ETV Bharat / state

ମେଳ ଖାଇଲାନି ଟିପ ଚିହ୍ନ କଟିଗଲା ରାସନ କାର୍ଡ, ୩ ମାସ ହେବ ଚାଉଳ ପାଇବାରୁ ବଞ୍ଚିତ ବୃଦ୍ଧା - ଚାଉଳ ପାଇବାରୁ ବଞ୍ଚିତ ବୃଦ୍ଧା

ରାସନକାର୍ଡରେ ସମସ୍ୟା ଯୋଗୁ ବଲାଙ୍ଗୀରରେ ଜଣେ ଅସହାୟ ଗରିବ ବୃଦ୍ଧା ପରିଣତ ବୟସରେ ମୁଠାଏ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅଧିକ ପଢନ୍ତୁ

3 ମାସ ହେବ ଚାଉଳ ପାଇବାରୁ ବଞ୍ଚିତ ବୃଦ୍ଧା
old woman deprived of pdf rice
author img

By

Published : Jul 25, 2023, 4:03 PM IST

Updated : Jul 25, 2023, 4:12 PM IST

3 ମାସ ହେବ ଚାଉଳ ପାଇବାରୁ ବଞ୍ଚିତ ବୃଦ୍ଧା

ବଲାଙ୍ଗୀର: ଗରିବଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଆଜି ବି ଅନେକ ହିତାଧୀକାରୀଙ୍କ ପାଖରେ ଯୋଜନା ପହଞ୍ଚି ନାହିଁ । ବଲାଙ୍ଗୀର ଜିଲ୍ଲାରେ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ରାସନ କାର୍ଡ ମିଳିନାହିଁ । ଅସହାୟ ଗରିବ ବୃଦ୍ଧା ସୁମିତ୍ରା ମହନ୍ତ ଏବେ ବି ଚାଉଳ ମୁଠାଏ ପାଇବାରୁ ବଞ୍ଚିତ । ଏନେଇ ସୂଚନା ପାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ପୌର ପ୍ରଶାସନ। ଅସହାୟ ବୃଦ୍ଧାଙ୍କର ଏପରି ସ୍ଥିତି ଲୋକଙ୍କ ପାଖରେ ସରକାରୀ ଯୋଜନା କେତେ ପହଞ୍ଚିଛି ପାରିଛି ତାହା ସ୍ପଷ୍ଟ କରିଛି ।

ବଲାଙ୍ଗୀରର ଜଣେ ଅସହାୟ ଗରିବ ବୃଦ୍ଧା ପରିଣତ ବୟସରେ ମୁଠାଏ ଚାଉଳ ପାଇଁ ସଂଘର୍ଷ କରୁଛନ୍ତି । ସରକାର ସାହାଯ୍ୟ ପାଇଁ ହାତ ଯୋଡି ବିନତି କରିଛନ୍ତି । ଖବର ସମାନାକୁ ଆସିବା ପରେ ପୌର ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇଛି । ବଲାଙ୍ଗୀର ରୁଗୁଡି ପଡା ନିବାସୀ ସୁମିତ୍ରା ମହନ୍ତ। ବୟସ ପାଖାପାଖି ୮୦ ବର୍ଷ । ଘର କହିଲେ ଭଙ୍ଗା ଦଦରା ଚାଲ ଛପର ଘର । ପରିଣତ ବୟସରେ ସରକାରୀ ଯୋଜନାରେ ଚାଉଳ ମୁଠାଏ ପାଇନଥିବା ବେଳେ ଆବାସ ଯୋଜନା ସାତ ସପନ ହୋଇଛି । ପୂର୍ବରୁ ତାଙ୍କ ନାଁରେ ରାସନ କାର୍ଡ ଥିଲା। ହେଲେ ତାଙ୍କର ଟିପ ଚିହ୍ନ ମେଳ ନ ଖାଇବାରୁ ତାହା ରାସନକାର୍ଡ କଟି ଯାଇଛି । ତିନି ମାସ ହେବ ସେ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି ।

ଠିକରେ ଚାଲି ବୁଲି ପାରୁନଥିବା ବେଳେ ସୁମିତ୍ରାଙ୍କୁ ଭଲ ଭାବେ ଦେଖା ବି ଯାଉନାହିଁ । ଶଯ୍ୟାରେ ପଡି ରହିଛନ୍ତି ସୁମିତ୍ରା । ତାଙ୍କ ଚିକିତ୍ସା ଓ ଦେଖରେଖ କରୁଥିବା ତାଙ୍କ ପୁଅ ବୋହୂ ଦିନ ମଜୁରିଆ ହୋଇଥିବା ବେଳେ ବୃଦ୍ଧା ମାଆଙ୍କ ଚାଉଳ ପାଇଁ ସବୁ ଠି ଗୁହାରି କରି ନୟାନ୍ତ ହୋଇଥିବା କହିଛନ୍ତି । ଭାଗ୍ୟକୁ ଆଦରି ଜୀବନ ଜୀଇଁବାର ସଂଘର୍ଷ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...PDS ଚାଉଳ ବଣ୍ଟନରେ ଅନିୟମିତତା, ହିତାଧିକାରୀଙ୍କ ପ୍ରତିବାଦ

ଖବର ପାଇ ତାଙ୍କ ଘରକୁ ପହଞ୍ଚିଥିଲା ଆମ ଟିମ । ଇଟିଭି ଭାରତ ପକ୍ଷରୁ ଖବର ପାଇ ବଲାଙ୍ଗୀର ପୌରପରିଷଦର ପୌରଧ୍ୟକ୍ଷା ଲିକା ସାହୁ ପଦକ୍ଷେପ ନେଇଛନ୍ତି । ପୌରାଞ୍ଚଳ ଯୋଗାଣ ଅଧିକାରୀଙ୍କ ସହ ବୃଦ୍ଧାଙ୍କ ଘରକୁ ଯାଇ କିଛି ରାସନ ସାମଗ୍ରୀ ଓ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି । ଏହା ସହିତ ତିନି ମାସର ଚାଉଳ ମଧ୍ୟ ପ୍ରଦାନ କରିଛନ୍ତି । ରାସନ କାର୍ଡ ସମସ୍ୟା ଠିକ ହୋଇ ଯାଇଥିବା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 25, 2023, 4:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.