ETV Bharat / state

ଡଙ୍ଗାପଥରରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ , ଜଣେ ମୃତ - ଡଙ୍ଗାପଥରରେ ଦୁର୍ଘଟଣା

ବଲାଙ୍ଗୀର ଜିଲ୍ଲା ଡଙ୍ଗାପଥର ନିକଟରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା 7 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

a pick up van face accident in balangir bangomunda
ଡଙ୍ଗାପଥରରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ , ଜଣେ ମୃତ
author img

By

Published : Dec 12, 2020, 6:29 AM IST

ବଲାଙ୍ଗୀର: ଡଙ୍ଗାପଥର ନିକଟରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା 7 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ କଳାହାଣ୍ଡି ଜିଲ୍ଲା ତୁମାର ଗ୍ରାମର ପଦ୍ମାବତୀ ପାରାଭୁଏ ବୋଲି ଜଣାପଡ଼ିଛି।

ଡଙ୍ଗାପଥରରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ , ଜଣେ ମୃତ

କଳାହାଣ୍ଡି ଜିଲ୍ଲା ତୁମାର ଗ୍ରାମର ଭୂର୍ଶବ ପାରାଭୁଏଙ୍କ ପୁଅର କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏକ ପିକଅପ ଭ୍ୟାନରେ ବଲାଙ୍ଗୀରର କଣ୍ଟାବାଞ୍ଜି ଯାଉଥିଲେ। କ୍ଷମତାଠାରୁ ଅଧିକ ଲୋକଙ୍କୁ ନେଇ ଯାଉଥିଲା ପିକଅପ ଭ୍ୟାନ। ତେବେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଡଙ୍ଗାପଥର ନିକଟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ପଦ୍ମାବତୀ ପାରାଭୁଏଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଥଲେ।

ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଓ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.