ETV Bharat / state

ଖବର କାଗଜ ହକର ହେଲେ ସମିତି ସଭ୍ୟ

author img

By

Published : Mar 1, 2022, 7:27 PM IST

ବଲାଙ୍ଗୀରର ଜଣେ ଖବର କାଗଜ ହକର ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବରେ ବିଜୟୀ ହୋଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଅଧିକ ପଢ଼ନ୍ତୁ

newspaper hawker won in panchayat election  in balangir
ଖବର କାଗଜ ହକର ହେଲେ ସମିତି ସଭ୍ୟ

ବଲାଙ୍ଗୀର: ଚଳିତ ପଞ୍ଚାୟତ ନିର୍ବାଚନରେ କିଛି ପ୍ରାର୍ଥୀ ତାଙ୍କର ବ୍ୟକ୍ତିତ୍ଵ ଓ ପେଶାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସେହିପରି ବଲାଙ୍ଗୀରର ଜଣେ ବ୍ଲକ ସାମ୍ବାଦିକ ତଥା ଖବର କାଗଜ ହକର ଏଥର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ସମିତି ସଭ୍ୟ ଭାବରେ ବିଜୟୀ ହୋଇଛନ୍ତି।

ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ରଣ୍ଡା ଗ୍ରାମର ବିଜୟୀ ପ୍ରାର୍ଥୀ ସୁଦାମ ନନ୍ଦ । ପେଶାରେ ସେ ଜଣେ ବ୍ଲକ ସାମ୍ବାଦିକ ଏବଂ ଖବର କାଗଜ ହକର ହୋଇଥିବା ଜଣାପଡ଼ିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ସେ ନିଜ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ପ୍ରତିଦ୍ବନ୍ଦିତା କରିଥିଲେ। ଏବଂ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଠାରୁ 25ଟି ଭୋଟ ବ୍ୟବଧାନରେରେ ଆସନ ହାତେଇଛନ୍ତି।

ସେ ଜଣେ ସାମ୍ବାଦିକ ଥିବା ସହ ଲୋକଙ୍କ ସବୁ ସମସ୍ୟାରେ ଅବଗତ ଅଛନ୍ତି । ଯାହା ଫଳରେ ସାଧାରଣ ଜନତା ତାଙ୍କୁ ଚୟନ କରିଛନ୍ତି। ଅଞ୍ଚଳର ସମାଧାନ କରିବା ସହ ଲୋକଙ୍କ ସେବା କରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେପଟେ ପୁଇନ୍ତଲା ବ୍ଲକ ଅଧ୍ୟକ୍ଷା ପଦବୀ ନେଇ ଏବେ ମଧ୍ୟ ଅଙ୍କ କଷା ଚାଲିଥିବାବେଳେ ଏଯାଏ ସ୍ଥିର ହୋଇପାରିନାହିଁ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.