ETV Bharat / state

ଭୀମଭୋଇ ମେଡିକାଲ କଲେଜରେ ନର୍ସଙ୍କ ଆନ୍ଦୋଳନ, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ - ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ

ଗୁରୁବାର ବିଳମ୍ବିତ ରାତିରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ରୋଗୀଙ୍କ ସମ୍ପର୍କୀୟ ନର୍ସଙ୍କୁ ଆକ୍ରମଣ କରିବା ପରେ ନର୍ସମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ । ଅଧିକ ପଢନ୍ତୁ...

aa
ଭୀମଭୋଇ ମେଡିକାଲ କଲେଜରେ ନର୍ସଙ୍କ ଆନ୍ଦୋଳନ
author img

By

Published : Feb 14, 2020, 9:36 PM IST

ବଲାଙ୍ଗୀର: ଜଣେ କାର୍ଯ୍ୟରତ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ ଘଟଣା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ସମସ୍ତ ନର୍ସ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ଶୁକ୍ରବାର ବଲାଙ୍ଗୀର ଟାଉନ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ନର୍ସମାନେ ଏହି ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ।

ଭୀମଭୋଇ ମେଡିକାଲ କଲେଜରେ ନର୍ସଙ୍କ ଆନ୍ଦୋଳନ

ଗୁରୁବାର ରାତିରେ ଏହି ଘଟଣା ପରେ ଶୁକ୍ରବାର ଦିନ ତମାମ ନର୍ସମାନେ ଭୀମଭୋଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ନର୍ସଙ୍କ ସୁରକ୍ଷା ଦାବି କରିବା ସହ ସମସ୍ତ ଆକ୍ରମଣକାରୀଙ୍କ ଗିରଫ ଦାବି କରିଥିଲେ । ଶେଷରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ସମାନ ଭାବରେ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପ୍ରତିଶୃତି ଦେଇଥିଲା । ଅନ୍ୟପଟେ ନର୍ସଙ୍କ ସୁରକ୍ଷା ପାଇଁ ମେଡିକାଲ ପରିସରରେ ସାଦା ପୋଷାକରେ ପୋଲିସ ଜଗିବ ଏବଂ ପୋଲିସ ପେଟ୍ରୋଲିଂ ମଧ୍ୟ ବଢାଯିବାର ପୋଲିସ ଲିଖିତ ଭାବରେ ପ୍ରତିଶୃତି ଦେଇଛି ।

ସେହିପରି ମେଡିକାଲ ପରିସରରେ ସିସି ଟିଭି ଲଗାଇବା ସହ ସୁରକ୍ଷା ବ୍ୟବସ୍ତା କଡାକଡି କରିବାର ସରକାରଙ୍କୁ ଲିଖିତ ଭାବରେ ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି । ତେବେ ଏହିସବୁ ପ୍ରତିଶ୍ରୁତି ପାଇବା ପରେ ନର୍ସମାନେ ମଧ୍ୟ ନିଜର ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.