ETV Bharat / state

ଧାନମଣ୍ଡିରେ ଚାଷୀଙ୍କୁ ମାଡ ମାରିଲେ ପ୍ୟାକ୍ସ ସମ୍ପାଦକ, ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଙ୍ଗଠନ - ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଙ୍ଗଠନ

ଧାନ ବିକ୍ରି କରିବାକୁ ଯାଇଥିବା ବେଳେ ଲାଞ୍ଚ ନଦେବାରୁ ଚାଷୀଙ୍କୁ ପ୍ୟାକ୍ସ ସମ୍ପାଦକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ୩ ଦିନ ତଳେ ଥାନେରେ ଅଭିଯୋଗ ହୋଇଥିଲେ ହେଁ ସଂପୃକ୍ତ ପ୍ୟାକ୍ସ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୋଲିସ । ଏନେଇ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଙ୍ଗଠନ । ଅଧିକ ପଢ଼ନ୍ତୁ

ଚାଷୀଙ୍କୁ ପ୍ୟାକ୍ସ ସମ୍ପାଦକ ମାଡ଼ ମାରିଥିବା ଅଭିଯୋଗ

author img

By

Published : Dec 28, 2022, 8:43 AM IST

ଚାଷୀଙ୍କୁ ପ୍ୟାକ୍ସ ସମ୍ପାଦକ ମାଡ଼ ମାରିଥିବା ଅଭିଯୋଗ

ବଲାଙ୍ଗୀର: ଧାନମଣ୍ଡିରେ ଚାଷୀଙ୍କୁ ମାଡ ମାରିଲେ ପ୍ୟାକ୍ସ ସମ୍ପାଦକ । ଧାନ ବିକ୍ରି କରିବାକୁ ଯାଇଥିବା ବେଳେ ମଣ୍ଡିରେ ଚାଷୀଙ୍କୁ ପ୍ୟାକ୍ସ ସମ୍ପାଦକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଘାରଗୁଳି ଗ୍ରାମରୁ । ସଂପୃକ୍ତ ପ୍ୟାକ୍ସ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଙ୍ଗଠନ ।

ସୂଚନା ଅନୁସାରେ ଘାରଗୁଳି ଗ୍ରାମର ଚାଷୀ ଶୁଖିରାମ ମହାକୁଡ଼ ଗତ ଦୁଇ ଦିନ ତଳେ ପାଇଥିବା ଟୋକନ ତାରିଖରେ ସ୍ଥାନୀୟ ଘାରଗୁଳି ସମବାୟ ସମିତିକୁ ଧାନ ନେଇଥିଲେ । ତେବେ ସେଠାରେ ଧାନ ବିକ୍ରି କରିବା ପୂର୍ବରୁ ପ୍ୟାକ୍ସ ସମ୍ପାଦକ ମହେଶ ପ୍ରତାପ ପାଣିଗ୍ରାହୀ ୨ ହଜାର ଟଙ୍କା ମାଗିଥିଲେ । ଚାଷୀ ଜଣକ ଟଙ୍କା ଦେବାକୁ ବାରଣ କରିବା ସହ ନିଜ ଧାନ ମଣ୍ଡିରେ ରଖିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଧାନ ଓଜନ କରି କିଣିବା ପରିବର୍ତ୍ତେ ପ୍ୟାକ୍ସ ସମ୍ପାଦକ ଚାଷୀଙ୍କୁ ମାଡ଼ ମାରିଥିଲେ ବୋଲି ଚାଷୀ ଶୁଖୀରାମ ଅଭିଯୋଗ କରିଛନ୍ତି । ଏନେଇ ବେଲପଡା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାକୁ ୩ ଦିନ ବିତିଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବଲାଙ୍ଗୀର କୃଷକ ସଙ୍ଗଠନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ନିନ୍ଦା କରିବା ସହ ଆଗକୁ ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.