ବଲାଙ୍ଗୀର: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଲାଙ୍ଗୀର-ସମ୍ବଲପୁର ରୋଡ଼ରେ ଥିବା ଡିସିବି ବ୍ୟାଙ୍କରେ ଜଣେ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ବ୍ୟାଙ୍କକୁ ବନ୍ଦ କରିଛି ପ୍ରଶାସନ ।
ତେବେ, ସଂକ୍ରମଣକୁ ରୋକିବାକୁ ଜିଲ୍ଲାପାଳ ଆସନ୍ତା ଚାରି ଦିନ ପାଇଁ ବ୍ୟାଙ୍କକୁ ବନ୍ଦ କରିଛନ୍ତି। ଏହାସହ ବ୍ୟାଙ୍କର ଅନ୍ୟ କର୍ମଚାରୀମାନଙ୍କର ସ୍ବାବ ସଂଗ୍ରହ କରାଯିବା ସହ ବ୍ୟାଙ୍କ ପରିସରକୁ ସାନିଟାଇଜ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ