ବଲାଙ୍ଗୀର: ମେଡିକାଲ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣା । ଏହାର ତଦନ୍ତ ପାଇଁ ଏନଏଚଆରସି ତିନି ଜଣିଆ ଟିମ ବଲାଙ୍ଗୀରରେ ପହଞ୍ଚିଛନ୍ତି । ଭୀମ ଭୋଇ ମେଡିକାଲ କଲେଜରେ ପ୍ରଥମ ବର୍ଷ ଏମବିବିଏସ ଛାତ୍ର ନିଶାନ୍ତ କୁମାରଙ୍କ ମୃତଦେହ ହଷ୍ଟେଲ ତଳୁ ଉଦ୍ଧାର ହୋଇଥିଲା । ଯାହାର ପ୍ରାଥମିକ ତଦନ୍ତରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିଲା ।
ମୃତ ଛାତ୍ର ନିଶାନ୍ତ କୁମାର ହରିୟାଣାର ହୋଇଥିବାବେଳେ ତାଙ୍କ ପରିବାର ଲୋକେ କଲେଜ ବିରୋଧରେ ରାଗିଂ ଅଭିଯୋଗ ଆଣିବା ସହ ତାଙ୍କୁ ହତ୍ୟା କରାଯାଇଥିବା ଲିଖିତ ଆକାରରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପରିବାର ପକ୍ଷରୁ ଏହାର ତଦନ୍ତ ନେଇ ଏନଏଚଆରସି ପାଖରେ ଅଭିଯୋଗ କରିଥିଲେ । ତେବେ ଏନଏଚଆରସିର ତିନି ଜଣିଆ ଦଳ ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗୀରରେ ଆସି ପହଞ୍ଚିଛନ୍ତି । 4 ଦିନ ପାଇଁ ଆସିଥିବା ଏହି ଟିମ ପ୍ରଥମେ ବଲାଙ୍ଗୀର ଏସପି, ଜିଲ୍ଲାପାଳ ଓ ମେଡିକାଲ କଲେଜକୁ ଯାଇ ତଦନ୍ତ କରିବାର ସୂଚନା ମିଳିଛି । ତେବେ ଏନଏଚଆରସି ଏହି ଘଟଣା ଉପରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ବଲାଙ୍ଗୀର