETV Bharat / state

ବଲାଙ୍ଗୀରରେ ଧାନ କିଣାରେ ଅବ୍ୟବସ୍ଥା, ତାତିଲେ ଚାଷ

author img

By

Published : Dec 8, 2022, 12:15 PM IST

ବଲାଙ୍ଗୀରରେ ଧାନ କିଣାରେ ଅବ୍ୟବସ୍ଥା । ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁ ଧାନ କିଣା ଆରମ୍ଭରୁ ଦେଖା ଦେଲାଣି ସମସ୍ୟା । ଜିଲ୍ଲା ତମାମ ଧାନ କିଣାରେ ଘୋର ଅବ୍ୟବସ୍ଥା ଓ କଟନି ଛଟନିକୁ ନେଇ ତାତିଲେ ଚାଷୀ । ଅଧିକ ପଢ଼ନ୍ତୁ

_paddy procurement irregularities farmers on protest in balangir
ବଲାଙ୍ଗୀରରେ ଧାନ କିଣାରେ ଅବ୍ୟବସ୍ଥା, ତାତିଲେ ଚାଷ

ବଲାଙ୍ଗୀର: ବଲାଙ୍ଗୀରରେ ଧାନ କିଣାରେ ଅବ୍ୟବସ୍ଥା । ଖରିଫ ଋତୁ ଧାନ କିଣା ଆରମ୍ଭରୁ ଦେଖା ଦେଲାଣି କେଁ । ବଲାଙ୍ଗୀର ଜିଲ୍ଲା ତମାମ ଧାନ କିଣାରେ ଘୋର ଅବ୍ୟବସ୍ଥା ଓ କଟନି ଛଟନିକୁ ନେଇ ତାତିଲେ ଚାଷୀ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇ ଯାଇଛି ।

ବଲାଙ୍ଗୀରରେ ଧାନ କିଣାରେ ଅବ୍ୟବସ୍ଥା

ଜିଲ୍ଲାରେ ଚଳିତ ବର୍ଷ ନଭେମ୍ବର 25 ତାରିଖରୁ ଖରିଫ ଋତୁ ଧାନ କିଣା ଆରମ୍ଭ ହୋଇ ଯାଇଛି । ଏହାକୁ 10 ଦିନରୁ ଊର୍ଦ୍ଧ୍ବ ବିତି ଯାଇଥିବା ବେଳେ ଏଯାଏଁ ଅନେକ ସ୍ଥାନରେ ମଣ୍ଡି ଆରମ୍ଭ ହୋଇ ପାରି ନାହିଁ । ସେହିପରି ଯେଉଁଠି ଧାନ ମଣ୍ଡି ଆରମ୍ଭ ହୋଇଛି ସେଠି ଧାନ କ୍ବିଣ୍ଟାଲ ପିଛା 5 କିଲୋରୁ 7 କିଲୋ କଟନି ଛଟନି ହେଉଥିବା ଅଭିଯୋଗ ହୋଇଛି । ଯାହାଫଳରେ କଷ୍ଟ ଉପାର୍ଜିତ ଧାନକୁ ଚାଷୀ ବିକ୍ରି କରି ନ ପାରି ହଇରାଣ ହେଉଛନ୍ତି । ସେପଟେ ନିୟମ ଅନୁସାରେ ମଣ୍ଡିକୁ ମିଲର କେବଳ ଧାନ ଉଠାଇବା ପାଇଁ ଯିବାର ନିୟମ ଥିବାବେଳେ ଏଠି ସବୁ ମଣ୍ଡିରେ ମିଲରଙ୍କ ରାଜ ଓ ତାଙ୍କ ମାନମାନି ଚାଲିଥିବାର ଚାଷୀ ଅଭିଯୋଗ କରିଛନ୍ତି । ତେଣୁ ମିଲର ପେକ୍ସ ଓ ପ୍ରଶାସନର ମଧୁ ଚନ୍ଦ୍ରିକା ମଧ୍ୟରେ ଚାଷୀ ପେଷି ହେଉଥିବାର ସେମାନେ କହିଛନ୍ତି ।

ସେହିପରି ଜିଲ୍ଲାର ପ୍ରାୟ ସବୁ ମଣ୍ଡିରୁ ଏହି ଅଭିଯୋଗ ଆସୁଥିବା ବେଳେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହେଉଛନ୍ତି । ଏପରିକି ସେମାନେ ଧାନ ବିକ୍ରି କରିବା ପାଇଁ ପାଇଥିବା ଟୋକନର ସମୟ ସୀମା ମଧ୍ୟ ସାରିବାକୁ ବସିଛି । କିନ୍ତୁ ଏହି ଅବ୍ୟବସ୍ଥା ଯୋଗୁଁ ଧାନ ବିକ୍ରି କରି ପାରୁନାହାନ୍ତି । ଫଳରେ ଅନେକ ସ୍ଥାନରେ ଏବେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯେଉଁଥିରେ ତୁରେକେଲା ଅଞ୍ଚଳରେ ଚାଷୀ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି । ସମାନ ଭାବରେ ପୁଇଁତଲା ଅଞ୍ଚଳରେ ଜାମଗାଁ ଛତାପିପଳ ଇତ୍ୟାଦି ପେକ୍ସରେ ଚାଷୀ ତାଳିମାରି ଧାରଣା ଦେଇଛନ୍ତି ।

କଟନି ଛଟନି ବନ୍ଦ କରି ଶୀଘ୍ର ଧାନ କିଣା ନ ହେଲେ ଏମାନେ ଜିଲ୍ଲା ତମାମ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ବଲାଙ୍ଗାର ଜିଲ୍ଲାରେ ଏଥର 156ଟି ପ୍ରାଥମିକ କୃଷି ସମବାୟ ସମିତି ଓ 16 ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ କିଣା ଆରମ୍ଭ ହୋଇଛି । ଚାଷୀଙ୍କୁ ଏଫଏକ୍ୟୁ ମାନର ଧାନ ବିକ୍ରି କରିବାକୁ କୁହାଯାଇଛି । ସମାନ ଭାବରେ କୌଣସି ମିଲର ଧାନ କିଣାରେ ସିଧାସଳଖ ସାଂପୃକ୍ତି ହୋଇ ପାରିବ ନାହିଁ ବୋଲି ନିୟମ ରହିଛି । ହେଲେ ଏଥର ମଧ୍ୟ ସବୁ ମଣ୍ଡିରେ ମିଲର ରାଜର ଅଭିଯୋଗ ହୋଇଛି ।

ବଲାଙ୍ଗୀର କଂଗ୍ରେସ ଦଳ ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଘେରିଛି । ଜିଲ୍ଲାରେ ଚାଷୀ ଶୋଷଣ ନୀତି ଚାଲିଥିବା ବେଳେ ସବୁଠି କଟନି ଛଟନି କରି ଚାଷୀଙ୍କୁ ଶୋଷଣ କରା ଯାଉଥିବାର ଅଭିଯୋଗ କରିଛନ୍ତି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି, " ବିନା କଟନି ଛଟନିରେ ଧାର୍ଯ୍ୟ ଏମଏସପିରେ ଧାନ କିଣାଯାଉ । ନହେଲେ ଆଗକୁ ଚାଷୀ ଆନ୍ଦୋଳନ ପାଇଁ ସରକାର ହିଁ ଦାୟୀ ରହିବେ ।" ସେପଟେ ଏସବୁ ଗୁରୁତର ଅଭିଯୋଗକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.