ETV Bharat / state

ଗୁଣିଗାରେଡ଼ି ସନ୍ଦେହରେ ଜଣକୁ ପରିସ୍ରା ଓ ବିଷ୍ଟା ଖୁଆଇଲେ ଗ୍ରାମବାସୀ - old man forced to drink urine

ଗୁଣିଗାରେଡ଼ି ସନ୍ଦେହରେ ଜଣକୁ ଗାଁ ଦାଣ୍ଡରେ ପରିସ୍ରା ଓ ବିଷ୍ଟା ଖୁଆଇବା ସହ ପ୍ରବଳ ମାଡ଼ ମରାଯାଇଛି । ତେବେ ସଂପୃକ୍ତ ବ୍ୟକ୍ତି ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

ଅନ୍ଧବିଶ୍ବାସର କୁ-ପରିଣତି: ଜଣକୁ ପରିସ୍ରା ଓ ବିଷ୍ଟା ଖୁଆଇଲେ ଗାଁ ଲୋକେ

author img

By

Published : Jul 5, 2021, 11:22 PM IST

ବଲାଙ୍ଗୀର: ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଘର କରି ରହିଛି । ଏହାର ପରିଣାମ ଭୋଗୁଛନ୍ତି କିଛି ନିରୀହ ଲୋକ ତଥା ପରିବାର । ଏହିଭଳି ଆଜି(ସୋମବାର) ପୁଣି ବଲାଙ୍ଗୀର ଜିଲ୍ଲା ସିନ୍ଧେ କେଳା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗ୍ରାମରୁ ଏକ ଅମାନବୀୟ ଚିତ୍ର ସାମନାକୁ ଆସିଛି । ତେବେ ଏହି ଗ୍ରାମରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ସହ କିଛି ଲୋକ ରୋଗ ବ୍ୟାଧିରେ ପୀଡ଼ିତ ଅଛନ୍ତି । ଲୋକ ଏହାର ସଠିକ କାରଣ ଖୋଜିବା ପରିବର୍ତ୍ତେ ଗାଁର ଜଣେ ନିବାସୀ ହରି ବନ୍ଧୁ ବଗର୍ତ୍ତିଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଦେଇଛନ୍ତି ଅମାନୁଷିକ ନିର୍ଯାତନା ।

ଅନ୍ଧବିଶ୍ବାସର କୁ-ପରିଣତି: ଜଣକୁ ପରିସ୍ରା ଓ ବିଷ୍ଟା ଖୁଆଇଲେ ଗାଁ ଲୋକେ

ତେବେ ଆଜି ଏହାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ବସିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ଲୋକଙ୍କ ପରିସ୍ରା ପିଆଇବା ଓ ମଳ ଖୁଆଇବା ସହ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଯାହା ପରେ ପୀଡ଼ିତଙ୍କ ପରିବାର ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ସିନ୍ଧେକେଲା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରିଛନ୍ତି ।

ତେବେ ତାଙ୍କର ଅବସ୍ଥା ଏବେବି ଗୁରୁତର ଥିବାର ଜଣା ପଡ଼ିଛି । ଅନ୍ୟପଟେ ସିନ୍ଧେକେଲା ପୋଲିସ୍ ନିଜ ଆଡୁ ମାମଲା ରୁଜୁ କରି ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ସମ୍ପୃକ୍ତ ଘଟଣାରେ ଆଗକୁ ପୋଲିସ୍ କିମ୍ବା ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.