ETV Bharat / state

ଅନଲାଇନ ସଟ୍ଟା କାରବାରର ପର୍ଦ୍ଦାଫାସ, ୧୪ ଗିରଫ

author img

By ETV Bharat Odisha Team

Published : Nov 18, 2023, 9:45 AM IST

ଅନଲାଇନ ସଟ୍ଟା କାରବାରର ପର୍ଦ୍ଦାଫାସ । ସଟ୍ଟା କାରବାରରେ ମୁମ୍ବାଇର 5 ସଟ୍ଟା ମାଲିକ ସହ ମୋଟ 14 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ସଟ୍ଟା କାରବାରର ପର୍ଦ୍ଦାଫାସ
ସଟ୍ଟା କାରବାରର ପର୍ଦ୍ଦାଫାସ

ଅନଲାଇନ୍ ସଟ୍ଟା କାରବାରର ପର୍ଦ୍ଦାଫାସ

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । ଅନଲାଇନ ସଟ୍ଟା କାରବାରର ପର୍ଦ୍ଦାଫାସ । ମୁମ୍ବାଇର 5 ସଟ୍ଟା ମାଲିକଙ୍କ ସମେତ ମୋଟ 14 ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଏକ ଇନୋଭା ଗାଡ଼ି, ୮ଟି ମୋବାଇଲ, ୯ଟି ଛୋଟ ରୂପା ମୂର୍ତ୍ତି, ନଗଦ 20 ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଅଭିଯୁକ୍ତମାନଙ୍କ ମଧ୍ୟରୁ ମୁମ୍ବାଇ ଜଳ ଗାଁର ମହେନ୍ଦ୍ର ସୁଦାମ ମହାଜନ, ଫିରୋଜ ଖାନ, ରାହୁଲ ହୀରାଲାଲ ମଲ୍ଲିକ, ପ୍ରବୀଣ ଗୁଲାବ ମହାଜନ ଓ ଅରବିନ୍ଦ ଦେଚଣ୍ଡ ମହାଜନଙ୍କ ସହ ଅନ୍ୟ ୯ ଜଣଙ୍କୁ ପୋଲିସ ଗିରଫ କରିଛି ।

ସାରା ଭାରତରେ ସଟ୍ଟା କାରବାର ଖୁଲମ୍ ଖୋଲା ଚାଲିଛି । ଯୋଉଁଥିରେ ଲୋକେ ଟଙ୍କା ଲଗାଇ ତଳିତଳାନ୍ତ ହେଉଛନ୍ତି । ସେହିପରି ବଲାଙ୍ଗୀରରେ ମଧ୍ୟ ଏହି କାରବାର ଅବାଧରେ ଚାଲିଥିଲା । ପୂର୍ବରୁ ଏହା କାଗଜ ଲେଖାରେ ଚାଲିଥିବା ବେଳେ ବର୍ତ୍ତମାନ ଅନଲାଇନ୍ ଜରିଆରେ ଏହି ଖେଳ ହେଉଥିଲା । ଏଥିପାଇଁ ସଟ୍ଟା ଡନ ବଲାଙ୍ଗୀରର ଏକ ହୋଟେଲରେ ଆସି ରହୁଥିବା ନେଇ ବଲାଙ୍ଗୀର ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଏହି ଖବର ପାଇବା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ତୋଫାନ ବାଗ ଓ ଟାଉନ ପୋଲିସ ଅଧିକାରୀ ସୁବୋଧ ମନବୋଧ ସଂପୃକ୍ତ ହୋଟେଲରେ ଚଢାଉ କରି ୧୪ ଜଣଙ୍କୁ ଗିରଫ କରିଛନ୍ତି । ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବରଗଡ଼ ପୋଲିସର ସଫଳତା, ୪୭ ଜୁଆଡି ଏକାସାଙ୍ଗେ କୋର୍ଟ ଚାଲାଣ

ମୁମ୍ବାଇର ଏହି ସଟ୍ଟା ମାଲିକମାନେ ବିଭିନ୍ନ କମ୍ପାନୀ ନାଁରେ ଅନଲାଇନ ସଟ୍ଟା କାରବାର କରୁଥିଲେ । କୁବେର, କଲ୍ୟାଣୀ, ମିଳନ, ସପ୍ନା, ଆମେରିକା, ସିଙ୍ଗାପୁର, ଦୁବାଇ, ହାଇଦ୍ରାବାଦ, ପଦ୍ମାବତୀ, ଟାଇମ୍, ଶ୍ରୀଦେବୀ, ମାଧୁରୀ ଓ ରାଜଧାନୀ ନାମରେ ଏହିସବୁ ସଟ୍ଟା ଚଳାଇଥିଲେ । ଏଥିରେ ଟଙ୍କା ଲଗାଉଥିବା ଲୋକଙ୍କୁ ଜିତିଲେ 80 ଗୁଣ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ବର୍ଷ ବର୍ଷ ଧରି ଲୁଟି ଆସୁଥିଲେ ବୋଲି ଏସଡିପିଓ ତୋଫାନ ବାଗ କହିଛନ୍ତି । ଏନେଇ ସେମାନେ ସବୁ ଜିଲ୍ଲା ସବୁ ସହରରେ ଏଜେଣ୍ଟ ନିଯୁକ୍ତ କରିଥିଲେ । ସେହିପରି ଏଜେଣ୍ଟମାନେ ପୁଣି ଅନ୍ୟ ଲୋକଙ୍କୁ ରଖି ଲୋକଙ୍କୁ ଠକି ଆସୁଥିଲେ । ବିଭିନ୍ନ ମୋବାଇଲ ଆପ୍ ତିଆରି କରି ତା' ଜରିଆରେ ଏଭଳି କାରବାର କରୁଥିଲେ । ଏହାସହ କମ୍ପାନୀ ନାମରେ ୱେବସାଇଟ୍ ମଧ୍ୟ ତିଆରି କରୁଥିଲେ, ଯେଉଁଥିରେ ସବୁ ମିଛ ପ୍ରମାଣପତ୍ରର ବ୍ୟବହାର କରୁଥିଲେ । ତେବେ ପୋଲିସ ଏହି ୱେବ୍ ଡିଜାଇନରକୁ ମଧ୍ୟ ଧରିବାକୁ ତନାଘନା ଜାରି ରଖିଛି ବୋଲି କହିଛନ୍ତି ଏସଡିପିଓ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.