ବଲାଙ୍ଗୀର: ରାଜ୍ୟରେ ପିଛା ଛାଡୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । କେତେବେଳେ ଲୋଭୀଠିକାଦାରର ଶୋଷଣର ଶିକାର ହେଉଛନ୍ତି ତ ପୁଣି କେତେବେଳେ ଟଙ୍କା ନ ପାଇଁ ନିରାଶ ହୋଇ ଫେରୁଛନ୍ତି ଦାଦନ। ଏଥର କିନ୍ତୁ ଶୋଷଣ ବି ହୋଇଛନ୍ତି ଆଉ ଅଲିଅଳି ଝିଅକୁ ହରାଇଛନ୍ତି ଦାଦନ ପରିବାର। ଶେଷରେ ନ୍ୟାୟ ପାଇଁ ଫେରିଆସିଛନ୍ତି ନିଜ ରାଜ୍ୟରୁ। ଏଭିଳି ଏକ ଘଟଣା ଦେଖିବାକୁ ମିଳିଛିବଲାଙ୍ଗୀର ଜିଲ୍ଲାରେ।
ଜିଲ୍ଲାର ବେଲପଡା ଅଞ୍ଚଳର ଖଲିପଥର ଗାଁର ଅରୁଣ ରାଉତ ଓ ତାଙ୍କ ପରିବାର ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ ଦଲାଲ ଠିକାଦାରଠାରୁ ଅଗ୍ରିମ ଟଙ୍କା ଆଣି ସେମାନଙ୍କୁ ଛାଡି ଆସିଥିଲା। ତେବେ ଗତ 4 ମାସ ହେବ ଅରୁଣ ଓ ତାଙ୍କ ପରିବାର ଲୋକ ଇଟା ଭାଟିରେ କାମ କରୁଥିଲେ। ହେଲେ ହଠାତ୍ ଦିନେ ଅରୁଣଙ୍କ ସାନ ଝିଅ ଦେହ ଅସୁସ୍ଥ ହୋଇଥିଲା। ସେଠାରେ ଇଟାଭାଟି ମାଲିକ ଚିକିତ୍ସା ନ କରାଇବାରୁ ଗତ 26 ତାରିଖରେ ସାନ ଝିଅର ମୃତ୍ୟୁ ହୋଇଥିଲା।
ପରେ ଝିଅର ମୃତଦେହକୁ ମଧ୍ୟ ଦେବାକୁ ମନା କରିଦେଇଥିଲା ଠିକାଦାର। ସେଠାରେ ଶବ ସତ୍କାର ମଧ୍ୟ କରିଥିଲା । ନିର୍ଯ୍ୟାତନାର ଶିକାର ହେବା ପରେ ସେଠାରୁ ଖସି ଆସି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ଦାଦନ ପରିବାର। ଅଭିଯୋଗ ପରେ କେଉଁ ପରିସ୍ଥିତିରେ ଝିଅର ମୃତ୍ୟୁ ହେଲା ସେ ନେଇ ଖୋଳତାଡ ଆରମ୍ଭ କରିଛି ଶ୍ରମ ବିଭାଗ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ