ETV Bharat / state

ବ୍ୟାଗ୍ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର - ବଲାଙ୍ଗୀର ନବଜାତ ଉଦ୍ଧାର

ବ୍ୟାଗ୍ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ବଲାଙ୍ଗୀର ରେଳ ଷ୍ଟେସନ ନିକଟରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ..

ବ୍ୟାଗ୍ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର
ବ୍ୟାଗ୍ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର
author img

By

Published : Sep 1, 2021, 5:05 PM IST

Updated : Sep 1, 2021, 5:39 PM IST

ବଲାଙ୍ଗୀର: ବ୍ୟାଗ୍ ଭିତରୁ ମିଳିଲା ନବଜାତ । ବୁଧବାର ବଲାଙ୍ଗୀର ରେଳ ଷ୍ଟେସନ ନିକଟରୁ ବ୍ୟାଗ୍ ଭିତରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । କିଏ ନବଜାତକୁ ଏଭଳି ଭାବେ ଫିଙ୍ଗିଛି ସେନେଇ କିଛି ଜଣାପଡିନାହିଁ । ଶିଶୁଟିକୁ ଉଦ୍ଧାର କରାଯାଇ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜର ଶିଶୁରୋଗ ବିଭାଗରେ ପରୀକ୍ଷା କରାଯାଇଛି ।

ବ୍ୟାଗ୍ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର

ରେଳ ଷ୍ଟେସନ ରାସ୍ତା ୱେର ହାଉସ୍ ନିକଟରେ ଏକ ବ୍ୟାଗ୍ ଭିତରେ ନବଜାତଟି ପଡି ରହିଥିଲା । ନିକଟରେ କାମ କରୁଥିବା କିଛି ଶ୍ରମିକ ଶିଶୁଟିକୁ ଦେଖିଥିଲେ । ଶ୍ରମିକଙ୍କ ଠାରୁ ଖବର ପାଇ ତେଲିଗୋଠ ପଡାର ଜଣେ ମହିଳା ଶିଶୁପୁତ୍ରଟିକୁ ଉଦ୍ଧାର କରିଛନ୍ତି । ତେବେ ଶିଶୁଟିର ପରୀକ୍ଷା ପରେ ସେ ସୁସ୍ଥ ଥିବା ଜଣାପଡିଛି ।

ଖବର ପାଇ ବଲାଙ୍ଗୀର ଚାଇଲ୍ଡଲାଇନର ସଦସ୍ୟମାନେ ମେଡିକାଲରେ ପହଞ୍ଚିଛନ୍ତି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ପିଲାଟିକୁ ଫୋପାଡିଲା, ସେ ସମ୍ପର୍କରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Sep 1, 2021, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.