ETV Bharat / state

ଚାଷୀଙ୍କ ଦୁର୍ଦ୍ଦଶା: ବିକ୍ରି ହେଉନି ଧାନ, ଅଟକିଗଲା ବିବାହ - balangir latest news

ବଲାଙ୍ଗୀର ଜିଲ୍ଲାରେ ଚଳିତ ଖରିଫ ଋତୁ ଧାନ କିଣା ଜାରି ରହିଛି । ହେଲେ ଏହି ଧାନ କିଣାରେ ଦୁର୍ନୀତି ଚରମ ସୀମାକୁ ପହଞ୍ଚି ଥିବାର ଅଭିଯୋଗ ହୋଇଆସୁଛି । ତେବେ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନ ପାରି ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଅଧିକ ପଢନ୍ତୁ...

paddy procurement close marraiage stop in bolangir
ଚାଷୀଙ୍କ ଦୁର୍ଦ୍ଦଶା:ହୋଇପାରିଲାନାହିଁ ଧାନ ବିକ୍ରି, ଅଟକିଗଲା ବିବାହ
author img

By

Published : Mar 26, 2021, 7:55 AM IST

ବଲାଙ୍ଗୀର: ଖରିଫ ଋତୁ ଧାନ କିଣା ଚାଲିଥିବା ବେଳେ ଏଥିରେ ଘୋର ଦୁର୍ନୀତି ଯୋଗୁଁ ଶୋଷିତ ହେଉଛନ୍ତି ଚାଷୀ। ଏଭଳି ସ୍ଥିତି ଧାନ ବିକ୍ରି କରି ନ ପାରି ଅନେକ ଚାଷୀଙ୍କ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଯେଉଁଥିରେ ବାହାଘର ମଧ୍ୟ ବନ୍ଦ ହୋଇ ଯିବାର ଘଟଣା ସାମନାକୁ ଆସିଛି।

ଚାଷୀଙ୍କ ଦୁର୍ଦ୍ଦଶା:ହୋଇପାରିଲାନାହିଁ ଧାନ ବିକ୍ରି, ଅଟକିଗଲା ବିବାହ

ବଲାଙ୍ଗୀର ଜିଲ୍ଲାରେ ଚଳିତ ଖରିଫ ଋତୁ ଧାନ କିଣା ଜାରି ରହିଛି। ହେଲେ ଏହି ଧାନ କିଣାରେ ଦୁର୍ନୀତି ଚରମ ସୀମାକୁ ପହଞ୍ଚି ଥିବାର ଅଭିଯୋଗ ହୋଇଆସୁଛି। ତେବେ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନ ପାରି ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏବଂ ଏଥିରେ ଅନେକ ଚାଷୀଙ୍କ ଅନେକ ଗୁରୁତ୍ଵପୂର୍ଣ୍ଣକାମ ମଧ୍ୟ ଅଟକିଯାଇଛି । ବଲାଙ୍ଗୀର ଲୋଇସିଂହା ବ୍ଲକ ପଥର ଖଣ୍ଡି ଗ୍ରାମର ଜଣେ ଚାଷୀ ପରିବାର ଧାନ ବିକ୍ରି କରି ତାଙ୍କର ପୁଅର ବାହାଘର କରିବାର ସ୍ଥିର କରିଥିଲେ । ତେବେ ଏହି ଗ୍ରାମର ଚାଷୀ ଧୁବେଲ ପଟେଲ ନିଜ 17 ଏକର ଜମିରେ ଚାଷ କରି 200 କ୍ବିଣ୍ଟାଲ ଧାନ ଅମଳ କରିଥିଲେ। ଏବଂ ତାକୁ ବିକ୍ରି କରି ସେ ବାହା ହେବାର ଯୋଜନା କରିଥିଲେ। ଯାହାପାଇଁ ଝିଅ ଦେଖା ମଧ୍ୟ ସାରିଥିଲା। ତେବେ ସେ ଗଡ ଶଙ୍କର ଦୁଙ୍ଗୁରି ପାଲି ପ୍ୟାକ୍ସ୍ ରେ ଧାନ ବିକ୍ରି କରିବା ପାଇଁ ଦୁଇ ଥର ଟୋକନ ପାଇଥିଲେ। ହେଲେ ପ୍ୟାକ୍ସ ସମ୍ପାଦକଙ୍କ ଦୁର୍ନୀତି ଖୋର୍ ନୀତି ଯୋଗୁଁ ସେ ଧାନ ବିକ୍ରି କରି ପାରି ନ ଥିଲେ। ଏବଂ ଏଥିଯୋଗୁଁ ତାଙ୍କର ବିବାହ ମଧ୍ୟ ବନ୍ଦ ହୋଇ ଯାଇଛି ।

ସେପଟେ ଏହି ଗଡ ଶଙ୍କର ଦୁଙ୍ଗୁରୀ ପାଲି ପ୍ୟାକ୍ସ ସମ୍ପାଦକ ନାଁରେ ଦୁର୍ନୀତି ଅଭିଯୋଗ ରହିଛି । ଏବଂ ତଦନ୍ତ ନାଆରେ ଉଚ୍ଚ ଅଧିକାରୀ ଏସିଆରସିଏସ ଘଣ୍ଟ ଘୋଡାଇ ଆଜି ଯାଏଁ ତଦନ୍ତ ଆରମ୍ଭ କରି ନାହାନ୍ତି । ଅନ୍ୟପଟେ ଏହି ପେକ୍ସରେ ତାଲା ପଡ଼ିଥିବା ବେଳେ ଚାଷୀଙ୍କ ଧାନ ବାହାରେ ପଡ଼ି ରହିଛି। ଏବଂ ଚାଷୀଙ୍କ ମୂଳ ସମସ୍ୟା ଧାନ କିଣାକୁ ବିଭାଗ ଭୁଲି ଯାଇ ତଦନ୍ତ ଚାଲିଥିବାର କହିଛି। ଧାନ କିଣା ଦୁର୍ନୀତି ନାରେ ତଦନ୍ତ କେବେ ସରିବ ତାହା ସ୍ପଷ୍ଟ ନୁହେଁ ଏବଂ ଚାଷୀ କେବେ ତାଙ୍କ ଧାନ ବିକ୍ରି କରିବେ ତାହା ମଧ୍ୟ ସ୍ପଷ୍ଟ ନୁହେଁ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.