ETV Bharat / state

କୋରୋନାରେ ମୃତ୍ୟୁ ପରେ ସମାଜସେବୀ କଲେ ଅନ୍ତିମ ସଂସ୍କାର

author img

By

Published : May 18, 2021, 8:02 AM IST

ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁ ବରଣ କରିବା ପରେ ପାଖ ପଡୋଶୀ କେହି ପାଖ ମାଡ଼ି ନଥିବା ବେଳେ କିଛି ସମାଜସେବୀ ଯୁବକ ତାଙ୍କର ମୃତଦେହ ସତ୍କାର କରିଛନ୍ତି । ଅଧିକ ପଢନ୍ତୁ...

କୋରୋନାରେ ମୃତ୍ୟୁ ପରେ ପାଖ ମାଡିଲେନି କେହି
କୋରୋନାରେ ମୃତ୍ୟୁ ପରେ ପାଖ ମାଡିଲେନି କେହି

ବଲାଙ୍ଗୀର: ବଲାଙ୍ଗୀରରେ କରୋନା ସଂକ୍ରମଣ ବଢିବା ସାଙ୍ଗକୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ଏବଂ ଏଥିରେ ଅନେକ ଅଭାବନୀୟ ଚିତ୍ର ଏବେ ସାମ୍ନାକୁ ମଧ୍ୟ ଆସୁଛି । ତେବେ ଏହିଭଳି ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁ ବରଣ କରିବା ପରେ ପାଖ ପଡୋଶୀ କେହି ପାଖ ମାଡ଼ି ନଥିବା ବେଳେ କିଛି ସମାଜସେବୀ ଯୁବକ ତାଙ୍କର ମୃତଦେହ ସତ୍କାର କରିଛନ୍ତି ।

କୋରୋନାରେ ମୃତ୍ୟୁ ପରେ ପାଖ ମାଡିଲେନି କେହି

ବଲାଙ୍ଗୀର ଆନନ୍ଦ ନଗର ନିବାସୀ କବିର ଭୋଇ କିଛିଦିନ ହେବା କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା ଏବଂ ପରିବାର ଲୋକେ ତାଙ୍କୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହ ଏଠି ପହଞ୍ଚିବା ପରେ ଆଖପାଖ ଲୋକ ଭୟରେ ପାଖ ମାଡ଼ି ନଥିଲେ । ତାଙ୍କ ପରିବାର ଲୋକେ ଅସହାୟ ହୋଇଥିବା ବେଳେ ବଲାଙ୍ଗୀରର କିଛି ସ୍ବେଚ୍ଛାସେବୀ ଯୁବକ ସାହାଯ୍ୟର ହାତ ବଢ଼ାଇଥିଲେ ଏବଂ ମୃତଦେହ ନେଇ ସ୍ଥାନୀୟ ଆରଟିଓ ଅଫିସ ପାଖ ଶ୍ମଶାନରେ ସମ୍ମାନର ସହ ସତ୍କାର କରିଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.