ETV Bharat / state

ଅସହ୍ୟ ହେଉଛି ଅନଲାଇନ ଠକେଇ, ଲାଇଭ ଭିଡ଼ିଓ କରି ଆତ୍ମହତ୍ୟା କଲେ ଯୁବକ - ଆତ୍ମହତ୍ୟା କଲେ ଯୁବକ

25 ଲକ୍ଷ ଟଙ୍କାର ପୁରସ୍କାର ଜିତିବାକୁ କହି ଲୁଟିନେଲେ 45 ହଜାର । ‘କୌନ ବନେଗା କୋରଡ଼ ପତି’ ଗେମ ମାଧ୍ୟମରେ ଏହାର ଶିକାର ହୋଇଛନ୍ତି ବଲାଙ୍ଗୀରର ଜଣେ ଯୁବକ । ବିଫଳ ହୋଇ ଟ୍ରେନ ଲାଇନରେ ଶୋଇ କରିଛନ୍ତି ଆତ୍ମହତ୍ୟା । ପଢନ୍ତୁ ସଂପୂର୍ଣ୍ଣ ଖବର...

online-fraud-through-in-balangir
online-fraud-through-in-balangir
author img

By

Published : Jan 22, 2020, 8:35 PM IST

ବଲାଙ୍ଗୀର: ଅନଲାଇନ ଠକେଇର ଶିକାର ହୋଇ ଜଣେ ଯୁବକ କରିଛି ଆତ୍ମହତ୍ୟା । କେବଳ ଏତିକି ନୁହେଁ ଆତ୍ମହତ୍ୟା ପୂର୍ବର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ କଲାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ମିଲାପଡା ଗାଁର ୨୩ ବର୍ଷୀୟ ପ୍ରତୀକ ବାରିକ ଗତ ୧୭ ତାରିଖ ରାତିରେ ଟିଟିଲାଗଡ ରେଳ ଷ୍ଟେସନର ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଲାଇଭ ଭିଡ଼ିଓ ମଧ୍ୟ କରିଛି ।

ଅସହ୍ୟ ହେଉଛି ଅନଲାଇନ ଠକେଇ, ଲାଇଭ ଭିଡ଼ିଓ କରି ଆତ୍ମହତ୍ୟା କଲେ ଯୁବକ

ଭିଡ଼ିଓରେ ସେ ଅତ୍ମହତ୍ୟାର କାରଣ କହିବା ସହ ଘଟଣା ବିଷୟରେ ପୁଲିସ ସୂଚନା ଦେବାକୁ ଅନୁରୋଧ କରିଛନ୍ତି । ଲାଞ୍ଜିଗଡ ବେଦାନ୍ତ କାରଖାନାରେ କାମ କରୁଥିବା ପ୍ରତୀକ କିଛି ଦିନ ହେବ ‘କୌନ ବନେଗା କରୋଡ ପତି’ ନାମକ ଏକ ଅନଲାଇନ ଗେମ ଖେଳି ଆସୁଥିଲେ। ସେ ଭିଡିଓ ରେ କହିଛନ୍ତି, ଦିନେ ତାଙ୍କୁ ଏକ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ରାଣାପ୍ରତାପ ସିଂ ଓ ସେ କେବିସି କୋଲକୋତା ଶାଖାରେ କାମ କରିଥିବା ପରିଚୟ ଦେଇଥିଲା। ସେ ୨୫ ଲକ୍ଷ ଟଙ୍କା ଜିତିଥିବା ସୂଚନା ଦେଇଥିଲା। ଭିଡିଓ କଲ କରି ବିଭିନ୍ନ କାଗଜ ପତ୍ର ଦେଖାଇ ପ୍ରତୀକଙ୍କ ବିଶ୍ବାସ ଜିତିଥିଲା। ୨୫ ଲକ୍ଷ ଟଙ୍କା ଏକ କାଳିନ ତାଙ୍କ ଆକାଉଣ୍ଟରେ ଜମା କରାଯାଇପାରିବ ନାହିଁ କହି ଅନ୍ୟ ଏକ ଆକାଉଣ୍ଟ ନମ୍ବର ମାଗିଥିଲା। ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଉଭୟ ଆକାଉଣ୍ଟରେ ଜମାକରି ଦିଆଯିବ ବୋଲି କହିଥିଲା।

କିନ୍ତୁ ଏହି ଟଙ୍କା ପାଇବାକୁ ଟ୍ୟାକ୍ସ ବାବଦକୁ ଅଗ୍ରିମ ୨୫ ହଜାର ଟଙ୍କା ଏକ ନିଦ୍ଧିଷ୍ଟ ଆକାଉଣ୍ଟରେ ଜମା କରିବାକୁ ପଡିବ ବୋଲି ମଧ୍ୟ କହିଥିଲା। ଏହି ଅନୁସାରେ ପ୍ରତୀକ ନିଜ ଘରୁ ଏବଂ ସାଙ୍ଗ ସାଥିଙ୍କ ଠାରୁ ଟଙ୍କା ଆଣି ପର୍ଯ୍ୟାୟ କ୍ରମେ ୨୫ ହଜାର ସେହି ଆକାଉଣ୍ଟରେ ଜମା କରିଥିଲା। ଏହା ପରେ ପୁଣି ରାଣା ପ୍ରତାପ ଦାବି ଅନୁସାରେ ସେ ଆଉ ୨୦ ଜହାର ଟଙ୍କା ଜମା କରିଥିଲେ। ଏହା ପରେ ରାଣାପ୍ରତାପ ପ୍ରତୀକଙ୍କୁ ଧରାଛୁଆଁ ଦେଇନଥିଲା । ଏହି ସମସ୍ତ କାର୍ଯ୍ୟକଳାପ ଗତ ୧୩ ତାରିଖରୁ ଘଟି ଆସୁଥିବା ବେଳେ ଶେଷରେ ମାନସିକ ଚାପରେ ଥିବା ପ୍ରତୀକ କାର୍ଯ୍ୟ କ୍ଷେତ୍ରକୁ ଯିବା କଥା କହି ଘରୁ ଟିଟିଲାଗଡ ଚାଲି ଆସିଥିଲେ। ସେଠାରେ ଲାଇନରେ ଶୋଇ କରିଥିଲା ଆତ୍ମହତ୍ୟା । ତେବେ ମୃତ୍ୟୁ ପୂର୍ବର ଲାଇଭ ଭିଡିଓରୁ ଜଣାପଡ଼ିଥିଲା ଏହି ଘଟଣା। ପୋଲିସ ଏହି ଘଟଣା ଉପରେ କଣ ନେଉଛି ପଦକ୍ଷେପ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଜଣେ ଯୁବକ ଅନଲାଇନ୍ ରେ ଠକେଇ ର ଶିକାର ହେବାପରେ ନିଜକୁ ସମ୍ଭାଳି ନପାରି ଶେଷରେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏବଂ ଏହି ଆତ୍ମହତ୍ୟା ପୂର୍ବରୁ ସେ କରିଥିବା ଭିଡିଓ ଏଁବେ ଭାଇରାଳ୍ ହେବାରେ ଲାଗିଛି । Body:ଅନଲାଇନ୍ ଠକେଇର ଶିକାର ହୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା ପୂର୍ବ ର ଭିଡିଓ ଏବେ ଭାଇରାଳ ହେବାରେ ଲାଗିଛି। ତେବେ କଲାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ମିଲାପଡା ଗାଁର ପ୍ରତୀକ ବାରକ ୨୩ ବର୍ଷ ଗତ ୧୭ ତାରିଖ ରାତିରେ ଟିଟିଲାଗଡ ରେଳ ଷ୍ଟେସନରେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଥିଲେ। ଏବଂ ସେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ଲାଇବ କରିଥିଲେ।ସେ ଅତ୍ମହତ୍ୟାର କାରଣ କହିବା ସହ ଘଟଣା ବିଷୟରେ ପୁଲିସ ସୂଚନା ଦେବାକୁ କହିଥିଲେ। ଲାଞ୍ଜିଗଡ ବେଦାନ୍ତ କାରଖାନାରେ କାମ କରିଥିବା ପ୍ରତୀକ କିଛି ଦିନ ହେବ କୋନ ବନେଗା କରୋଡ ପତି ନାମକ ଏକ ଅନଲାଇନ ଗେମ ଖେଳି ଅାସୁଥିଲେ। ସେ ଭିଡିଓରେ କହିଛନ୍ତି ଯେ ଦିନେ ତାଙ୍କୁ ଏକ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ରାଣାପ୍ରତାପ ସିଂ ଓ ସେ କେବିସି କୋଲକୋତା ଶାଖାରେ କାମ କରିଥିବା ପରିଚୟ ଦେଇଥିଲା। ସେ ୨୫ ଲକ୍ଷ ଟଙ୍କା ଜିତିଥିବା ସୂଚନା ଦେଇଥିଲା। ଭିଡିଓ କଲ କରି ବିଭିନ୍ନ କାଗଜ ପତ୍ର ଦେଖାଇ ପ୍ରତୀକଙ୍କ ବିସ୍ବାଶ ଜିତିଥିଲା। ୨୫ ଲକ୍ଷ ଟଙ୍କ ଏକ କାଳିନ ତାଙ୍କ ଏକାଉଣ୍ଡରେ ଜମା କରାଯାଇପାରିବ ନାହିଁ କହି ଅନ୍ୟ ଏକ ଏକାଉଣ୍ଡ ନମ୍ବର ମାଗିଥିଲା। ଏବଂ ୧୨ ଲକ୍ଷ ୫୦ ହଜାର ଟଙ୍କାଲେଖାଏଁ ଉଭୟ ଏକାଉଣ୍ଡରେ ଜମାକରି ଦିଆଯିବ ବୋଲି କହିଥିଲା।ହେଲେ ଏହି ଟଙ୍କା ପାଇବାକୁ ଟେକ୍ସ ବାବଦକୁ ଅଗ୍ରିମ ୨୫ ହଜାର ଟଙ୍କା ଏକ ନିଦ୍ଧିଷ୍ଟ ଏକାଉଣ୍ଡରେ ଜମା କରିବାକୁ ପଡିବ ବୋଲି ମଧ୍ୟ କହିଥିଲା। ଏହି ଅନୁସାରେ ପ୍ରତିକ ନିଜ ଘରୁ ସାଙ୍ଗ ସାଥିଙ୍କ ଠାରୁ ଟଙ୍କା ଆଣି ପର୍ଯ୍ୟାୟ କ୍ରମେ ୨୫ ଜହାର ସେହି ଏକାଉଣ୍ଡରେ ଜମା କରିଥିଲା। ଏହା ପରେ ପୁଣି ରାଣା ପ୍ରତାପ ଦାବି ଅନୁସାରେ ସେ ଆଉ ୨୦ ଜହାର ଟଙ୍କା ଜମା କରିଥିଲେ। ଏହା ପରେ ରାଣାପ୍ରତାପ ପ୍ରତୀକଙ୍କୁ ଧରାଛୁଆଁ ଦେଲା ନାହିଁ। ଏହି ସମସ୍ତ କାର୍ଯ୍ୟକଳାପ ଗତ ୧୩ ତାରିଖରୁ ଘଟି ଅାସୁଥିବା ବେଳେ ସେଷରେ ମାନସିକ ଚାପରେ ଥିବା ପ୍ରତୀକ କାର୍ଯ୍ୟ କ୍ଷେତ୍ରକୁ ଯିବା କଥା କହି ଘରୁ ଟିଟିଲାଗଡ ଚାଲି ଆସିଥିଲେ। ଏବଂ ଏଠାରେ ଟ୍ରେନ ତଳେ ଶୋଇ ଆତ୍ମ ହତ୍ୟା କରିଥିଲେ।
ତେବେ ମୃତ୍ୟୁ ପୂର୍ବର ଲାଇବ କରିଥିବା ଭିଡିଓରୁ ଏହି ଘଟଣା ଜଣା ପଡ଼ିଥିଲା। ଏବଂ ପୋଲିସ୍ ଏହାକୁ ନେଇ କଣ ପଦକ୍ଷେପ ନେଉଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.