ETV Bharat / state

ଅନ୍ୟ ଜାତିରେ ବାହା ହେଲେ ବୋଲି, ମୃତଦେହ ପାଖ ମାଡିଲେନି କେହି - because she marriage in other cast

ଅନ୍ୟଜାତିରେ ବିବାହ କରିଥିବାରୁ ମୃତ୍ୟୁ ବେଳେ ପାଖ ମାଡ଼ିଲେନି ସମ୍ପର୍କୀୟ କି ଗ୍ରାମବାସୀ । ଶେଷରେ ଅସହାୟ ଅବସ୍ଥାରେ ଥିବା ମୃତଦେହକୁ ସ୍ବେଚ୍ଛାସେବୀ କଲେ ସତ୍କାର । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିକ୍ରାପଡ଼ା ଗ୍ରାମରେ । ଅଧିକ ପଢନ୍ତୁ...

ଅନ୍ୟଜାତିରେ ବିବାହ କରିବାରୁ ମୃତ୍ୟୁ ବେଳେ ପାଖ ମାଡ଼ିଲେନି କେହି, ସତ୍କାର କଲେ ସ୍ବେଚ୍ଛାସେବୀ

author img

By

Published : Jul 11, 2021, 10:23 AM IST

Updated : Jul 11, 2021, 10:30 AM IST

ବଲାଙ୍ଗୀର: ଆଜିର ଆଧୁନିକ ଶିକ୍ଷିତ ସମାଜରେ ଜାତି ପ୍ରଥା ଏବେବି ଏକ ରୋଗ ଭଳି ଲୋକଙ୍କୁ ଗ୍ରାସ କରିଛି । ଏବଂ ଏହାର କୁପରିଣାମ ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି । ତେବେ ଏଭଳି ଜଣେ ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ବେଳେ ତାଙ୍କ ସମ୍ପର୍କୀୟ କିମ୍ବା ଗ୍ରାମବାସୀ, କେହି ପାଖ ମାଡ଼ି ନଥିଲେ । ଶେଷରେ ଅସହାୟ ଅବସ୍ଥାରେ ଥିବା ମୃତଦେହକୁ ସ୍ବେଚ୍ଛାସେବୀ ସତ୍କାର କରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିକ୍ରାପଡ଼ା ଗ୍ରାମରେ ।

ଅନ୍ୟ ଜାତିରେ ବାହା ହେଲେ ବୋଲି, ମୃତଦେହ ପାଖ ମାଡିଲେନି କେହି

ସୂଚନା ମୁତାବକ, ସେହି ଗ୍ରାମର ବୁଲୁ ଧାରୁଆ ଅନ୍ୟ ଜାତିର ଜଣେ ଯୁବତୀ ଉତ୍ତରା ବତି କଲେତଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ବିବାହ ପରେ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା । ଗତକାଲି(ଶନିବାର) ତାଙ୍କର ସ୍ତ୍ରୀ ଉତ୍ତରା ବତି କଲେତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଵାମୀ । ଏବଂ ଚିକ୍ତିତ୍ସା ଦିନ ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କର କୌଣସି ସମ୍ପର୍କୀୟ କିମ୍ବା ଗ୍ରାମବାସୀ ପାଖ ମାଡ଼ି ନଥିଲେ।

ଶେଷରେ ଏହାର ଖବର ବଲାଙ୍ଗୀରର ବିଙ୍ଗ୍ ହ୍ୟୁମାନ ସଂଗଠନକୁ ଦିଆଯାଇଥିଲା । ଯାହା ପରେ ସଂଗଠନର କର୍ମକର୍ତ୍ତାମାନେ ଆସି ମୃତଦେହକୁ ନେଇ ସମ୍ମାନର ସହ ସତ୍କାର କରିଥିଲେ । ତେବେ ଆଜିର ଏହି ଶିକ୍ଷିତ ସମାଜର ଏହି ବ୍ୟବସ୍ଥା କେବେ ବଦଳିବ ତାକୁ ନେଇ ପୁଣି ଏକ ପ୍ରଶ୍ନ ଛିଡ଼ା ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jul 11, 2021, 10:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.