ବଲାଙ୍ଗୀର: ଜିଲ୍ଲାର ଦୀର୍ଘ ଦିନର ଦାବି ପୂରଣ ହୋଇଛି । ବଲାଙ୍ଗୀର ତଥା ଆଖ ପାଖ ଜିଲ୍ଲାରେ ଆଉ ଅକ୍ସିଜେନ ସମସ୍ୟା ରହିବ ନାହିଁ । ଵଲାଙ୍ଗୀରରେ ହେବ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରେ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ବୁଧବାର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । ତେବେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ଏହା ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ଏବଂ ଏହି ଶିଳାନ୍ୟାସ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫଫରେନ୍ସିଂ ଜରିଆରେ ଏହାର ଶିଳାନ୍ୟାସ କରିଛନ୍ତି। ତେବେ ଏହି ପ୍ଲାଣ୍ଟ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କେଲେଜ ହସ୍ପିଟାଲ କ୍ୟାମ୍ପସରେ ତିଆରି ହେବ । ଯାହା 600 ଏମପିଏଲ କ୍ଷମତା ବିଶିଷ୍ଟ ହୋଇଥିବାବେଳେ ଏହା ଦୁଇ ମାସ ମଧ୍ୟରେ ନିର୍ମାଣ ସମ୍ପୂର୍ଣ୍ଣ ହେବ ।
ତେବେ ଆଜିର ଏହି ଶୁଭ ମୁହୂର୍ତ୍ତରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ପ୍ଲାଣ୍ଟ ପାଇଁ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବାବେଳେ ଚିକିତ୍ସା କ୍ଷେତ୍ରରେ ଅମ୍ଳଜାନର କୌଣସି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି । ସେହିପରି ବିଧାୟକ ନରସିଂହ ମିଶ୍ର ମଧ୍ୟ ଏହି ପରିପ୍ରେକ୍ଷୀରେ ସରକାରଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଦାବି ପୂରଣ ହୋଇଥିବାର କହିଛନ୍ତି । ଏବଂ ବଲାଙ୍ଗୀର ଜିଲ୍ଲାରେ ନିର୍ମାଣ ଧୀନ ଥିବା 650 ମେଡ଼ିକାଲ କଲେଜ ସ୍ବତନ୍ତ୍ର ହସ୍ପିଟାଲ ଶୀଘ୍ର ନିର୍ମାଣ କାମ ସାରିବାକୁ ଦାବି କରିଛନ୍ତି । ବଲାଙ୍ଗୀର ପାଇଁ ଅଧିକ କୋରୋନା ଭ୍ୟାକ୍ସିନ ପ୍ରଦାନ ପାଇଁ ଦାବି ରଖିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ