ETV Bharat / state

ବଲାଙ୍ଗୀରରେ କାଳବୈଶାଖୀ ତାଣ୍ଡବ, ଜଣେ ମୃତ

ବଲାଙ୍ଗୀରରେ କାଳବୈଶାଖୀ ତାଣ୍ଡବ । ବର୍ଷା ସାଙ୍ଗକୁ ଝଡ଼ବତାସ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

thunderstorm in balangir
thunderstorm in balangir
author img

By

Published : May 29, 2023, 1:19 PM IST

Updated : May 29, 2023, 1:24 PM IST

thunderstorm in balangir

ବଲାଙ୍ଗୀର: ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼ବତାସ ହୋଇଛି । ଏଥିରେ କିଛି ଲୋକଙ୍କ ଘର ଛପର ଉଡ଼ିଯାଇ ଥିବାବେଳେ କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ସେହିପରି ଜଣଙ୍କ ଉପରେ ଘର ଛାତ ଆଜବେଷ୍ଟ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଆର୍ ଆର୍ କଲୋନୀରେ ରହୁଥିବା ନରୋତ୍ତମ ସେଠ୍ ।

ଏହା ମଧ୍ୟ ପଢନ୍ତୁ- ଦ୍ରୁତଗତି ସାଜିଲା କାଳ: ଭାରସାମ୍ୟ ହରାଇ ପିକଅପ ଭ୍ୟାନକୁ ଧକ୍କା ଦେଲା କାର, 7 ଛାତ୍ର ମୃତ

ତେବେ ବଲାଙ୍ଗୀର ଜିଲ୍ଲାରେ ଦିନ ତମାମ ଖରାରେ ଲୋକେ ହଇରାଣ ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳ ବୈଶାଖୀ ତାଣ୍ଡବ ରଚୁଛି । ଯେଉଁଥିରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ ସରବରାହ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ସେହିପରି ଜିଲ୍ଲାର ପାଟଣାଗଡ଼ ରାସ୍ତା ମଧ୍ୟ ଗଛ ପଡ଼ିବାରୁ ଦୀର୍ଘ ସମୟ ଅବରୋଧ ହୋଇଥିଲା । ତେବେ ବଲାଙ୍ଗୀର ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ । ଏହାରି ମଧ୍ୟରେ ଘର ସମ୍ମୁଖରେ ବସିଥିବା ବେଳେ ଜଣେ ଲୋକଙ୍କ ଉପରେ ଛାତ ଆଜବେଷ୍ଟସ ପଡ଼ି ଯିବାରୁ ସେ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ସେପଟେ ଏହି ଘଟଣାର ସଦର ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ଠୁଳ କରିଛନ୍ତି ଆୟ ବହିର୍ଭୂତ ସମ୍ପତ୍ତି

ଏହା ମଧ୍ୟ ପଢନ୍ତୁ- Turkey Election: ତୁର୍କୀର ରାଷ୍ଟ୍ରପତି ହେଲ ଏର୍ଡୋଗାନ, ଶୁଭେଚ୍ଛା ଜଣାଇଲେ ମୋଦି

ବଲାଙ୍ଗୀର ଜିଲ୍ଲାରେ ଗତ ତିନି ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଯୋଗୁଁ ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ବର୍ଷା ହେଉଛି । ଏନେଇ ବହୁ କ୍ଷୟକ୍ଷତି ହେଉଥିବା ବେଳେ ଲୋକେ ମଧ୍ୟ ହଇରାଣ ହେଉଛନ୍ତି । ବିଶେଷ କରି ବିଦ୍ୟୁତ୍ ସରବରାହ ବାଧା ପ୍ରାପ୍ତ ହେବା ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ରାସ୍ତା ଘାଟ ଅବରୋଧ ହେବା ଯୋଗୁଁ ରାସ୍ତାରେ ଯିବା ଆସିବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : May 29, 2023, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.