ETV Bharat / state

ଡ୍ୟୁଟି ସମୟରେ ଟଳି ପଡ଼ିଲେ ପୌର କର୍ମଚାରୀ - କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ

ପୌରପାଳିକା କାର୍ଯ୍ୟାଲୟରେ ଜଣେ କର୍ମଚାରୀଙ୍କ ଅକାଳ ବିୟୋଗ ହୋଇଛି। ମୃତକ ବଲାଙ୍ଗୀର ମାଳପଡାର ତୁଳସୀ ରାମ ପଟେଲ ବୋଲି ଜଣା ପଡ଼ିଛି। ଅଧିକ ପଢ଼ନ୍ତୁ...

ଡ୍ୟୁଟି ସମୟରେ ଟଳି ପଡ଼ିଲେ ପୌର କର୍ମଚାରୀ
ଡ୍ୟୁଟି ସମୟରେ ଟଳି ପଡ଼ିଲେ ପୌର କର୍ମଚାରୀ
author img

By

Published : Mar 23, 2021, 8:14 PM IST

ବଲାଙ୍ଗୀର: ପୌରପାଳିକା କାର୍ଯ୍ୟାଲୟରେ ଜଣେ କର୍ମଚାରୀଙ୍କ ଅକାଳ ବିୟୋଗ ହୋଇଛି। ମୃତକ ବଲାଙ୍ଗୀର ମାଳପଡାର ତୁଳସୀ ରାମ ପଟେଲ ବୋଲି ଜଣା ପଡ଼ିଛି। ସେ ବଲାଙ୍ଗୀର ପୌରପାଲିକାରେ ଡ୍ରାଇଭର ଭାବରେ କାମ କରୁଥିଲେ। ତୁଳସୀ ରାମ ପଟେଲ ପରିବାରକୁ ପ୍ରଶାସନ ପକ୍ଷରୁ ଅନୁକମ୍ପା ମୂଳକ ସାହାଯ୍ୟ ଯୋଗାଇ ଦିଆଯାଇଛି।

ଡ୍ୟୁଟି ସମୟରେ ଟଳି ପଡ଼ିଲେ ପୌର କର୍ମଚାରୀ

ପ୍ରତିଦିନ ଭଳି ତୁଳସୀ ରାମ ପଟେଲ ଗାଡ଼ି ନେଇ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତାଙ୍କ ବାସଭବନରୁ ଆଣିବାକୁ ଯାଇଥିଲେ। ତେବେ ସେଠାରେ ପହଞ୍ଚି ସେ ଗାଡ଼ି ଭିତରେ ଅଚେତ ହୋଇ ପଡ଼ିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ସଙ୍ଗେସଙ୍ଗେ ବଲାଙ୍ଗୀର ମେଡିକାଲ୍ କଲେଜକୁ ଆଣଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ତୁଳସୀ ରାମଙ୍କ ଅକାଳ ବିୟୋଗରେ ତାଙ୍କ ସହକର୍ମୀ ଓ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି। ଜିଲ୍ଲା ପ୍ରଶାସନ ଓ ପୌରପାଳିକା ପ୍ରଥମ ପର୍ଯ୍ୟାୟରେ ତାଙ୍କ ପରିବାରକୁ ଚାଳିଶ ହଜାର ଟଙ୍କାର ଅନୁକମ୍ପା ମୂଳକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ନିୟମ ଅନୁସାରେ ତାଙ୍କ ପରିବାରକୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.