ETV Bharat / state

ବଦଳିବ ବଲାଙ୍ଗୀର ବିଭିନ୍ନ ମନ୍ଦିରର ରୂପରେଖ, 21 କୋଟି ମଞ୍ଜୁର - ନୂଆ ରୂପ ପାଇବ ଜିଲ୍ଲାର ସମସ୍ତ ମନ୍ଦିର

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ 21 କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

odisha cm sanctions 21crore
odisha cm sanctions 21crore
author img

By ETV Bharat Odisha Team

Published : Sep 17, 2023, 11:36 AM IST

odisha cm sanctions 21crore

ବଲାଙ୍ଗୀର: ନୂଆ ରୂପ ପାଇବ ଜିଲ୍ଲାର ସମସ୍ତ ମନ୍ଦିର । ବିଭିନ୍ନ ଅନୁଷ୍ଠାନର ହେବ ଉନ୍ନତିକରଣ । ଏନେଇ ସରକାରଙ୍କ ପକ୍ଷରୁ 21 କୋଟି ଟଙ୍କା ଆର୍ଥିକ ଅନୁଦାନ ଦିଆଯାଇଛି । ତେବେ ବଲାଙ୍ଗୀର ଜିଲ୍ଲାର ଦେବାଳୟ ପ୍ରତି ସରକାର ଅବହେଳା କରୁଥିବାର ଅଭିଯୋଗ ହୋଇ ଆସୁଥିଲା । ଏନେଇ ନିକଟରେ ନିଜେ ୫ଟି ସଚିବ ମଧ୍ୟ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଜିଲ୍ଲାବାସୀ ଏଠିକାର ଉନ୍ନତି ସହ ବିଭିନ୍ନ ଦେବାଳୟ ଓ ଅନୁଷ୍ଠାନ ଗୁଡିକର ବିକାଶ ପାଇଁ ଦାବି ରଖିଥିଲେ । ଯାହାକୁ ନେଇ ସରକାର ପଦକ୍ଷେପ ନେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ 21 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ଦେଇଛନ୍ତି । ଯେଉଁଥିରେ ୫ଟି ମନ୍ଦିରର ଉନ୍ନତି ଓ ନୂତନ ବିଭିନ୍ନ ପ୍ରକଳ୍ପ ତିଆରି ହେବ । ତେବେ ଏଥିରେ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିବା ସମଲେଇ ମନ୍ଦିର, ପାଟନେଶ୍ୱରୀ ମନ୍ଦିର ଓ ଗୋପାଲଜି ମନ୍ଦିରର ପୁନରୁଦ୍ଧାର କାମ ମଧ୍ୟ ହେବ । ଏହି ସବୁ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ୭ ରୁ ୮ ମାସ ମଧ୍ୟରେ ସବୁ ନିର୍ମାଣ ସରିବ ବୋଲି ଜଣା ପଡ଼ିଛି। ବଲାଙ୍ଗୀରର ଇଷ୍ଟଦେବୀ ମା' ସମଲେଇ ପୀଠ ଓ ମା ପାଟନେଶ୍ୱରୀ ପୀଠ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏପରିକି ବର୍ଷା ମାସରେ ପାଣି ଗମ୍ଭୀରା ମଧ୍ୟକୁ ପ୍ରବେଶ କରୁଥିବା ବେଳେ ମା'ଙ୍କ ବିଗ୍ରହ ପାଣିରେ ବୁଡି ଆସୁଥିଲେ । ସେହିପରି ଗତ ବର୍ଷ ସମଲେଇ ପୀଠର ଛାତ ମଧ୍ୟ ଖସି ପଡ଼ିଥିଲା । ତେବେ ଏସବୁର ସମାଧାନ ପାଇଁ ଜିଲ୍ଲାବାସୀ ଅନେକ ଥର ଆନ୍ଦୋଳନ ମଧ୍ୟ କରିଥିଲେ । ସେହିପରି ଜିଲ୍ଲାର ଦେବୋତ୍ତର ବିଭାଗର ଗୋପାଲଜି ମନ୍ଦିର ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି । ତେବେ ଦୀର୍ଘ ଦିନର ଦାବି ପରେ ସରକାର ଏସବୁର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଛନ୍ତି ।

ମା' ସମଲେଇ ମନ୍ଦିର ନିର୍ମାଣ ପାଇଁ 2 କୋଟି 73 ଲକ୍ଷ ଟଙ୍କା, ମା’ ପାଟଣେଶ୍ୱରୀ ମନ୍ଦିର ପାଇଁ ୧ କୋଟି ଏକ ଲକ୍ଷ ଟଙ୍କା, ଗୋପାଲଜି ମନ୍ଦିର ପାଇଁ 4 କୋଟି 79 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲାର ଅନ୍ୟ ପୁରାତନ ମନ୍ଦିର ତଥା ଯୋଗୀସୁରଦା ଶୈବ ପିଠ ପାଇଁ ଦୁଇ କୋଟି ତିନି ଲକ୍ଷ ଟଙ୍କା ଓ ତୁସୁରା ସମଲେଇ ମନ୍ଦିର ପାଇଁ 2 କୋଟି 17 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହାଛଡା ବଲାଙ୍ଗୀରର ସାଂସ୍କୃତିକ କଳାମଣ୍ଡଳ ପଡିଆ ଉନ୍ନତି ପାଇଁ 3 କୋଟି 32 ଲକ୍ଷ୍ୟ ଟଙ୍କା, ଚର୍ଚ୍ଚର ଉନ୍ନତି ପାଇଁ 2 କୋଟି 5 ଲକ୍ଷ ଟଙ୍କା, ଆୟୁର୍ବେଦିକ କଲେଜ ଅଫିସ ଘର ପାଇଁ 1 କୋଟି 12 ଲକ୍ଷ ଟଙ୍କା ଓ ତୁସୁରାରେ ଛାତ୍ର ନିବାସ ପାଇଁ 2କୋଟି 47 ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- 5Tରେ ହେବ ୮୦ରୁ ଅଧିକ କଲେଜର ରୂପାନ୍ତରୀକରଣ , ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଧନ୍ୟବାଦ

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସବୁ ଜନ ପ୍ରତିନିଧି ଧନ୍ୟବାଦ ଜଣାଇଛନ୍ତି । ଯେଉଁଥିରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି ଯେ, ଗତ ମାସରେ ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବଲାଙ୍ଗୀର ଆସିଥିଲେ । ଏଠି ଲୋକେ ତାଙ୍କର ଦୀର୍ଘ ଦିନର ଦାବି ତାଙ୍କୁ ଜଣାଇ ଥିଲେ । ତେବେ ସେ ଏଠୁ ଫେରିବା ଓ ସରକାରଙ୍କୁ ସେ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଅନୁଦାନ ଦେଇଛନ୍ତ । ଯାହା ପାଇଁ ସେ ତାଙ୍କ ଧନ୍ୟବାଦ ଦେଇଛନ୍ତି । ସେହିପରି ଏହାର ଟେଣ୍ଡର ସାରିଥିବା ବେଳେ ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.