ETV Bharat / state

ଦୁଇ ଭଉଣୀ ନଦୀକୁ ଡେଇଁବା ଘଟଣା; ସାନ ଭଉଣୀର ମୃତଦେହ ଉଦ୍ଧାର - ତରଭା

ବଲାଙ୍ଗୀରରେ ଦୁଇ ଭଉଣୀ ନଦୀକୁ ଡେଇଁବା ଘଟଣାରେ ଆଜି ସାନ ଭଉଣୀର ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ତେଲ ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

author img

By

Published : Oct 17, 2020, 1:02 PM IST

ବଲାଙ୍ଗୀର: ଜିଲ୍ଲାରେ ପ୍ରବାହିତ ତେଲ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ତୁଷୁରା ଠାରୁ ପ୍ରାୟ ୩୦ କିମି ଦୂର ତରଭା ଥାନାର ବଡତେଣ୍ଡା ଗାଁ ନିକଟ ତେଲ ନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣଙ୍କ ହେଲେ ରାମ ଅବତାର ଅଗ୍ରଓ୍ବାଲଙ୍କ ସାନ ଝିଅ ଆଞ୍ଚଲ । ଦୁଇ ଦିନ ତଳେ ତୁଷୁରା ଗୁଡଭେ ଲା ତେଲ ନଦୀରେ ଡେଇଁ ଆତ୍ମହତ୍ୟା କରିଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ । ପୋଲିସ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି ।

ତେଲ ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

ସୂଚନା ମୁତାବକ, ଗୁରୁବାର ତୁଷୁରା ତେଲ ନଦୀକୁ ଦୁଇ ଭଉଣୀ ଡେଇଁଥିଲେ । ଦୁଇ ଦିନର ଖୋଜା ଖୋଜି ପରେ ଉଭୟଙ୍କ ସନ୍ଧାନ ମିଳି ପାରିନଥିଲା । ବର୍ତ୍ତମାନ ତରଭା ନିକଟ ନଦୀ କୂଳରେ ଏକ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ଏନେଇ ସ୍ଥାନୀୟ ପୋଲିସ ଓ ନିଖୋଜ ଯୁବତୀଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଛନ୍ତି । ତେବେ ଅନ୍ୟ ଏକ ଝିଅ ଏବେବି ନିଖୋଜ ଥିବା ସୂଚନା ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.