ETV Bharat / state

ବଲାଙ୍ଗୀରରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି - migratory birds

ଚଳିତ ବର୍ଷ ବିଦେଶୀ ବଲାଙ୍ଗୀରରେ ପକ୍ଷୀଙ୍କ ଆଗମନରେ ବୃଦ୍ଧି ରେକର୍ଡ କରାଯାଇଛି । ମୋଟ 15ହଜାର 508ଟି ବିଦେଶୀ ପକ୍ଷୀ ଆସିଥିବାର ପକ୍ଷୀ ଗଣନାରୁ ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

Migratory bird
ବିଦେଶୀ ପକ୍ଷୀ
author img

By

Published : Jan 24, 2023, 10:31 AM IST

ବିଦେଶୀ ପକ୍ଷୀ

ବଲାଙ୍ଗୀର : ବଲାଙ୍ଗୀରରେ ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ବୃଦ୍ଧି ରେକର୍ଡ କରାଯାଇଛି । ଯାହାକୁ ନେଇ ଏଠିକାର ପକ୍ଷୀ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତଥାପି ଆଶା ଠାରୁ କମ୍ ବଢ଼ିଛି । ରାଜା ଅମଳରୁ ଏଠି ଥିବା ବିରାଟ ଜଳାଶୟ ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରି ଆସିଛି । ଗତ ବର୍ଷ ଜିଲ୍ଲାରେ ଥିବା ବିଭିନ୍ନ 57ଟି ଜଳାଶୟକୁ ମୋଟ 12ହଜାର 702ଟି ବିଦେଶୀ ପକ୍ଷୀ ଆସିଥିଲେ । ତେବେ ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି । ଏଥର ମୋଟ 15ହଜାର 508ଟି ବିଦେଶୀ ପକ୍ଷୀ ଆସିଥିବାର ପକ୍ଷୀ ଗଣନାରୁ ଜଣାପଡ଼ିଛି ।

ଚଳିତ ବର୍ଷ ଜିଲ୍ଲାରେ ଥିବା ବିଭିନ୍ନ ୧୧ଗୋଟି ବନଖଣ୍ଡ ରେଞ୍ଜ ପୃଥକ ପୃଥକ ଭାବରେ ବଲାଙ୍ଗୀରର ମୋଟ 57ଟି ଜଳାଶୟରେ ବିଭିନ୍ନ ବିଶେଷଜ୍ଞଙ୍କ ଟିମ ଦ୍ୱାରା ପକ୍ଷୀ ଗଣନା ହୋଇଥିଲା । ବଲାଙ୍ଗୀର ଜିଲ୍ଲାକୁ ଏଥର ଗ୍ରେବସ, କରମୋଣ୍ଟ, ହେରାନ୍ସ, ଷ୍ଟକର୍ଷ, ଡାକୁଶ, ରେଳ, କୁଟ୍ସ, ଗାଳିନୁଲସ, ଫିନଫ୍ଟ, ଜାକାନୋଶ, ଶୋରବାର୍ଡ୍ସ, ବେଡର୍ଷ, ଗୁଲ୍ସ, ଟର୍ନସ, ସ୍କିମର୍ଷ, ଲେସର ଭିଲସ ଡକ୍ସ, ଗ୍ରେଲାଗ ଗୋଶ, ଆକାଳିଟିସ ହାଇପଲୁକ୍ୟାସ ଭଳି ପକ୍ଷୀ ବିଦେଶରୁ ଆସିଥିବା ଜଣାପଡ଼ିଛି । ସେହିପରି ଚଳିତ ବର୍ଷ ସବୁଠାରୁ ଉଲ୍ଲେଖନୀୟ ପ୍ରଜାତି ମଧ୍ୟରେ ଟର୍ନ ଷ୍ଟରାନା ଆରାଣ୍ଡଟିଆ ଓ କମାନ ସ୍ୟାଣ୍ଡ ପାଇପର ଆକଳାଇଟସ ପକ୍ଷୀଙ୍କ ସଂଖ୍ୟା ଏଠି ବୃଦ୍ଧି ପାଇଛି ।

ମୋଟ 20ରୁ ଊର୍ଦ୍ଧ୍ବ ପ୍ରଜାତିର ବିଦେଶୀ ପକ୍ଷୀ ଏଠାକୁ ଆସିଛନ୍ତି । ଏଠି ସାଧାରଣତଃ ଡିସେମ୍ବର ମାସରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହି ପକ୍ଷୀମାନେ ରହିଥାନ୍ତି । ତେବେ ଏହି ସଂଖ୍ୟା ପୂର୍ବରୁ ଆହୁରି ଅଧିକ ରହୁଥିବା ବେଳେ ଧୀରେଧୀରେ ମନୁଷ୍ୟକୃତ କାରଣ ପାଇଁ ଏହା କମିବାରେ ଲାଗିଛି । ବିଶେଷ କରି ସବୁ ଜଳାଶୟ ଗୁଡିକରେ ମାନବିକ ଗତି ବିଧି ବଢିବା, ଜଳାଶୟ ସଙ୍କୁଚିତ ହେବା ଓ ଜଳାଶୟ ଗୁଡିକରେ ପ୍ରଦୂଷଣ ବଢିବା ଯୋଗୁଁ ଏହି ସଂଖ୍ୟା କମିଥିବାର ପକ୍ଷୀ ପ୍ରେମୀ କହିଛନ୍ତି ।

ସମାନ ଭାବରେ ପକ୍ଷୀ ଶିକାର ମଧ୍ୟ ଏହାର ଏକ ମୁଖ୍ୟ କାରଣ ବୋଲି ଏମାନେ କହିଛନ୍ତି । ଏହାଛଡା ବିକାଶ ନାଁରେ ଜଳାଶୟ ପାର୍ଶ୍ଵ ବୃକ୍ଷ କାଟି ଦେବା ଫଳରେ ପକ୍ଷୀଙ୍କ ସଂଖ୍ୟା କମିଥିବାର ଏମାନେ କହିଛନ୍ତି । ଜଳାଶୟ ଗୁଡିକର ପୁନରୁଦ୍ଧାର ହେଲେ ଏହି ସଂଖ୍ୟା ଆହୁରି ବଢିବ ବୋଲି ପରିବେଶବିତ କହିଛନ୍ତି । ସେପଟେ ବଲାଙ୍ଗୀର ବନାଧିକାରୀ ଏଥର ବିଦେଶୀ ପକ୍ଷୀଙ୍କ ବର୍ଦ୍ଧିତ ସଂଖ୍ୟାରେ ଖୁସି ଜାହିର କରିଛନ୍ତି ।

ଚଳିତ ବର୍ଷର ପାଣିପାଗ ଏମାନଙ୍କୁ ଆକୃଷ୍ଟ କରିଥିବାର କହିଛନ୍ତି । ସେହିପରି ବନବିଭାଗ ଓ ଲୋକଙ୍କ ମିଳିତ ଉଦ୍ୟମରେ ଜଳାଶୟ ଗୁଡିକର ସଂରକ୍ଷଣ ଓ ବିକାଶ ମଧ୍ୟ ଏହାର କାରଣ ବୋଲି ସେ କହିଛନ୍ତି । ତେବେ ୧୧ଟି ରେଞ୍ଜ ଦ୍ୱାରା କରାଯାଇଥିବା ଏହି ଗଣନାରେ ସବୁଠୁ ଅଧିକ ବଲାଙ୍ଗୀର ରେଞ୍ଜରେ ବିଦେଶୀ ପକ୍ଷୀ ଆସିଥିବାର ବଲାଙ୍ଗୀର ଡିଏଫଓ ନୀତିଶ କୁମାର କହିଛନ୍ତି ।

ନିକଟରେ ଶୀତରେ ରାଜ୍ୟକୁ ଆସିଛନ୍ତି ବିଦେଶୀ ଅତିଥି । ଏମାନଙ୍କ ଆଗମନରେ ପ୍ରକୃତିରାଣୀର ଶୋଭା ବୃଦ୍ଧି ପାଇଛି । ଗତ 7 ତାରିଖରେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବନ ବିଭାଗ ପକ୍ଷୀଗଣନା ମଧ୍ୟ ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.