ETV Bharat / state

ସାମ୍ବାଦିକ ସମ୍ମିଳନୀ ଡକାଇ ସରକାରଙ୍କୁ ଟାର୍ଗେଟ କଲେ ନରସିଂହ ମିଶ୍ର

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ବିରୋଧୀଦଳ ନେତା ନରସିଂହ ମିଶ୍ର କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଲେ ଦାୟୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : May 13, 2019, 9:42 PM IST

ବଲାଙ୍ଗୀର: ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଯଥା ଟ୍ରାଫିକ, କାମ ବନ୍ଦ ହୋଇ ପଡି ରହିଥିବା ଲୋୟର ଶୁକତେଲ ଓ ବାଏପାସ ଭଲି ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି । ବଲାଙ୍ଗୀର ବିଧାୟକ ଭାବେ ସେ ନିଜେ ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା କରିଥିଲେ ସୁଦ୍ଧା ସରକାର ଓ ଜିଲ୍ଲା ପ୍ରଶାସନ ତାଙ୍କୁ ସହଯୋଗ କରି ନଥିବାର ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର ୧୯୯୬ ମସିହାରୁ ନିର୍ମାଣ ହୋଇଥିବା ଲୋୟର ଶୁକତେଲ ପ୍ରକଳ୍ପ କେବଳ ଉଚିତ ଥଇଥାନ ହୋଇ ପାରୁନଥିବାରୁ ଏପର୍ଯ୍ୟନ୍ତ ଅଧପନ୍ତରିଆ ପଡି ରହିଛି । ତେବେ ସେ ୨୦୧୩ ଥଇଥାନ ଆଇନ ଲାଗୁ କରି ଶୀଘ୍ର କାମ କରିବାକୁ ସରକାରଙ୍କ ଠାରେ ଦାବି ଉପସ୍ଥାପିତ କରିଥିଲେ ହେଁ ସରକାର ଏଯାଏଁ ତାକୁ ସମ୍ପୁର୍ଣ୍ଣ କରିବାକୁ ଚାହୁଁ ନ ଥିବାର ସେ କହିଛନ୍ତି ।

ସେହିପରି ବଲାଙ୍ଗୀର ବାଏପାସ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାର ଦୁଇ ଜଣଙ୍କୁ ଦୋଷୀ କରିଛନ୍ତି ନରସିଂହ । ବାଏପାସ ପାଇଁ ଅନେକ ନିୟମ ଥିଲେ ମଧ୍ୟ କେବଳ ଜମି ମାଲିକଙ୍କ କଥାରେ ପଡି ବାଏପାସର ସଠିକ ବ୍ୟୟବରାଦ କରା ଯାଉନଥିବା କହିଛନ୍ତି ସେ । ନିୟମ ଅନୁସାରେ ସରକାର ଯେକୌଣସି ଜମି ଅଧିଗ୍ରହଣ କରି ରାସ୍ତା ନିର୍ମାଣ କରି ପାରିବେ ହେଲେ ଏଠି କାହିଁକି ବୈମାତୃକ ମନୋଭାବ ଗ୍ରହଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବଲାଙ୍ଗୀରର ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ମଧ୍ୟ ବିଭିନ୍ନ ପ୍ରସଂଗ ଉଠାଇ ଆଲୋଚନା କରିବା ସହ ସରକାର ଜାଣିଶୁଣି ତାଙ୍କ ଦାବି ସବୁକୁ ଅଣଦେଖା କରିଥିବାର କହିଛନ୍ତି ନରସିଂହ ମିଶ୍ର ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.