ETV Bharat / state

ପର୍ଶୁରାମ ମୂର୍ତ୍ତି ହଟାଇବା ବିବାଦ, ଧାରଣାସ୍ଥଳରେ ହୋମ ଯଜ୍ଞ କଲା ବ୍ରାହ୍ମଣ ସମାଜ

author img

By

Published : Jul 28, 2023, 1:30 PM IST

ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ଅପସାରଣ କରି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ । ଦଶମ ଦିନରେ ପହଞ୍ଚିଲା ବ୍ରାହ୍ମଣ ସମାଜର ଧାରଣା । ଅଧିକ ପଢନ୍ତୁ

parshuram statue displaced in balangir
parshuram statue displaced in balangir
ପର୍ଶୁରାମ ମୂର୍ତ୍ତି ହଟାଇବା ବିବାଦ

ବଲାଙ୍ଗୀର: ପାଟଣାଗଡ଼ରେ ଥମିବାର ନା ନେଉନି ମୂର୍ତ୍ତି ବିବାଦ । ଗୁରୁବାର ଦଶମ ଦିନରେ ପହଞ୍ଚିଥିଲା ବ୍ରାହ୍ମଣ ସମାଜର ଆନ୍ଦୋଳନ। ଧାରଣା ସ୍ଥଳରେ ହୋମ ଯଜ୍ଞ କରି ଅଭିନବ ପ୍ରତିବାଦ କରିଥିଲେ ବ୍ରାହ୍ମଣ ସମାଜ । ଭଗବାନ୍ ପର୍ଶୁରାମଙ୍କୁ ଅପମାନ ଅର୍ଥାତ୍ ଜଗନ୍ନାଥଙ୍କୁ ଅସମ୍ମାନ ବୋଲି କହିବା ସହ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକରେ ଥିବା ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ଅପସାରଣ କରି ସେହି ସ୍ଥାନକେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି । ଯାହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପାଟଣାଗଡ଼ ବାସୀ । ଏହାକୁ ନେଇ ପାଟଣାଗଡ଼ ବନ୍ଦ ଡାକରା ସହ ପରବର୍ତ୍ତୀ ସମୟରେ ବେଲପଡ଼ା ବ୍ଲକ ଓ ଖପ୍ରାଖୋଲ ବ୍ଲକ ବନ୍ଦ ଡାକରା ଦେଇ ଆନ୍ଦୋଳନ କରିଥିଲେ । ପାଟଣାଗଡ଼ ବ୍ଲକ ଛକରେ ଦୀର୍ଘ ଦଶ ଦିନ ହେବ ବ୍ରାହ୍ମଣ ସମାଜ ଧାରଣା ଦେଇଛି । ଗୁରୁବାର ଧାରଣାସ୍ଥଳରେ ହୋମ ଯଜ୍ଞ କରି ଅଭିନବ ପ୍ରତିବାଦ କରାଯାଇଥିଲା ।

ଓଡିଶା ବ୍ରାହ୍ମଣ ସମାଜର ଅଧ୍ୟକ୍ଷ ରତିକାନ୍ତ ଦାସ ସାମିଲ ହୋଇ ମନ୍ତ୍ରପାଠ କରିଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ହଟାଇ ଭଗବାନ ପର୍ଶୁରାମଙ୍କ ଫଟୋ ମୂର୍ତ୍ତି ପୁନଃସ୍ଥାପନ କରିବା ପାଇଁ ଦାବି କରିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ଅନ୍ୟପଟେ ଏହା ସ୍ଥାନୀୟ ବିଧାୟକ ସରୋଜ ମେହେରଙ୍କ ପ୍ରରୋଚନାରେ ଏପରି ହୋଇଥିବାର ଅଭିଯୋଗ ହୋଇଛି । ସରୋଜ ମେହେରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଓଡିଶା ବ୍ରାହ୍ମଣ ସମାଜ । ପାଟଣାଗଡ଼ ନୁହେଁ ଏଣିକି ରାଜଧାନୀରେ ଦେଖା ହେବ ବୋଲି ବିଧାୟକଙ୍କୁ ଚେତାବନୀ ଦେଇଥିଲା ଧାରଣା ରତ ବ୍ରାହ୍ମଣ ସମାଜ ।

ଏହା ମଧ୍ୟ ପଢନ୍ତୁ-ପର୍ଶୁରାମ ମୂର୍ତ୍ତି ହଟାଇବା ବିବାଦ, 12 ଘଣ୍ଟିଆ ବେଲାପଡା ବନ୍ଦ କଳା ପର୍ଶୁରାମ ସେନା

ବିଧାୟକ ଭଗବାନ ପର୍ଶୁରାମ ଯିଏ କି ଜଗନ୍ନାଥଙ୍କ ଅବତାର ତାଙ୍କୁ ଅପମାନିତ କରି ଥିବାରୁ ବହୁ ମୂଲ୍ୟ ଦେବାକୁ ପଡିବ । କେବଳ ଓଡ଼ିଶା ନୁହଁ ଦେଶର ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ବିଧାୟକ କୁଠାରାଘାତ ଦେଇଥିବା କହିଛନ୍ତି ଓଡିଶା ବ୍ରାହ୍ମଣ ସମାଜ ଅଧ୍ୟକ୍ଷ । ତେଣୁ ତାଙ୍କୁ କୌଣସି ଧାର୍ମିକ ସ୍ଥଳରେ ପୁରାଇ ନଦେବା ସହ ଟମାଟୋ ମାଡ କରାଯିବ ବୋଲି ବ୍ରାହ୍ମଣ ସମାଜ ଚେତାବନୀ ଦେଇଛି ।

ଜୁଲାଇ 22 ତାରିଖରେ ପର୍ଶୁରାମ ସେନା ଦ୍ଵାରା ବେଲପଡ଼ା 12 ଘଣ୍ଟିଆ ବନ୍ଦ କରାଯାଇଥିଲା । ବିଜୁ ପଟ୍ଟନାୟକ ମୂର୍ତ୍ତି ହଟାଇ ପୁଣି ଭଗବାନ ପର୍ଶୁରାମ ମୂର୍ତ୍ତି ସ୍ଥାପିତ ନକଲେ ଆଗକୁ ପରିଣାମ ଭୟାବହ ହେବ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିଲା ପର୍ଶୁରାମ ସେନା । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ନିକଟ ପର୍ଶୁରାମ ଛକରେ ରହି ଆସିଥିବା ଭଗବାନ ପର୍ଶୁରାମଙ୍କ ମୂର୍ତ୍ତିକୁ ହଟାଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଲଗାଇବା ପରେ ବିବାଦୀୟ ପରିସ୍ଥିତି ଉପୁଜିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.